ବରଷି ଆଶିଷ ଆରୋହିବେ ଦେବ ପାବନ ହୃଦୟ ସ୍ୟନ୍ଦନେ
ଦୁଃଖ ଅଛି ବୋଲି ସୁଖ ଅନୁଭବ କରିଥାଉ ଏ ଜୀବନେ, ଅସାବଧାନରେ ବିପଦ ବରି କି ଚଳିଥାଉ ସାବଧାନେ !
ବିଜୟେ ବିଭୋର ପରାଜୟେ ହେବ ଉଚିତ୍ ନୁହେଁ ଅଧୀର, ଆଜିଅଛି ଯାହା ଥିଲା ତ କାହାର କାଲିକି ହେବ ଅନ୍ୟର ।
ଗାର ଡେଇଁଗଲେ ଭୋଗିବାକୁ ହେବ ବନବାସ ଚଉଦ ବରଷ ନିଆଁରେ ପୋଡ଼ି, ମାଟିରେ ହଜିଲେ ବି ଲିଭିବ ନାହିଁ ଅସତୀର କଳଙ୍କ ।
ଓଃ ! ମୋର ସରିଯାଇଛି ପିଲାଦିନ ପାଦୁକ ଓ ବେଲପତ୍ର ବଦଳରେ ବାପା କ'ଣ ଦେଇଥାନ୍ତେ ମୋତେ କୋକାକୋଲା ଚକୁଳି ବଦଳରେ ପିଜା ।
ଡାହା ମିଛ ଏହା ଚାଷୀ ମରୁନି କେବେ ବିରୋଧୀଙ୍କ ବିଧିବଦ୍ଧ ଚାଲବାଜି । ଚାଷୀ ମରୁଥିଲେ ଓଡ଼ିଶା କିପରି ତେବେ କୃଷି କର୍ମଣ ପୁରସ୍କାର ପାଏ ଆଜି ।।
ଆସିଲାଣି ଭାସି ପବିତ୍ର ପ୍ରାର୍ଥନା, ଆଜାନ୍ର ଧ୍ୱନି, ଜାଗିଛି ସ୍ମିତହାସ୍ୟ ଦେଇ ନିଦ୍ରାରୁ ଧରଣୀ, ସ୍ଥାବର ଜଙ୍ଗମେ ଦେଖ ଶାଶ୍ୱତ ପ୍ରକୃତି ଇଙ୍ଗିତ, ଜନମି ନୂଆବର୍ଷ ରଚିବାକୁ ସୁନାର ଜଗତ...
ଦେଖିଛ କି କେହି କେବେ ନ କାନ୍ଦିବା ଲୋକ ଯେବେ କାନ୍ଦେ ଶୁଣିଛ କି କେହି ଯେବେ ନିଜେ ନିଜ କପାଳକୁ ନିନ୍ଦେ ।
ତାକୁ ଜାଳିବା ପରିବର୍ତ୍ତେ ନିଜେ ଜଳିଜଳି ଶେଷ ହୋଇଯିବାକୁ ଶ୍ରେୟ ମଣିଲି ।
ତୁମେ ତ ତରଳ, ତୁମ ସାନ୍ନିଧ୍ୟରେ ମୋ ବରଫ ବିଗଳିତ ହେଉଥାଏ ଆଉ ଏକ ସ୍ୱପ୍ନ ପରି କେନ୍ଦ୍ରାୟିତ ମହାଶୂନ୍ୟତାରେ
ଆପଣଙ୍କ ମତାମତ