ମା
ତୁମ ସମାଜରେ
ସକ୍ଷମ କି ନ ପାରେ
କନ୍ୟା ଶିଶୁଟିକୁ ଜନମ ପୂର୍ବରୁ
ଅନ୍ତରରେ ମା ମାରେ ।। ।।
ମା
ତୁମ ସମାଜରେ ବଞ୍ଚିବାକୁ ହେଲେ
ପଥର ପଡିଲେ ସହି
ଏଥି ପାଇଁ କିବା
ପିତା ସରଗ ଠୁ ବଡ, ମାତା କୁ କହନ୍ତି ମହି ।। ।।
ମା
ନାରୀ ହୁଏ ନିର୍ଯାତିତା
ଶକ୍ତି ରୂପେ ଦେବୀ ମନ୍ଦୀରେ ପୂଜଇ
ସିଏ ସମାଜେ ବନିତା ଲତା ।। ।।
ମା
ତୁମ ସମାଜରେ
ନାରୀ ପରା ଜନନୀ ଭଗିନୀ ଜାୟା
ହେଲେ ତୁ ଅନ୍ତରରେ କାହିଁ
ନାଶୁଛୁ ତାହାର କାୟା ।। ।।
ମା
ତୁମ ସମାଜରେ
ଜନମ ପାଇଁ କି ଆଶାଟିଏ ବସା ବାନ୍ଧେ
କଷଣ ଲାଞ୍ଛନା ଯେତେ ନିର୍ଯାତନା
ଦେଖି ହୃଦୟ ମୋ କାନ୍ଦେ ।। ।।
ମା
ତୁମ ସମାଜରେ
ନାରୀ ଜନ୍ମେ ବାରେ
ପୁରୁଷ କାରର ଅତ୍ୟାଚାରେ ପୁଣି
ଶତ ଶତ ବାର ମରେ ।। ।।
ମା
ତୁମ ସମାଜରେ
ଜୀବନ ଯନ୍ତ୍ରଣା, କରମ ନାରୀର ମନ୍ଦ
ଜନମ ଠୁ ବଳି ସୁଖକର ମା
ତୁ ଅନ୍ତରରେ କଲେ ବଧ
ତୁ ଅନ୍ତରରେ କଲେ ବଧ ।। ।।
