ହାଡ଼ଭଙ୍ଗା ଶୀତ ଘନ କୁହୁଡ଼ିର ଚାଦର ତଳେ,
ଚମକିଲେଣି କାକର ବିନ୍ଦୁ ଦୀଗାନ୍ତ ଘାସ, ପଡ଼ିଆରେ
ଫିଟିଲାଣି ସିନ୍ଦୂରବୋଳା ପ୍ରଥମ ଖରା,
ମିଞ୍ଜି ମିଞ୍ଜି ଦିଶିଲାଣି ମନ୍ଦିର ମସ୍ଜିଦ୍ ଚୂଡ଼ା ।
ଆସିଲାଣି ଭାସି ପବିତ୍ର ପ୍ରାର୍ଥନା, ଆଜାନ୍ର ଧ୍ୱନି,
ଜାଗିଛି ସ୍ମିତହାସ୍ୟ ଦେଇ ନିଦ୍ରାରୁ ଧରଣୀ,
ସ୍ଥାବର ଜଙ୍ଗମେ ଦେଖ ଶାଶ୍ୱତ ପ୍ରକୃତି ଇଙ୍ଗିତ,
ଜନମି ନୂଆବର୍ଷ ରଚିବାକୁ ସୁନାର ଜଗତ ।
ଆସ ଆସ ଭାଇ ବନ୍ଧୁ ସଖା ସହୋଦର,
କହିବା, ସ୍ୱାଗତ ନୂଆବର୍ଷ, କମ୍ପାଇ ଅମ୍ୱର ।
ତେଜି ଈର୍ଷା, ଦ୍ଦ୍ୱେଶ ଆପଣା ଭିତରେ
ରଚିବା ନୂଆ ଇତିହାସ ଏ ନୂଆବର୍ଷରେ ।