ଦୀପଟିଏ
ଜଳିବା ଆଗରୁ ଲିଭିଯାଏ
ଦୀପଟିଏ
ଜଳି ଜଳି ମରୁଥାଇ ।। ।।
ନାରୀଟିଏ
କନ୍ୟା ଭ୍ରୁଣଟିକୁ ମାରେ
ନାରୀଟିଏ
ଭ୍ରୁଣର ଜୀବନ ପାଇଁ ଜୀବନ ହାରେ ।। ।।
ମା’ଟିଏ
ବୁଝେନି ମା ମା ମନ ବ୍ୟଥା
ମା’ଟିଏ
ବୁଝିଛି ଭ୍ରୁଣ ର ଅକୁହା କଥା ।। ।।
ଭ୍ରୁଣଟିଏ
ଜନମ ପୂର୍ବରୁ ଅନ୍ତରେ ମରେ
ଭ୍ରୁଣଟିଏ
ଇଶ୍ଵର ନିକଟକୁ ଫେରେ ।। ।।