ମୁଁ ରାବିଦେଲେ କାହିଁକି ତୁମକୁ
ବିରକ୍ତି ଲାଗୁଛି ଏତେ
ସକାଳୁ ସକାଳୁ ମୋ ରାବ ଶୁଣି
ଉଠ ନୀତି କୁହ ମୋତେ ?
ମୋ ରାବକୁ ଶୁଣି ଶୀଘ୍ର ଉଠିବ
ଏହି ଚିନ୍ତା କରି ମନେ
ସ୍ଵରଟି ମୋହର ହେଲା ଶ୍ରୁତିକଟୁ
ଠାକୁରଙ୍କ ବରଦାନେ ।
ତୋହର କାନରେ ମୋ ସ୍ୱର ବାଜିକି
ହୋଇଲେ ଶ୍ରୁତି ମଧୁର
ମଠ ହେଲା କହି ସଅଳ ବାବୁରେ
ଛାଡ଼ିବୁ କି ଶଯ୍ୟା ତୋର ?
ଘରକୁ ତୋର କୁଣିଆ ଲୋକ କେ
ଆସିବା ଜାଣିଲେ ମୁହିଁ
କା କା କରିକି ରାବିଲେ ଦୁଆରେ
ଖବର ପାଉରେ ତୁହି ।
ଦେଖିବା ମାତ୍ରେ ମାରିବାକୁ ଧାଉଁ
କାହିଁକି କହ ହେ ନର
ସଂସାର ର ସବୁ ମଇଳା ଖାଇ
ଭଲ କି କରୁନି ତୋର ?
ସେଇଥି ପାଇଁ ରେ ମଣିଷ ତୁହି
ନକର ଘୃଣା କାହାକୁ
ମହତ୍ତ୍ୱ ଥିବାରୁ ସୃଷ୍ଟିକର୍ତ୍ତା ଜାଣ
ଗଢ଼ିଛି ସବୁ ଜୀବଙ୍କୁ ।