ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ବିଶ୍ୱାସର ବାୟାବସା
ସହିନିଏ ଝଡ଼, ବାତ୍ୟା, ପବନର ତୋଡ଼
ଝୁଲୁଥାଏ ଦମ୍ଭଧରି
କାଠିକୁଟା ପତ୍ର ଘାସ ତିଆରି ସେ ନୀଡ଼
ବେଳେ ବେଳେ ଏମିତି ବି ହୁଏ,
ଦଲକାଏ ପବନରେ
ଛାଏଁ ଛାଏଁ ତଳେ ପଡ଼ିଯାଏ । (୧)
ଦେଖିଛ କି କେହି କେବେ
ନ କାନ୍ଦିବା ଲୋକ ଯେବେ କାନ୍ଦେ
ଶୁଣିଛ କି କେହି ଯେବେ
ନିଜେ ନିଜ କପାଳକୁ ନିନ୍ଦେ ।
ଅବିଶ୍ୱାସୀ ଅଜଗର ଛାଇ
ଗ୍ରାସ କରି ଅଜାଣତେ
ମାରୁଥାଏ ଅସରନ୍ତି ହାଇ । (୨)
ଦମ୍ଭ ଧର ଦମ୍ଭ ଧର
ହୁଅନାହିଁ ନିରାଶ, ହତାଶ
ଝଡ଼ କେବେ ରହେ ନାହିଁ
ବର୍ଷ ବର୍ଷ, ମାସ ଆଉ ମାସ
ଛାତିକୁ ପଥର କରି
ସହିଲେ କ୍ଷଣିକ
ଫେରିବ ସେ ଅପେକ୍ଷିତ
ସପନ ବଣିକ । (୩)
