ପଟ୍ଟଚିତ୍ର ସବୁ, ନିଜ ଉଦାର ପଣରେ, ଆଉ ମଣିଷପଣିଆର ଦିବ୍ୟ ସ୍ପର୍ଶ ଦେଇ, ଆପଣାର କରିନେବା ପାଇଁ ।
ଗାରର ଗରିଷ୍ଠ ଗାରିମାରେ ଗରୀୟାନ୍ ଏ ମାଟି ଏ ମୋହ ମମତା ମୋହର ମହାନତାରେ ମାର୍ମିକ ମଣିଷର ମନ ମିଜାଜ ବିବିଧ, ବିଚ୍ଛିନ୍ନତା, ବିବିଧାୟନରେ ବାରିହୁଏ ବାହସ୍ପଟ ବରିଷ୍ଠ ବିଶ୍ୱାସ...
ଖରା, ବର୍ଷା, କାକର ଧୂଳି, ମାଟି, ରାସ୍ତାର ଗୋବର ଏ ସବୁଠୁ ବଞ୍ଚାଇବାର ସାମର୍ଥ୍ୟ ଥାଏ ଏକ ବାପାର
ଏ କଥା କ'ଣ ପୁଅ ବୁଝେ ମାଟିମୁଠାକୁ ଟଙ୍କା ମୁଠାଏ ମାଟି ବଦଳରେ ଲୋଡ଼ା କଂକ୍ରିଟ୍ ଆଭିଜାତ୍ୟ ।
କାହିଁ ଦୂରେ ଶୈଶବ ଅତୀତ, ଧୂଳିଖେଳ ଶୃତି ଅତି ପ୍ରାୟ ବିତ୍ତ ।
ବଡ଼ିସକାଳୁ ନୂଆ ବୋହୂଟି ସାରି ଘରର ବାସି ପାଇଟି ଲିପେ ଚଉରା ପୂଜେ ତୁଳସୀ ପରିବାରର ଶୁଭ ମନାସୀ ବୁନ୍ଦାବତୀକୁ ଧ୍ୟାୟୀ ସେହି ମୋ ଗାଁ ଭୂଇଁ
ପହଞ୍ଚି ସାରିଲେ ଖାଲି ହୁଏ ଦେହ ସମ୍ପର୍କର ହୁଏ ଇତି ସ୍ମୃତିର ଡାଏରୀରେ ବଦଳିଯାଏ ତାରିଖ ଆଗକୁ ମାଡ଼ିଚାଲେ ପାଦ ।
ବେଳେବେଳେ କହିବା ଆଗରୁ କିଛି କଥା ସରିଯାଏ ମୋର, ସରିବା ଆଗରୁ କବିତା ବୁଝିନେଇ ହଁ ହଁ ଶୁଭେ ତମର ।
କେତେ ଶାନ୍ତ, କେତେ ସରଳ, ସ୍ରଷ୍ଟାଙ୍କର ଏ ସୃଷ୍ଟି ପ୍ରକ୍ରିୟା ! କିନ୍ତୁ କେତେ ଜଟିଳ, କେତେ ଦୁର୍ଭେଦ୍ୟ ଆମର ଏ ସାମାଜିକ ବନ୍ଧନ ?
ମାଆ ର ଅନ୍ଧାର ନିଭୃତ ଗର୍ଭରୁ ମୋହ ଭରା ବଣ ପାହଡ କୋଳରୁ ନିର୍ଝରଣୀ ସମ କୁଳୁ କୁଳୁ ନାଦେ.... ଝରି ଆସେ ଅହରହ ....ଜୀବନ ଏକ ...।
ଆପଣଙ୍କ ମତାମତ