କବିତା

ରାକ୍ଷୀଟିଏ

Chandrabhanu Malik's odia poem raakshitie

ଚିରକାଳ ସାଥୀଟିଏ
ଅସରନ୍ତି ପ୍ରୀତିଟିଏ

ରାକ୍ଷୀଟିଏ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସମ୍ପର୍କର ଡୋରିଟିଏ
ମମତାର ଡୋରିଟିଏ
ଭଉଣୀର ଛୋଟ ମୋଟ ଅଳିଟିଏ,
ଅତୀତର ସ୍ମୃତିଟିଏ
ପିଲା ବେଳ ଗୀତଟିଏ
ହାତେ ବନ୍ଧା ଏଇ ମାଳିଟିଏ ।

ଭରଷାରେ ବସାଟିଏ
ଭବିଷ୍ୟର ଆଶାଟିଏ
ଆଶୀଷ ମନାସୁଥିବା ଆଖିଟିଏ ,
ଚିରକାଳ ସାଥୀଟିଏ
ଅସରନ୍ତି ପ୍ରୀତିଟିଏ
ମୋଁ ସୁନା ଭଉଣୀର ରାକ୍ଷୀଟିଏ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top