କବିତା

ବେଙ୍ଗୁଲି ନାନୀ

Gupteshwar Nanda's odia poem for children Benguli Naani

ସନ୍ତସନ୍ତିଆ ଜାଗାକୁ ଦେଖି
ସେଇଠି ସିଏ ରୁହେ
ପୋକ,ମଇଳା ଏସବୁ ଖାଇ
ଆରାମରେ ସେ ଥାଏ ।

ବେଙ୍ଗୁଲି ନାନୀ

କେଁକଟର କରୁଛି ଆମ
ବେଙ୍ଗୁଲି ନାନୀ ଦେଖ
ପାଣି ରହିଛି ଯେଉଁଠି ସିଏ
ପାଉଛି କେତେ ସୁଖ ।

ସନ୍ତସନ୍ତିଆ ଜାଗାକୁ ଦେଖି
ସେଇଠି ସିଏ ରୁହେ
ପୋକ,ମଇଳା ଏସବୁ ଖାଇ
ଆରାମରେ ସେ ଥାଏ ।

ବର୍ଷା ବେଳେ ପାଣି ଭିତରେ
ନିଜ ଦଳରେ ଥାଏ
ଚାଷ ପାଇଁ କି ବରଷା ଭଲ
ଏକଥା କହୁ ଥାଏ ।

ସାପ କି ଚିଲ ଦେଖିଲେ ସିଏ
ବହୁତ ଡରି ଯାଏ
ତାଙ୍କ ପାଖରୁ ବଞ୍ଚିବା ପାଇଁ
ଆମ ଘରକୁ ଧାଏଁ ।

ଦିନ ତମାମ ଅନ୍ଧାର ଘରେ
ବିଶ୍ରାମ ନେଇଥାଏ
ସଞ୍ଜ ଆସିଲେ ଖାଦ୍ୟ ସଂଗ୍ରହ
କରିବା ପାଇଁ ଯାଏ ।

ବେଙ୍ଗଟି କେବେ କାହାର କିଛି
ଅନିଷ୍ଟ କରେ ନାହିଁ
ତାକୁ ଦେଖିଲେ ସୁନା ପିଲାଏ
କେବେ ମାରିବ ନାହିଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top