ପାପୀ ଫୁଲ ମୁଁ
ପାପ ପଙ୍କରେ
ପଦ୍ମ ପତ୍ରର ମୋ ହୃଦୟ
କେତେ ଯେ ପ୍ରଶ୍ନ ପଚାରେ
କାହିଁକି ମୁଁ ପଙ୍କଜା ??
ହସିବାକୁ ପ୍ରୟତ୍ନ ବି କରେ
ପୁଣି କାଇଁ ଖସିଯାଏ ତଳେ ।।।
ପ୍ରଭାତର ସେ ସୁନ୍ଦର ସୂର୍ଯ୍ୟ
ମୋ ପ୍ରିୟତମ ତୁମେ
ତୁମ ପ୍ରଥମ ପ୍ରଭାତ କିରଣ
ଯେବେ ପଡେ ମୋଁ ଅଙ୍ଗରେ
ପ୍ରସ୍ଫୁଟିତ ହୋଇପଡ଼େ ମୁଁ
ଦେଖି ତୁମ ଔର୍ଯ୍ୟ ।।।
ପାହାନ୍ତରୁ ଜନ୍ମ ନିଏ ମୁଁ
ପଶ୍ଚିମକୁ ଗଲାଯାଏଁ ତୁମେ
ପ୍ରତିପ୍ରତି ପାଦେପାଦେ
ତୁମ ସହ ରହିବାକୁ ମୁଁ ପ୍ରତିଜ୍ଞାବଦ୍ଧ
ପୁଣ୍ୟ ମୋର ନ ହେଲା ଯାହା
ହେବି ତୁମ ପୁଣ୍ୟଭୂମି ର ଲଜ୍ଜ୍ୟା
ପ୍ରାୟଶ୍ଚିତ କରିବାକୁ ପୁଣି
ପୁନଃ ଜନ୍ମ ନେଉ ଥିବି ଏ ପାପୀ ପଙ୍କଜା ।।।
