କବିତା

ସମୟର କେତୋଟି ଦୃଶ୍ୟ

Dr Dilip Kumar Swain's odia poem Samayara Ketoti Drushya

ଓଃ ! ମୋର ସରିଯାଇଛି ପିଲାଦିନ
ପାଦୁକ ଓ ବେଲପତ୍ର ବଦଳରେ
ବାପା କ’ଣ ଦେଇଥାନ୍ତେ ମୋତେ
କୋକାକୋଲା
ଚକୁଳି ବଦଳରେ ପିଜା ।

ସମୟର କେତୋଟି ଦୃଶ୍ୟ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଏ ସମୟରେ
କ’ଣ ଅଛି ସାଇତିବା ପାଇଁ କହୁନା ?

ଯାହା ସବୁ ଦେଖୁଛେ ଆମେ
ଏମିତି କ’ଣ ଦେଖେ କେହି
ଯେମିତି ବଞ୍ଚିଛେ ଆମେ
ସେମିତି କ’ଣ ବେଞ୍ଚ କେହି ?

ମନ୍ଦିରକୁ ଯାଇ ମହାପ୍ରସାଦ ମାଗୁନ
ନିଶାରେ ଟୁଳୁଟୁଳୁ ପୂଜାପଣ୍ଡା
ଆହା, କି ସୁନ୍ଦର ଏହି ମହାମାନ୍ୟଙ୍କ ହସ
ନହୁଲି ନାରୀଙ୍କ ନହକା ଅଣ୍ଟାଯାଏଁ
ଲମ୍ୱିଆସୁଛି ତାଙ୍କ ଆଶୀର୍ବାଦର ହାତ
ନନା ହୋ’, ତଥାସ୍ତୁ, ତଥାସ୍ତୁ
ମୋ ପରି ବାତରାଙ୍କୁ ଛାଡ଼ି ସମସ୍ତେ ସନ୍ତୁଷ୍ଟ
ଜୟ ହୋ !

ଓଃ ! ମୋର ସରିଯାଇଛି ପିଲାଦିନ
ପାଦୁକ ଓ ବେଲପତ୍ର ବଦଳରେ
ବାପା କ’ଣ ଦେଇଥାନ୍ତେ ମୋତେ
କୋକାକୋଲା
ଚକୁଳି ବଦଳରେ ପିଜା ।

ଯିଏ ରଙ୍ଗ ବେଲୁନ୍‌ଟାଏ କିଣିପାରେନା ଦୋଳରେ
ମାଳିସିଲଟ୍ ପାଇଁ ମାଡ଼ଖାଏ ଘରେ
କମ୍ପ୍ୟୁଟର, ମୋବାଇଲ୍ ଖେଳନା ମେଳରେ
ଅର୍କ୍ଷିତ ଦିଶିଥାନ୍ତି ସତରେ ।

ଭଲ ହୋଇଛି
ଯୌବନ ହଜିଯାଇଛି କେବେଠୁ
କବିତା ଲେଖୁଥିବା ପୁଅକୁ
କିଏ କ’ଣ ପ୍ରେମ କରନ୍ତା ଏବେ ?
ପ୍ରେମର ବଜାରବାଦରେ
ପ୍ରେମିକା ଏବେ ପାଞ୍ଚ ଫାଲ
ବରଂ ମୋ ମାନମୟୀ ଭଲ
ଯେତିକି ଗାରେଇ ଦେଇଛି ମୋ ଛାତିରେ
ଏବେ ବି ଦୁକ୍ ଦୁକ୍ ହୁଏ
ତା’ ସହର ଦେଇ ଚାଲିଗଲାବେଳେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top