ଟିକି ମନକୁ ରଖିବ ସଫା ନକରି କେବେ କଳି ଟିକେ ଅନ୍ଧାର ଦୂରେଇ ଦିଏ ଟିକି ଦୀପଟେ ଜଳି ।
ମାଆ କଥା ମାନେ ଯିଏ ଭଲ ପିଲା ସେହିରେ ତା ସେବାରେ ମନ ଦେଲେ ଯଶ ରହେ ମହୀରେ ।
ଏହି 'ଶ' ଗୋଟିଏ ଅବର୍ଗ ବ୍ୟଞ୍ଜନ ବର୍ଣ୍ଣ , ଲେଖିବା ପାଇଁ ଲୋଡ଼ା ଅର୍ଦ୍ଧ ଚନ୍ଦ୍ର, ପୁଣି ପୂର୍ଣ୍ଣ ଚନ୍ଦ୍ର ।
ସରିଗଲା ଏବେ ଲେଖା ଲେଖି କଥା, ବର୍ଗେ ଜ କୁ ଭଲେ ଭଲେ ଶିଖିବା ପ୍ରଥା ,
ଦେଖ ଦେଖ ମୁଁ ଯାଉଛି ଅଙ୍ଗନବାଡ଼ି, କାଲି ଶିଖିଥିଲି ' ଅ' ଆଜି 'ଆ' ର ପାଳି, ଲେଖା ଆଉ ପଢ଼ା କରିଦେଲେ ଭଲକରି, ମାମୁଁ ଆଣିଦେବେ ଖେଳଣା ଭଳିକି...
ଛୋଟ ବୀଜଟିଏ ଅଙ୍କୁରିତ ହୋଇ ହୋଇଥାଏ ମହାଦ୍ରୁମ ଛୋଟ ଜୀବଟିଏ ପିମ୍ପୁଡ଼ି ପାଇଁକି ହାତୀ ଭାବିଥାଏ ଯମ ।
ମୋ ରାବକୁ ଶୁଣି ଶୀଘ୍ର ଉଠିବ ଏହି ଚିନ୍ତା କରି ମନେ ସ୍ଵରଟି ମୋହର ହେଲା ଶ୍ରୁତିକଟୁ ଠାକୁରଙ୍କ ବରଦାନେ ।
ଦରକାର ବେଳେ ନ ପାଇ ଜିନିଷ ରାଗେ ହେବ ତମତମ , ଫିଙ୍ଗା ଫୋପଡ଼ା ଭଙ୍ଗା ରୁଜା କରି ଦ୍ରବ୍ୟ କ୍ଷତି ହେବ ତୁମ ।
ସନ୍ତସନ୍ତିଆ ଜାଗାକୁ ଦେଖି ସେଇଠି ସିଏ ରୁହେ ପୋକ,ମଇଳା ଏସବୁ ଖାଇ ଆରାମରେ ସେ ଥାଏ ।
ଗାଆଁକୁ ସୁନ୍ଦର ବାଡ଼ି ଓ ବଗିଚା ଘରେ ଘରେ ଗାଈ ଛେଳି , ପିଲାଙ୍କୁ ସୁନ୍ଦର ଖେଳୁଥିଲେ ଖେଳ ହାତେ ମିଠା କରତାଳି ।
ଆପଣଙ୍କ ମତାମତ