କବିତା

ସାଇତି ରଖିବା, ସଜାଇ ରଖିବା

Kanishtha Kishore Sahu's odia poem for children Saiti Rakhiba, Sajai Rakhiba

ଦରକାର ବେଳେ ନ ପାଇ ଜିନିଷ
ରାଗେ ହେବ ତମତମ ,
ଫିଙ୍ଗା ଫୋପଡ଼ା ଭଙ୍ଗା ରୁଜା କରି
ଦ୍ରବ୍ୟ କ୍ଷତି ହେବ ତୁମ ।

ସାଇତି ରଖିବା, ସଜାଇ ରଖିବା

ବିଦ୍ୟଳୟୁ ଫେରି ପ୍ୟାଣ୍ଟ୍‌ ସାର୍ଟ୍‌ ସହ
ବହି ପତ୍ର ଫିଙ୍ଗିଦେଲେ,
ହାତ ଗୋଡ଼ ମୁହଁ ନ ଧୋଇ ବୁଲିଲେ
ଠିକ୍‌ ନୁହେଁ କେତେବେଳେ ।

ଯେଉଁଠି ଯେଭଳି ଦରବ ରହିବ
ନ ରଖିଲେ ସେହି ସ୍ଥାନେ ,
ସମୟ ଶକତି ଅପଚୟ ହେବ
ନ ପାଇକି ନିଜ ମନେ ।

ଦରକାର ବେଳେ ନ ପାଇ ଜିନିଷ
ରାଗେ ହେବ ତମତମ ,
ଫିଙ୍ଗା ଫୋପଡ଼ା ଭଙ୍ଗା ରୁଜା କରି
ଦ୍ରବ୍ୟ କ୍ଷତି ହେବ ତୁମ ।

ବାଳୁତ କାଳରୁ ଏଭଳି ଅଭ୍ୟାସ
ଭଵିଷ୍ୟତେ ଶୁଭ ଫଳ ,
ଏହି ଭଳି ବ୍ୟକ୍ତି ଜୀବନରେ କେବେ
ହୋଇ ନ ଥାଏ ବିଫଳ ।

ଏଭଳି ଅଭୟାସେ ଦାୟିତ୍ୱ ସମ୍ପନ୍ନ
ଶୃଙ୍ଖଳିତ ହୁଏ ଛାତ୍ର ,
ଯତ୍ନଶୀଳତା ହିଁ ତାକୁ କରିଥାଏ
ସମାଜେ ଚାରୁ ନକ୍ଷତ୍ର ।

ଜିନିଷ ପତ୍ରକୁ ସଜାଇବା ସଙ୍ଗେ
ସାଇତି ରଖିଲେ ଭଲ,
କରି ପାରୁଥିଲେ ଭଲ ଗୁଣଟିଏ
ଲାଭଟା ଅମୂଲ୍ୟ ମୂଲ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top