ନିସ୍ତେଜ ମା’ଟିଏ
ଲୁହ ଲହୁ ଏକାକାର
ବିଧା ଗୋଇଠା ମାଡରେ
ମୃତ ପ୍ରାୟ, କନ୍ୟା ଶିଶୁ ଅନ୍ତରର ।। ।।
ମମତାର ମୂର୍ତ୍ତିଟିଏ
ଭାଙ୍ଗି ଆଜି ଖଣ୍ଡ ଖଣ୍ଡ
କନ୍ୟା ନାଶର ପ୍ରତିବାଦେ
ସମାଜ ଦେଇଛି ଦଣ୍ଡ ।। ।।
ଅବାଧ୍ୟ କୁଳବଧୂ
କୁଳ କୁଟୁମ୍ବରେ ଲାଜ
ସ୍ଵାମୀ ଶ୍ଵଶୁର ବିରୋଧରେ
ମଠ ଟେକି ଠିଆ ଆଯ ।। ।।
ସର୍ବଂସହା ନାରୀଟିଏ
ଉଠାଇଛି ଆଜି ସ୍ଵର
କରିବନି ଭ୍ରୁଣ ହତ୍ୟା
ଜନ୍ମ ଦେବ ସେ କନ୍ୟାର ।। ।।