କବିତା

ଆଜି ବି ମନ ହୁଏ . . .

Debendra Dhinda's odia poem Aaji Bi Mana Hue

ଛିଡ଼ାହୋଇ ଧାଡିରେ କରିବାକୁ ପ୍ରାଥର୍ନା
ଆଉ ଗଣିବାକୁ ଏକ ଦୁଇ
ଧକା ମାରି ଜଣେ ଜଣକୁ
ଆଗେ ବଢିବାକୁ ଆଜି ବି ମୋର ମନ ହୁଏ ।।

ଆଜି ବି ମନ ହୁଏ . . .
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସକାଳୁ ସକାଳୁ ଉଠି ଶୀଘ୍ର
ଗାଧୋଇବାକୁ ମନ ହୁଏ
ସ୍କୁଲ ଡ୍ରେସ ପିନ୍ଧି , ତୌତ ଭାତ ଖାଇ
ଆଜି ପୁଣି ସ୍କୁଲ ଯିବାକୁ ମନ ହୁଏ ।। (୧)

ଛିଡ଼ାହୋଇ ଧାଡିରେ କରିବାକୁ ପ୍ରାଥର୍ନା
ଆଉ ଗଣିବାକୁ ଏକ ଦୁଇ
ଧକା ମାରି ଜଣେ ଜଣକୁ
ଆଗେ ବଢିବାକୁ ଆଜି ବି ମୋର ମନ ହୁଏ ।। (୨)

ଛକି ଶୂନ ଆଉ ଖେଳ ସେଇ ରାମ ସୀତାର
ଡଙ୍ଗା ଆଉ ରକେଟ ସେଇ କାଗଜର
ଆଜି ବି ମନକୁ କରେ ବିଚଳିତ
ପ୍ରତି ମୁହୁର୍ତରେ କଥା ମାନେ ପଡେ
ଆଜି ପୁଣି ସ୍କୁଲ ଯିବାକୁ ମନ ହୁଏ ।। (୩)

ସାଙ୍ଗ ସାଥି ମିଶି ପିଉଥିଲୁ ସବୁ
ଇନ୍ଦ୍ରଧନୁ ରଙ୍ଗର ଟଙ୍କାକିଆ ପେପ୍ସି
ମିଳୁଥିଲା ଯେଉଁ ଆନନ୍ଦ , ମେଣ୍ଟାଉଥିଲା ଯେଉଁ ତୃଷ୍ଣା
KFC ‘ର ଚିକେନ ବି ଫିକା ପଡେ ଆଜି ,
ଦିଏ ନାହିଁ ସେଇ ଖୁସି ।। (୪)

ଶନିବାରେ ସେଇ ଶୀତ ସକାଳର
ଡ୍ରିଲ ଆଉ ବଗିଚା ସଫେଇ ,
ଲାଗେ ଯେପରି ସ୍ୱଚ୍ଛ ଭାରତ ର ଅଭିଯାନ ଟିଏ ପରି
ଆଜି ବି ମନରେ ଉଙ୍କି ମାରେ ସତେ
ଆନନ୍ଦର ଢେଉ ଯାଏ ଖେଳି ।। (୫)

ନୀଳଗିରିରୋଡ ହାଇସ୍କୁଲ ନୁହେଁ
ସେତ ନୀଳ ମାଧବଙ୍କ ମନ୍ଦିର
ଆଶୀର୍ବାଦ ପାଇଁ ଝୁରେ ଏଇ ମନ
ସେ ମନ୍ଦିର ଗୁରୁମା ଗୁରୁଙ୍କର ।। (୬)

1 Comment

1 Comment

  1. Pramod

    May 15, 2017 at 5:31 pm

    Nice one

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top