ଦୁଃଖ ଅଛି ବୋଲି ସୁଖ ଅନୁଭବ
କରିଥାଉ ଏ ଜୀବନେ,
ଅସାବଧାନରେ ବିପଦ ବରି କି
ଚଳିଥାଉ ସାବଧାନେ !
ନର୍କଅଛି ବୋଲି ସ୍ୱର୍ଗର ଭାବନା
ଆସିଥାଏ ସବୁମନେ
ଅଚେତନେ ପାପ କର୍ମ ହୋଇଥାଏ
ପୁଣ୍ୟ ହୁଏ ସଚେତନେ ।
ରାତି ଅଛି ବୋଲି ଦିନର ଆଲୁଅ
କରିହୁଏ ଅନୁଭବ,
ମିଥ୍ୟାବାଦୀ କେବେ ଜାଣିପାରେ ନାହିଁ
ସତ୍ୟର କେତେ ପ୍ରଭାବ ।
ପାପ ଅଛି ବୋଲି ପୁଣ୍ୟକୁ ଜାଣିବା
ହୁଏ ନାହିଁ ବେଶି କଷ୍ଟ,
ଅଜ୍ଞ ବିପଦକୁ ଆମନ୍ତ୍ରଣ କରି
ସମ୍ପଦକୁ କରେ ନଷ୍ଟ ।