ତୁମେ ଗଲା ପରେ ସାଥୀ
ଏଇ ସହରଟା ମୋତେ
ଭାରି ଫିକା ଫିକା ଲାଗୁଛି ।
କେମିତି ଜୀଇଁବି ତୁମ ବିନା ସତେ
ଦୂରେ ଥାଇ ଦିଅ କହି ।
ରାତିରେ ଦିନରେ
ଏଇ ମୋ ମନରେ
ଆଙ୍କୁଛି ତୁମର ଛବି,
ଡାକ ଶୁଣି ତୁମେ
ଆସିଯିବ କାଳେ
ଖୋଜୁଛି ଭାରି ମୁଁ ମନେ ।
କାହିଁଗଲ, କାହିଁ ଏକା କରି ମୋତେ
ସଂସାର ଲାଗୁଛି ତୁଚ୍ଛ ,
ତଥାପି ଜୀଇଁଛି ଜୀଇଁବାକୁ ଅଛି ,
ଜୀଇଁବି ତୁମରି ପାଇଁ ।
ସ୍ନେହ ପରାଶର ଆଶାରେ ଜୀଇଁଛି
ତୁମ ବାଟ ଚାହିଁ ଚାହିଁ ,
ଫେରିଆସ ତୁମେ
ଫେରିଆସ ସାଥୀ
ତୁମ ହୃଦୟର
ମନର ମାନିନୀ ପାଇଁ ।
ତୁମ ବିନା ଏଠି ରଙ୍ଗୀନ ଦୁନିଆଁ
ଫିକା ପଡ଼ି ରହିଅଛି ,
ତୁମେ ଗଲାପରେ…
ଏଇ ସହରଟା …ସତରେ (!)
ଭାରି ଫିକା ଫିକା ଲାଗୁଛି ।
