ଚଙ୍ଗଚଙ୍ଗିଆ ପରଜାପତି କେଡ଼େ ସୁନ୍ଦର ତୁହି
ରଙ୍ଗରଙ୍ଗିଆ ଡେଣା ତୋହର ନିଅଇ ମନ ମୋହି ।
ଫୁଲରୁ ଫୁଲ ଉଡ଼ିଉଡ଼ିକା ପିଉ ତୁ ମିଠା ମହୁ
ଡେଣା ତୋହର ଯୋଡ଼ିଯୋଡ଼ିକା ନିଶ୍ଚଳ ହେଇ ରହୁ ।
ହେଉ ବରଷା ହେଉବା ପଛେ କନକନିଆ ଶୀତ
କୁଆଡ଼େ ଯାଉ କେଉଁଠି ରହୁ ଛନଛନିଆ ମିତ ।
ମଖମଲିଆ ଡେଣାକୁ ତୋର ହାତରେ ଦେଲେ ଧରି
ପାଉଡ଼ରିଆ ଗୁଣ୍ଡ ଗୁଡ଼ିଏ ହାତରେ ଯାଏ ଭରି ।
ନିରୀହ କରି ନରମ କରି ଗଢ଼ିଚି ତତେ ଯିଏ
ଓଟ ପକ୍ଷୀ ବା ଈଗଲଙ୍କୁ କି ଗଢ଼ି ଅଛଇ ସିଏ ।
ଜାତି ଜାତିକା ପରଜାପତି ସୁଖରେ ତୁମେ ଥାଆ
ସଭିଁଙ୍କ ମନେ ପରାଣ ଭରି ହରଷ ଦେଉଥାଅ ।