ଅନୁବାଦ ସାହିତ୍ୟ

କ୍ୟାବିନେଟ ମିଶନ ଯୋଜନା ଏବଂ ନେହେରୁଙ୍କ ଭୁଲ

Cabinet Mission Jojanaa Ebn Neherunka Bhul Blunder number - 07 by Jawaharlaal Nehru

ପ୍ରଧାନମନ୍ତ୍ରୀ ଆଟ୍‌ଲିଙ୍କ ଦ୍ୱାରା ୧୯୪୬ ମସିହା ମେ ୧୬ ତାରିଖରେ ହାଉସ୍‌ ଅଫ୍‌ କମନ୍ସରେ ଘୋଷଣା କରାଯାଇଥିଲା, ଯେଉଁଥିରେ ଅନ୍ୟ ବିଷୟଗୁଡ଼ିକ ମଧ୍ୟରେ କୁହାଯାଇଥିଲା ଯେ ପାକିସ୍ତାନ ସଂଖ୍ୟାଲଘୁ ସମସ୍ୟାର କୌଣସି ସମାଧାନ ନୁହେଁ।

ପ୍ରଧାନମନ୍ତ୍ରୀ କ୍ଲେମେଣ୍ଟ୍‌ ଆଟ୍‌ଲି ୧୫ ମାର୍ଚ୍ଚ ୧୯୪୬ ରେ ହାଉସ୍‌ ଅଫ୍ କମନ୍ସକୁ କହିଥିଲେ “ଯଦି ଭାରତ ସ୍ୱାଧୀନତା ପାଇଁ ନିର୍ବାଚିତ କରୁଛି ତେବେ ତା’ର ଏପରି କରିବାର ଅଧିକାର ଅଛି । ” ଶେଷରେ ବ୍ରିଟିଶ୍‌ରାଜ ନିଜ ଜିନିଷ ସାଉଁଟି ଭାରତ ଛାଡିବାକୁ ନିଷ୍ପତ୍ତି ନେଇଥିଲା । ଏକ ବ୍ରିଟିଶ କ୍ୟାବିନେଟ ମିଶନ ଗଢ଼ାହେଲା ଯାହା ତିନି ଜଣ କ୍ୟାବିନେଟ ମନ୍ତ୍ରୀ ଯଥା – ଲର୍ଡ ପେଥିକ୍-ଲରେନ୍ସ (ଭାରତର ରାଜ୍ୟ ସଚୀବ), ସାର୍ ଷ୍ଟାଫୋର୍ଡ କ୍ରିପ୍ସ (ବାଣିଜ୍ୟ ବୋର୍ଡର ସଭାପତି) ଏବଂ ଏ. ଭି. ଆଲେକଜାଣ୍ଡାର – (ଆଡମିରାଲ୍ଟିର ପ୍ରଥମ ଲର୍ଡ) । ୨୩ ମାର୍ଚ୍ଚ ୧୯୪୬ ରେ ସେମାନେ ଭାରତରେ ପହଞ୍ଚିଥିଲେ, ବ୍ରିଟେନର ପ୍ରଧାନମନ୍ତ୍ରୀ କ୍ଲେମେଣ୍ଟ୍‌ ଆଟ୍‌ଲିଙ୍କ ଉଦ୍ୟମରେ ଭାରତୀୟ ସ୍ୱାଧୀନତା ଏବଂ ଭାରତୀୟ ନେତୃତ୍ୱକୁ କ୍ଷମତା ହସ୍ତାନ୍ତର ବିଷୟରେ ଆଲୋଚନା ଏବଂ ଯୋଜନା କରିବାକୁ । ଆଇ. ଏନ୍. ସି. (ଭାରତୀୟ ଜାତୀୟ କଂଗ୍ରେସ) ଏବଂ ଆଇ. ଏମ୍. ଏଲ୍. (ଅଖିଳ ଭାରତୀୟ ମୁସଲିମ୍ ଲିଗ୍) ସହିତ ସେମାନଙ୍କର ଆଲୋଚନା ଉଭୟଙ୍କୁ ଗ୍ରହଣଯୋଗ୍ୟ ଏକ ସାଧାରଣ ଆଧାର ପ୍ରଦାନ କରିନଥିଲା । ଆଗକୁ ବଢ଼ିବା ପାଇଁ, କ୍ୟାବିନେଟ୍‌ ମିଶନ୍‌ ଏକତରଫା ଭାବେ ଏକ ଯୋଜନା (“୧୬ ମଇ କ୍ୟାବିନେଟ୍‌ ମିଶନ୍‌ ଯୋଜନା”) ର ପ୍ରସ୍ତାବ ଦେଇଥିଲା, ଯାହା ପ୍ରଧାନମନ୍ତ୍ରୀ ଆଟ୍‌ଲିଙ୍କ ଦ୍ୱାରା ୧୯୪୬ ମସିହା ମେ ୧୬ ତାରିଖରେ ହାଉସ୍‌ ଅଫ୍‌ କମନ୍ସରେ ଘୋଷଣା କରାଯାଇଥିଲା, ଯେଉଁଥିରେ ଅନ୍ୟ ବିଷୟଗୁଡ଼ିକ ମଧ୍ୟରେ କୁହାଯାଇଥିଲା ଯେ ପାକିସ୍ତାନ ସଂଖ୍ୟାଲଘୁ ସମସ୍ୟାର କୌଣସି ସମାଧାନ ନୁହେଁ ।

