କବିତା

ବର୍ଷା ଆଉ ପ୍ରେମ

Amit Kumar Sahoo's odia poem Barshaa Aau Prema

ତୃତୀୟ ବର୍ଷାରେ ଖୁବ ଭିଜିଲି…
ସେଇ ସ୍ମୃତି ସବୁକୁ ଧୋଇ ଦେବା ପାଇଁ ।।

ବର୍ଷା ଆଉ ପ୍ରେମ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ପ୍ରଥମ ପ୍ରେମର ପହିଲି ବର୍ଷାରେ ଖୁବ ଭିଜିଲି …
ଉନ୍ମାଦନାରେ ପାଗଳ ହେଇ ।।

ଦ୍ଵିତୀୟ ବର୍ଷାରେ ଖୁବ ଭିଜିଲି…
ସେଇ ମୁହୂର୍ତ୍ତ ସବୁକୁ ହୃଦୟର ଖୁବ ନିକଟତର କରିବା ପାଇଁ ।।

ତୃତୀୟ ବର୍ଷାରେ ଖୁବ ଭିଜିଲି…
ସେଇ ସ୍ମୃତି ସବୁକୁ ଧୋଇ ଦେବା ପାଇଁ ।।

ଆଉ ଆଜି ବି ବର୍ଷାରେ ଖୁବ ଭିଜେ ମୁଁ
ବର୍ଷା ଛିଟାରେ ଆଖିର ଲୁହକୁ ଲୁଚେଇ ଦେବା ପାଇଁ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top