କବିତା

ଗଛକଥା

Dr Dilip Kumar Swain's odia poem Gachakathaa

ଯେଉଁ ଗଛର ଚେରକୁ
ଉପାଡ଼ି ପାରିଲାନି ମହାବାତ୍ୟା
ତାକୁ କାଟିବା କ’ଣ ଠିକ୍ କଥା ?

ଗଛକଥା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଏଥର ଗାଆଁକୁ ଗଲେ
ପଚାରିବି ଗଛ କଥା ।

ଯେଉଁ ଗଛର ଚେରକୁ
ଉପାଡ଼ି ପାରିଲାନି ମହାବାତ୍ୟା
ତାକୁ କାଟିବା କ’ଣ ଠିକ୍ କଥା ?

ଏଇ ଗଛ ତଳେ
ଜେଜଙ୍କ ସମାଧିର ଭଙ୍ଗା ଇଟା
ଇଟା ଉପରେ ଉଇହୁଙ୍କା
ମା’ ଏଇଠି କ୍ଷୀର ତାଟିଆ ଥୁଏ
କିଏ ପିଇଯାଏ କେଜାଣି
ମା’ କହେ ତୋ ଜେଜ
ଦଣ୍ଡବତ !

ଏଇ ଗଛତଳେ
ବାପାଙ୍କ ଖରାବେଳ
ବୋଉ ଦେଇଯାଏ ବିଡ଼ିଆ ପାନ ଦି’ଖଣ୍ଡ
ପତ୍ର ଗହଳରୁ ହସିଦିଏ ହଳଦୀ ବସନ୍ତ ।
ଗଛ କାଟିବା ଦିନୁ
ବାପା ନିସ୍ତବ୍ଧ
କଟାଗଣ୍ଡି ପରି ବାପାଙ୍କୁ ପକ୍ଷାଘାତ ।

ଜେଜଙ୍କ ବଙ୍କୁଲିବାଡ଼ି
ବାପାଙ୍କ ନାଲି ଗାମୁଛା
ମୋ ଛାତିର ଦୁକୁଦୁକି
ସାଇତିଥିଲି ଗଛ କୋରଡ଼ରେ ।
ଗଛ ନୁହେଁ ବାପା
ଆମ ଅତୀତକୁ ହାଣିହୁଣି
କିଏ ମିଶାଇ ଦେଇଚି ମାଟିରେ ।

ପ୍ରେମିକା ସହ ଗୋଟିଏ ଜହ୍ନରାତି
କାଟିବାର କଥା ଥିଲା ଏଇ ଗଛତଳେ
ପତ୍ରର ଫାଙ୍କରୁ ଅନ୍ୟମନସ୍କ ଜହ୍ନରାତିକୁ
ବାନ୍ଧି ଥାଆନ୍ତି ତା’ ଉନ୍ମୁତ୍ତ ବେଣୀରେ ।

ତମେ କ’ଣ ଦେଖିପାର
ଗଛର ସବୁଜ ରକ୍ତ
ଗଛମୂଳେ ବସି
ରଜାପୁଅ ପାଲଟିଯାଏ ବୁଦ୍ଧ ।

ଜାଣିଥା’ ଭାଇ
ଗଛ କାଟିବା ସହଜ
ଗଛ ପରି ହେବା ବଡ଼ କଷ୍ଟ ।

1 Comment

1 Comment

  1. ବାସନ୍ତି ଦାସ

    April 24, 2017 at 9:15 pm

    ଡଃ ଦିଲ୍ଲିପ୍ ମହାନ୍ତି କଂ ଗଛକଥା ବାସ୍ତବ କଥା । ଖୁବ୍ ଭଲ ଲାଗିଲା ।ଅନ୍ନପୂର୍ନା ମହାନ୍ତି କଂ କବିତା ମନଛୁଆଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top