କବିତା

ଭାଇରସ୍

Dr Kalpana Mallick's odia poem Virus

ସମାଜରେ ସଇତାନ୍ ପରି
ଲାପ୍‌ଟପ୍‌ରେ ଭାଇରସ୍ ପରି
ପୋଡ଼ି ହୋଇ ଛଟପଟ୍
ହେଉଥାନ୍ତି
ସବୁ ମୁହୂର୍ତ୍ତରେ ।।

ଭାଇରସ୍
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଥୋକେ,
କଥା କଥାକେ
ଗାର ଟାଣନ୍ତି ପାଣିରେ
ସର ପକାନ୍ତି ପବନରେ
ଗଙ୍ଗ ଶିଉଳୀର ବାସ୍ନା
ଖଞ୍ଜନ୍ତି ପଳାସରେ
ତୁଳସୀରେ ନିମ ଭରନ୍ତି
ନିହାତି ଡାହା ମିଛକୁ
ସତ ବୋଲି ସ୍ୱର ଉଠାନ୍ତି
ତିନି ତୁଣ୍ଡରେ
ଛେଳି କୁକୁର ହେବା ପରି
ଖାଣ୍ଟି ସୁନା ମୋହରଟିଏ,
ଲଗାଇବାର ପ୍ରୟାସ କରନ୍ତି ।

ନିରୀହ ମଣିଷଟିଏ ହୋଇଯାଏ
ଚୋର କି ଲମ୍ପଟ
ନାରୀଟିଏ ହୋଇଯାଏ
କୁଳଟା, ଅସତୀ
ଅନ୍ୟର ପ୍ରତିଷ୍ଠାରେ
କାଳିମାର ଦାଗ ଲଗାନ୍ତି
ଘୂଣଖିଅ ପୋକ ଭଳି
ପ୍ରଗତିର ମେରୁଦଣ୍ଡ ଦୋହଲାନ୍ତି ।

ନିଜର ପରିଚୟ ସୃଷ୍ଟି ପାଇଁ
ବ୍ୟଗ୍ର ଓ ବିବ୍ରତ ଥିବା
ମଣିଷ ପାଖରେ ସମୟ ନଥାଏ
ଏସବୁ ଭାବିବା ପାଇଁ
ଏମାନଙ୍କୁ ଆଟୋପ କରିବା ପାଇଁ
ବଢ଼ିଲା ମଣିଷ ବି
ଖାତିର କରେନା ଏସବୁ
ବଢ଼ିଯାଏ ଆଗକୁ
ଆହୁରି ଆଗକୁ
ଏମାନେ ପଡ଼ିଯାନ୍ତି
ପଛରେ ଖୁବ୍ ପଛରେ
ସମାଜରେ ସଇତାନ୍ ପରି
ଲାପ୍‌ଟପ୍‌ରେ  ଭାଇରସ୍ ପରି
ପୋଡ଼ି ହୋଇ ଛଟପଟ୍
ହେଉଥାନ୍ତି
ସବୁ ମୁହୂର୍ତ୍ତରେ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top