୧୯୪୬ରେ ତାଙ୍କ ପ୍ରେସିଡେନ୍ସିର ଆରମ୍ଭରେ ନେହେରୁ ଏକ ଭୁଲ କରିଥିଲେ । ଅଖିଳ ଭାରତୀୟ କଂଗ୍ରେସ କମିଟି ଦ୍ୱାରା ୧୬ ମେ ରେ , କ୍ୟାବିନେଟ ମିଶନ ଯୋଜନାର କଂଗ୍ରେସ କାର୍ଯ୍ୟ ସମିତିର ସ୍ୱୀକୃତି ପରେ, ନେହେରୁ ୭ ଜୁଲାଇ ୧୯୪୬ ରେ ଅଖିଳ ଭାରତୀୟ କଂଗ୍ରେସ କମିଟିରେ ମନ୍ତବ୍ୟ ଦେଇଥିଲେ “ଆମେ ସମ୍ବିଧାନ ସଭାକୁ ଯିବାକୁ ନିଷ୍ପତ୍ତି ନେଇଛୁ । ” ତିନି ଦିନ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଘୋଷଣା କରିଥିଲେ ଯେ କଂଗ୍ରେସ “ରାଜିନାମା/ସର୍ତ୍ତାବଳିରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ” ହେବ, ଏବଂ “କେନ୍ଦ୍ର ସରକାର କ୍ୟାବିନେଟ୍‌ ମିଶନର କଳ୍ପନାଠାରୁ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ଅଛି” । ଏହା ପରେ ନେହେରୁ ପ୍ରସ୍ତାବିତ ଗୋଷ୍ଠୀ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।

ଜିନ୍ନା ବ୍ରିଟିଶମାନଙ୍କ ସହ ତର୍କ କରିଥିଲେ ଯେ ନେହେରୁଙ୍କ ମନ୍ତବ୍ୟ ମେ ୧୬ ଯୋଜନାର “ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ” ଏବଂ ତେଣୁ ବ୍ରିଟିଶ ସରକାର ସେହି ଅନୁଯାୟୀ ଘୋଷଣା କରିବା ଉଚିତ ଯେ କଂଗ୍ରେସ ପ୍ରକୃତରେ ମେ ୧୬ କ୍ୟାବିନେଟ୍‌ ମିଶନ ଯୋଜନାକୁ ଗ୍ରହଣ କରିନାହିଁ । ବ୍ରିଟିଶ ସରକାରଙ୍କ ତରଫରୁ ଏହି ପ୍ରସଙ୍ଗରେ କୌଣସି କାର୍ଯ୍ୟନୁଷ୍ଠାନର ଅନୁପସ୍ଥିତିରେ, ଜିନ୍ନା ଚରମ ପଦକ୍ଷେପ ନେଇଥିଲେ ସେ ମୁସଲିମ ଲିଗକୁ ମେ ୧୬ ଯୋଜନାର ସ୍ୱୀକୃତି ପ୍ରତ୍ୟାହାର କରିବାକୁ କହିଥିଲେ, ଏବଂ “ପାକିସ୍ତାନ ହାସଲ କରିବା ପାଇଁ ସିଧାସଳଖ କାର୍ଯ୍ୟାନୁଷ୍ଠାନ” ଆରମ୍ଭ କରିବାକୁ ଏକ ଭୟଙ୍କର ଆହ୍ୱାନ ଦେଇଥିଲେ ।

