କବିତା

ସ୍ୱାଗତ ନୂଆ ବର୍ଷ

Binayak Mishra's odia poem Swagat Nua Barsha

ଆସିଲାଣି ଭାସି ପବିତ୍ର ପ୍ରାର୍ଥନା, ଆଜାନ୍ର ଧ୍ୱନି,
ଜାଗିଛି ସ୍ମିତହାସ୍ୟ ଦେଇ ନିଦ୍ରାରୁ ଧରଣୀ,
ସ୍ଥାବର ଜଙ୍ଗମେ ଦେଖ ଶାଶ୍ୱତ ପ୍ରକୃତି ଇଙ୍ଗିତ,
ଜନମି ନୂଆବର୍ଷ ରଚିବାକୁ ସୁନାର ଜଗତ ।

ସ୍ୱାଗତ ନୂଆ ବର୍ଷ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ହାଡ଼ଭଙ୍ଗା ଶୀତ ଘନ କୁହୁଡ଼ିର ଚାଦର ତଳେ,
ଚମକିଲେଣି କାକର ବିନ୍ଦୁ ଦୀଗାନ୍ତ ଘାସ, ପଡ଼ିଆରେ
ଫିଟିଲାଣି ସିନ୍ଦୂରବୋଳା ପ୍ରଥମ ଖରା,
ମିଞ୍ଜି ମିଞ୍ଜି ଦିଶିଲାଣି ମନ୍ଦିର ମସ୍‌ଜିଦ୍ ଚୂଡ଼ା ।

ଆସିଲାଣି ଭାସି ପବିତ୍ର ପ୍ରାର୍ଥନା, ଆଜାନ୍ର ଧ୍ୱନି,
ଜାଗିଛି ସ୍ମିତହାସ୍ୟ ଦେଇ ନିଦ୍ରାରୁ ଧରଣୀ,
ସ୍ଥାବର ଜଙ୍ଗମେ ଦେଖ ଶାଶ୍ୱତ ପ୍ରକୃତି ଇଙ୍ଗିତ,
ଜନମି ନୂଆବର୍ଷ ରଚିବାକୁ ସୁନାର ଜଗତ ।

ଆସ ଆସ ଭାଇ ବନ୍ଧୁ ସଖା ସହୋଦର,
କହିବା, ସ୍ୱାଗତ ନୂଆବର୍ଷ, କମ୍ପାଇ ଅମ୍ୱର ।
ତେଜି ଈର୍ଷା, ଦ୍ଦ୍ୱେଶ ଆପଣା ଭିତରେ
ରଚିବା ନୂଆ ଇତିହାସ ଏ ନୂଆବର୍ଷରେ ।

 

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top