ତୋ ପାଇଁ ଆକାଶଟେ ଜରୁରୀ ମଣିବୁ ଯେତେବେଳେ ତିଆରିବୁ ନିଜର କରି । କେବଳ ଦ୍ରୁମ ହେଲେ ସରିଯାଏନି ଜୀବନ ଅରଣ୍ୟ ଗଢ଼ି ଦେବୁ ତୋ ନିଜ ରୁଚିର ଦୁନିଆଁରେ...
ଯେଉଁ ଗଛର ଚେରକୁ ଉପାଡ଼ି ପାରିଲାନି ମହାବାତ୍ୟା ତାକୁ କାଟିବା କ'ଣ ଠିକ୍ କଥା ?
ସନ୍ତେଇ ଉଠିଚି ବାରକଡ଼ ଭଣକିନା ଭାସିଆସୁଚି ମୁତୁରାଗନ୍ଧ ଛଲକାଏ ପବନରେ ମେଳା ଭାଙ୍ଗିଯାଇଛି ବୋଲି ମିଠା ଦୋକାନ ମାଟିରେ ମାଛିଙ୍କ ଭଣ ଭଣ ଉଡ଼ାଣ ।
ନିଶବ୍ଦର, ଶୂନ୍ୟତାର ଆଉ ମୋର ଅନ୍ତଃକରଣର ତମ କଥା ଭାବିଦେଲେ ମୋ ଭିତରେ ସୁଖର ଫୁଆର ।
ମଖମଲିଆ ଡେଣାକୁ ତୋର ହାତରେ ଦେଲେ ଧରି ପାଉଡ଼ରିଆ ଗୁଣ୍ଡ ଗୁଡ଼ିଏ ହାତରେ ଯାଏ ଭରି ।
କୋମଳ ଜିଜ୍ଞାସାରେ ପ୍ରତିଧ୍ୱନିତ ଅନୁରଣିତ କେଉଁ ଅସମାପିକା ସଙ୍ଗୀତ ଧାଡ଼ି ଧାଡ଼ି ସ୍ୱପ୍ନର ଐରାବତ ଭୂମିରୁ ଭୂମା ପର୍ଯ୍ୟନ୍ତ
ପଣ କରିଥିଲି ଆଜି ସବୁ ପ୍ରଶ୍ନର ଉତ୍ତର ନେବି, ତା' ଠାରୁ !
ସେମାନଙ୍କର ସବୁ ବିଦ୍ରୋହର କାହାଣୀ ସରିଯାଏ ମୋ ସ୍ମିତ ହସରେ ସବୁ ଯଜ୍ଞର ଆହୁତି ହୋଇଯାଏ ମୋ ଇଷିକାରରେ ।
ଦର୍ପଣ ଛାତିକୁ ପଥରରେ ଭାସି ଉଠିଲା ଚମତ୍କାର ଶବ୍ଦ ମାଟିରେ ପଡ଼ି ରହିଲା କାଚର କଙ୍କାଳ ।
ତା' ଅସୁମାରି ପକ୍ୱ ଫଳ, ହଜାଏ ପୁଣି ତା' ପ୍ରସ୍ଫୁଟିତ ସୁଗନ୍ଧିତ ପାଖୁଡ଼ା ମଧ୍ୟରେ. . . ମନ ଏକ ସ୍ରୋତସ୍ୱିନୀ ଧାଇଁଥାଏ ଏକମୁହାଁ ହୋଇ
ଆପଣଙ୍କ ମତାମତ