ଆପଣାପଣକୁ
ଧରିପାରିବା ପରେ ବି
ଖସିଯାଏ ଥରକୁ ଥର
ସମୟର ବ୍ୟବଧାନରେ ।
ପହଞ୍ଚି ସାରିଲେ
ଖାଲି ହୁଏ ଦେହ
ସମ୍ପର୍କର ହୁଏ ଇତି
ସ୍ମୃତିର ଡାଏରୀରେ
ବଦଳିଯାଏ ତାରିଖ
ଆଗକୁ ମାଡ଼ିଚାଲେ ପାଦ ।
ପୁଣି ଅନ୍ୟ ଦଖଲରେ
କେଇ ଘଣ୍ଟାର ରାଜିନାମା
ସବୁ ସମ୍ପର୍କ ଆଉ ଆପଣାପଣ
ମିଛ ସତର
ଗୁଣନ ବା ହରଣ ।
ସିଟ୍ଟା କେବଳ ରହିଥାଏ
ବାଟବଣା ହୁଏ ସମ୍ପର୍କ ସବୁ
ବଦଳୁଥାଏ ଯାହା ଯାତ୍ରୀ
ଥରକୁ ଥର ।
