କବିତା

ହଜି ଯାଏ ସମ୍ଭାବନା

Bibhuprasad Parida's odia poem Haji Jaae Sambhaabanaa

ନୂଆ ଦୁଇ ଆଖି, ନପରାଇ ଦେଖି
ଅନ୍ଧାରରେ ଯାଏ ମିଶି
ନୂତନ ଓଠଟି ବନ୍ଦ ହୋଇଯାଏ
ପାରିବା ଆଗରୁ ହସି ।।

ହଜି ଯାଏ ସମ୍ଭାବନା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କନ୍ୟା ଭ୍ରୁଣ ହତ୍ୟା ପରେ
ହଜି ଯାଏ କୋଟିଏ ସମ୍ଭାବନା
ମରୀଚିକା ସାଜେ ମା’ର ମମତା
ଆଉ ଏକ ଜୀବନକୁ ବଞ୍ଚିବାକୁ ମନା ।।

ସ୍ପନ୍ଦିତ ହୁଏନି ଗୋଟିଏ ହୃଦୟ
ଅନୁଭୂତି ହୁଏ ଶୁନ
ସପନର କଳି ଫୁଟିବା ଆଗରୁ
ମଉଳି ଯାଏ ସେ ମନ ।।

ନୂଆ ଦୁଇ ଆଖି, ନପରାଇ ଦେଖି
ଅନ୍ଧାରରେ ଯାଏ ମିଶି
ନୂତନ ଓଠଟି ବନ୍ଦ ହୋଇଯାଏ
ପାରିବା ଆଗରୁ ହସି ।।

ଆଉ ଦୁଇ ହାତ ନ ପାୟେ ପରଶ
ହଜି ଯାଏ ଦୁନିଆରୁ
କୁନି ଦୁଇ ପାଦ ମାଟିରେ ମିଶଇ
ଚାଲି ଶିଖିବା ଆଗରୁ ।।

ରଚନା ପୂର୍ବରୁ ମା’ଟିଏ ମରେ
ଦୁନିଆରୁ ଯାଏ ହଜି
ମା’ଟିଏ ମାରେ ଭବିଷ୍ୟ ମା’କୁ
ନିଜେ ହତ୍ୟା ଋଣୀ ସାଜି ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top