କବିତା

ସୁନ୍ଦର

Kanishtha Kishore Sahu's odia poem for children Sundara

ଗାଆଁକୁ ସୁନ୍ଦର ବାଡ଼ି ଓ ବଗିଚା
ଘରେ ଘରେ ଗାଈ ଛେଳି ,
ପିଲାଙ୍କୁ ସୁନ୍ଦର ଖେଳୁଥିଲେ ଖେଳ
ହାତେ ମିଠା କରତାଳି ।

ସୁନ୍ଦର

ପାହାଡ଼ ସୁନ୍ଦର ଗଛ ଓ ପତର
ନଈ କୁ ପାଣିର ଧାର
ସ୍କୁଲ କୁ ସୁନ୍ଦର ପାଠପଢ଼ା ହେଲେ
ପିଲାଙ୍କୁ ବହି ପତର ।

ଗାଆଁକୁ ସୁନ୍ଦର ବାଡ଼ି ଓ ବଗିଚା
ଘରେ ଘରେ ଗାଈ ଛେଳି ,
ପିଲାଙ୍କୁ ସୁନ୍ଦର ଖେଳୁଥିଲେ ଖେଳ
ହାତେ ମିଠା କରତାଳି ।

ଚଢ଼େଇ ସୁନ୍ଦର ଶୁଆ ଆଉ ଶାରୀ
ବସିଥିଲେ ଗଛ ଡାଳେ ,
ଛାଇ କୁ ସୁନ୍ଦର ବର ଓ ପିପ୍ପଳ
ଲୋକେ ଥିଲେ ଗଛ ମୂଳେ ।

ଗଛକୁ ସୁନ୍ଦର ଫୁଲ ଫଳ ପତ୍ର
ପୁରିଥିଲେ ଗଛ ଡାଳେ ,
କାମକୁ ସୁନ୍ଦର ଯଦି ହୋଇଯିବ
ସ୍ମରଣୀୟ କାଳେ କାଳେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top