କବିତା

ଭୀଷ୍ମ ପ୍ରତିଜ୍ଞା

Er Bidyadhar Panda's odia poem Bhishma Pratignyaa

ଜନମ ଯେ ଦେଲା
କରମ ଲେଖିଛି
ମାଟି ମାଆର ସନ୍ତାନ
ଛାର ରୁଣ ବୋଝ
ଉଠାଇ ନପାରି
କିପାଁଇ ହାର ଜୀବନ?

ଭୀଷ୍ମ ପ୍ରତିଜ୍ଞା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସୁଖ ଦୁଃଖ
ଦୁଇ ପହିଆ କିଳିଣି
ସଂସାର ଶଗଡ଼ ଗାଡ଼ିରେ
ଭୃକ୍ଷେପ ନକରି
ଖାଲ ଢ଼ିପ ଦେଖି
ଆଗକୁ ଚାଲିବା ମାଡ଼ିରେ

ଜନମ ଯେ ଦେଲା
କରମ ଲେଖିଛି
ମାଟି ମାଆର ସନ୍ତାନ
ଛାର ରୁଣ ବୋଝ
ଉଠାଇ ନପାରି
କିପାଁଇ ହାର ଜୀବନ?

ତୁମେ ପରା ମାଟି
କାଦୁଅରେ ଯୁଝି
ହୋଇଅଛ ଅନ୍ନଦାତା
ଖରା ବରଷାକୁ
ଖାତିର ନ ଥାଏ
ସହଜେ ଜଗତ ଜିତା

ସୁଖ ବି ଆସିବ
ଦୁଃଖ ବି ଆସିବ
ଯିବା ଅସିବା ଲାଗିବ
ଦୁଃଖ ବେଳେ
ଯଦି ଭାଙ୍ଗିପଡ଼ ତୁମେ
ସୁଖଟା କିଏ ଭୋଗିବ?

ନେତା ପ୍ରଶାସନ
କଥା ଯାଅ ଭୁଲି
ନିଜେ ଦମ୍ଭ ଧରି ରୁହ
ରୁଣ ଭାର ବୋଝ
ସହି ନ ପାରିଲେ
ପରିବାର ଆଗେ କୁହ

ଦେଖିବ କିଛିଟା
ବାଟ ମିଳିଯିବ
ବଞ୍ଚିବାର ରାହା ପାଇଁ
ଦୁଃଖକାଳ ଯେତେ
କାଟିଚାଲ ତୁମେ
ପରିବାର ମୁହଁ ଚାହିଁ

କିଏ ବା ଦୁଃଖରେ
ସଦା ରହିଅଛି
କିଏ ବା ସୁଖରେ ସଦା
ଦୁର୍ଲ୍ଲଭ ମଣିଷ
ଜୀବନ ମିଳିଛି
ଭୋଗିବାକୁ ଅଧା ଅଧା

ଆତ୍ମହତ୍ୟା କଲେ
ଘୋର ପାପିହେବ
ଶ୍ରଷ୍ଟାର ନିତି ନ ମାନି
ମୃତ୍ୟୁ ପରେ ଆତ୍ମା
ବହୁ କଷ୍ଟ ପାଏ
କହିଛନ୍ତି ଜ୍ଞାନି ଗୁଣୀ

ମାଟିରେ ଫଳାଅ
ସୁନା ପରା ତୁମେ
ନିଜ ବାହୁର ବଳରେ
ଚାଷରେ ହାରିଛ
ଜୁଆ ତ ଖେଳିନ
କିମ୍ପା ମରୁଛ ଚିନ୍ତାରେ

ମଲା ପରେ ଲୋକ
ଛି ଛି କରି
କହୁଛନ୍ତି ନାନା କଥା
ପରିବାର ମୁଣ୍ଡେ
କଳଙ୍କ ଲେପୁଛ
ଜୀବନ ହରାଇ ବୃଥା

ମନରେ ଆଣନି
ଆତ୍ମହତ୍ୟା ଭାବ
ଯେତେ ଯାହା ଥାଉ ରୂଣ
ଅନ୍ନଦାତା ତୁମେ
ସ୍ୱାଭିମାନେ ନିଅ
ଭୀଷ୍ମ ପ୍ରତିଜ୍ଞା ପଣ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top