କେବେ ନା କେବେ
କେଉଁଠି ନା କେଉଁଠି
କାହାରି ନା କାହାର
ଦିବ୍ୟ ହାତ ଲମ୍ୱି ଆସେ
ଆଶ୍ୱାସନାର,
ବିଶ୍ୱାସର,
ମନକୁ ବୁଝିନେବାର,
ଭଲ ପାଇବାର
ବୀଜ ମନ୍ତ୍ରରେ
ମନ୍ତ୍ରି ଦେବାକୁ
ଦୁଃଖ, ଆଉ ଜାତନାରେ
ଲହୁ ଲୁହାଣ
ମଣିଷମାନଙ୍କୁ,
ପୋଛି ଦେବାକୁ
ପୋଛି ଦେବାକୁ
ଯନ୍ତ୍ରଣାର ଅସରନ୍ତି
ପଟ୍ଟଚିତ୍ର ସବୁ,
ନିଜ ଉଦାର ପଣରେ,
ଆଉ ମଣିଷପଣିଆର
ଦିବ୍ୟ ସ୍ପର୍ଶ ଦେଇ,
ଆପଣାର କରିନେବା ପାଇଁ ।
ଦୁଃଖରେ ଛଟପଟ୍
ହେଉଥିବା ମଣିଷମାନଙ୍କୁ
କ୍ରୁର ସମୟର
ତାଡ଼ନାରେ
ଠେଲି ହୋଇ ଯାଇଥିବା,
ଅବା କେଉଁ କାମବାଦୀ
ରାକ୍ଷସଙ୍କ
ପାଦ ତଳେ
ଚାପି ହୋଇଯାଇଥିବା
ଅନଃସାର ଶୂନ୍ୟ
କଙ୍କାଳମାନଙ୍କୁ
ଠିକ୍ ଦେବଦୂତ ପରି !