କବିତା

ଆଜି ବି ତୋତେ ମନ ଝୁରେ

Bibhuprasad Parida's odia poem Aaji Bi Tote Mana Jhure

ନଷ୍ଟ ଭ୍ରୁଣଟି
ଇଶ୍ଵର କୋଳରେ
ଅଛୁ ନିଶ୍ଚିତ ରେ
ମନ ଥୟ ଧରେ
ଆଜି ବି ତୋତେ ମନ ଝୁରେ ।।

ଆଜି ବି ତୋତେ ମନ ଝୁରେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆଜି ବି ତୋତେ ମନ ଝୁରେ
ମନେ ମନେ ମୁଁ ଝୁରି ମରେ ।।

ଥିଲୁ କି ସୁନ୍ଦର
ଢଳ ଢଳ ଆଖି
ଗୋଲାପି ଅଧର
ଥିଲୁ କିପରି କାହା ଥରେ
ଆଜି ବି ତୋତେ ମନ ଝୁରେ ।।

ଥିଲୁ କି ସୁମତି
ଗୁଣେ ଅନ୍ନପୂର୍ଣା
ଅବା ଲାଜବତୀ
ତୋ ବିଷୟରେ କାହା ଥରେ
ଆଜି ବି ତୋତେ ମନ ଝୁରେ ।।

କି ଥିଲା ତୋ ମନେ
ସାଯିବୁ କଲ୍ପନା
ଉଡିବୁ ଗଗନେ
କହ ତୋ ସପନର ବାରେ
ଆଜି ବି ତୋତେ ମନ ଝୁରେ ।।

ନଷ୍ଟ ଭ୍ରୁଣଟି
ଇଶ୍ଵର କୋଳରେ
ଅଛୁ ନିଶ୍ଚିତ ରେ
ମନ ଥୟ ଧରେ
ଆଜି ବି ତୋତେ ମନ ଝୁରେ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top