ସବୁ ଦେଇ ଦେଇ ସେ ଶୂନ୍ୟ ଅନ୍ୟର ସ୍ୱାର୍ଥ ପାଇଁ ନିଜ ଦେହ ଚିରି ଦେଇଛି ରାସ୍ତା , ବୁହେଇଛି ଶିରା ପ୍ରଶିରାର ସବୁ ଯାକ ରକ୍ତ , ମୁଣ୍ଡେଇଛି...
ଆଉ ଗୀତ ଗାଇବନି ଧାନବିଲ ବାପା ଫୁର୍କିନା ଉଡ଼ିଯାଇଚି ବଣି ଧାନଟିଏ ପୋତିଲନି ଯେ ନିଜକୁ ପୋତିଦେଲ ପଙ୍କରେ ।
ମୋ ହୃଦୟ ସାଧା କାଗଜରେ ଲେଖିଦେଇ ପ୍ରେମର ଅକ୍ଷର ଆଖି ପଲକରେ କରିନେଇଥିଲ ମୋ ହୃଦୟକୁ ଅତି ନିଜର
ତମ ଗାଁ ଦାଣ୍ଡ ପଡିଲେ ଶୋଇ ରାତ୍ରୀ ଯାଏ ନଇଁ ଆମ ସପନେ ତମ ଗାଁ ଗୋରି ଆଉ ସେଠି କେ ନାହିଁ ।
ସଫା ଦିଶିଲାଣି ନଈ ନାଳ ପାଣି ପୋହଳା ଚିତଳ ଚିତି ମାରିଲେଣି ଉଡ଼ି ମାଛରଙ୍କା ଛପି ମାରେ ଡୁବ ନୀଳକଇଁ ଦିଶେ ତୋରାରେ ଶରତ ଆସିଲା ଧରାରେ ।
ଝରି ଗଲା କେତେ ଜଳ ଗର୍ଭବତୀ ଆକାଶ କୁକ୍ଷିରୁ, ଭାଙ୍ଗି ଗଲା କେତେ ମନ ଅସହିଷ୍ଣୁ ଦୁନିଆ ଦାଉରୁ ।
ଖୋଜିବାର ଅନ୍ତ ନାହିଁ ଏଠି, ପାଇବାର ବି, ନ ପାଇବାର ଅନେକ ଅଭେଦ୍ୟ ଦୁର୍ଗ, ଦୁର୍ଗମ ଅନେକ କାମନା, ତଥାପି ମଣିଷ ଖୋଜି ବସେ, ଅନ୍ତ ହୀନ ଦୁଃଖର ସମୁଦ୍ର...
ନାହିଁ ତୋଟାମାଳ କିଆ ଗୋହିରୀ ଲୋକ ନାହିଁ ନଦୀ କୁଳୁ ସ୍ୱନ ବାଉଁଶ ବଣରୁ ଶୁଭୁନାହିଁ ଆଉ କୁଆ କୋଇଲୀ ଗୁଞ୍ଜନ ଗାଁ ଚଉପାଢ଼ୀ ପଡ଼ିଅଛି ଖାଲି ଜୀବନ ଯୁଦ୍ଧରେ...
ଯେମିତି ବି ପାରିଲେ ଚେଷ୍ଟାକର ଧୂଳିରେ ମିଶାଇ ଦିଅ ଅବା ଡିନାମାଇଟ୍ରେ କର ଟୁକୁରା ଟୁକୁରା କିମ୍ୱା କ୍ରୁଶବିଦ୍ଧକର ଫିନିକ୍ସ ପକ୍ଷୀପରି ପୁଣି ଥରେ ଚିତାଭଷ୍ମରୁ ଫେରିପାଇବ ପୂର୍ବର ସତେଜ...
ଛୁଁଇ ଦେଇଗଲ ପାପୁଲିରେ ତୁମ ମୋ ଦେହକୁ ଯେତେବେଳେ , ଆଖି ଭରିଗଲା ମନ ଭରିଗଲା ଖୁସିରେ ମୋ ସେତେବେଳେ ।
ଆପଣଙ୍କ ମତାମତ