କବିତା

କୋଉ କଥାକୁ ତୁ ଡରୁ

Bibhuprasad Parida's odia poem Kou Kathaaku Tu Daru

ଦୁଇ କୁଳ ହିତା
କନ୍ୟା ଯେ ଦୁହିତା
ଦୁଇ କୁଳ ହିତେ ଜନମ ଯାହାର
କିଆଁ ସର୍ବନାଶ ତାର କରୁ
କୋଉ କଥା କୁ ତୁ ଡରୁ ।। ।।

କୋଉ କଥାକୁ ତୁ ଡରୁ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମା
କୋଉ କଥା କୁ ତୁ ଡରୁ
ସେହି ଡରେ
ଅନ୍ତର ରେ ମୋତେ ମାରୁ, କୋଉ କଥା କୁ ତୁ ଡରୁ ।। ।।
ନାରୀ ସର୍ବଂସହା
ତୁ ଜାଣୁ
ଜୀବନ ଯୁଦ୍ଧ ଯୁଝିବା ପାଇଁ କି
ତୋ କନ୍ୟା ନୁହେଁ ଭୀରୁ
କୋଉ କଥା କୁ ତୁ ଡରୁ ।। ।।

ଦୁଇ କୁଳ ହିତା
କନ୍ୟା ଯେ ଦୁହିତା
ଦୁଇ କୁଳ ହିତେ ଜନମ ଯାହାର
କିଆଁ ସର୍ବନାଶ ତାର କରୁ
କୋଉ କଥା କୁ ତୁ ଡରୁ ।। ।।

ଦ୍ରୌପଦୀ ସୀତା
ତାଙ୍କ ଯନ୍ତ୍ରଣା ର କଥା
ମୁଁ ଜନମ ନେଲେ ଯନ୍ତ୍ରଣା ପାଇବି
ଏ ଆଗତ ଦୁଖେ ତୁ ଝୁରୁ
କୋଉ କଥା କୁ ତୁ ଡରୁ ।। ।।

ସେ ଅଜାତ ଅଜୟା
ଦୁର୍ଗତି ବିଜୟା
ସେଇ କନ୍ୟା ଟିର ମା ତୁ ହୋଇ
ଯୁଦ୍ଧ ଲଢିବା ପୂର୍ବରୁ ହାରୁ
କୋଉ କଥା କୁ ତୁ ଡରୁ ।। ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top