୧୯୪୬ ଅଗଷ୍ଟ ୧୬ କୁ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଦିବସ ଭାବରେ ପାଳନ କରିବାକୁ ଆହ୍ୱାନ କରି ଜିନ୍ନା କହିଥିଲେ “ଆଜି ଆମେ ସାମ୍ବିଧାନିକ ପଦ୍ଧତିକୁ ବିଦାୟ ଜଣାଉଛୁ । ସବୁ ସମୟରେ, ବ୍ରିଟିଶ ଏବଂ କଂଗ୍ରେସ ହାତରେ ଏକ ପିସ୍ତଲ ଧରିଥିଲେ, ଗୋଟିଏ କ୍ଷମତା ଏବଂ ଅସ୍ତ୍ରଶସ୍ତ୍ରର ଏବଂ ଅନ୍ୟଟି ଜନ ସଂଗ୍ରାମ ଏବଂ ଅସହଯୋଗର । ଆଜି ଆମେ ମଧ୍ୟ ଏକ ନକଲି ପିସ୍ତଲ ତିଆରି କରିଛୁ ଏବଂ ଏହାକୁ ବ୍ୟହାର କରିବାର ସ୍ଥିତିରେ ଅଛୁ । ”

ଏହାର ପରିଣାମ ଥିଲା କଲିକତା ନରସଂହାର, ମହାନ କଲିକତା ହତ୍ୟାକାଣ୍ଡ, ମୁସଲିମ ଲିଗ୍ ଦ୍ୱାରା ପ୍ରବର୍ତ୍ତିତ ସବୁଠାରୁ ଭୟାବହ ସାମ୍ପ୍ରଦାୟିକ ଦଙ୍ଗା, ଯେଉଁଥିରେ ୫,୦୦୦ ରୁ ୧୦,୦୦୦ ଲୋକ ପ୍ରାଣ ହରାଇଥିଲେ, ୧୫,୦୦୦ ଆହତ ହୋଇଥିଲେ ଏବଂ ପ୍ରାୟ ଏକ ଲକ୍ଷ ଲୋକ ବାସହୀନ ହୋଇଥିଲେ !

ଅଖଣ୍ଡ ଭାରତର ଯୋଜନାକୁ ନେହେରୁଙ୍କ ବେପରୁଆ ପଦକ୍ଷେପ କିପରି ବା ଫଳପ୍ରଦ ହୋଇଥାନ୍ତା, ପାକିସ୍ତାନ ପାଇଁ ଜିନ୍ନାଙ୍କ ଆହ୍ୱାନକୁ ତ୍ୱରାନ୍ୱିତ କରିଥିଲା ଏବଂ ଏହାର ଫଳସ୍ୱରୂପ ଉପରୋକ୍ତ ଭୟଙ୍କର ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଉଭୟ ନେହେରୁଙ୍କ ଭୁଲ, ଜିନ୍ନାଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦ୍ୱାରା ପଟେଲ ଚକିତ ହୋଇଥିଲେ । ପଟେଲ ଡିପି ମିଶ୍ରଙ୍କୁ ଲେଖିଥିଲେ “ଯଦିଓ ନେହେରୁ ଚତୁର୍ଥ ଥର ପାଇଁ (ରାଷ୍ଟ୍ରପତି) ନିର୍ବାଚିତ ହୋଇଛନ୍ତି, ସେ ପ୍ରାୟତଃ ଶିଶୁ ଭଳି ନିର୍ଦ୍ଦୋଷତାର ସହ କାର୍ଯ୍ୟ କରନ୍ତି… କିନ୍ତୁ ଆମେ ଆମର କ୍ରୋଧକୁ ନିଜ ଉପରେ ପ୍ରଭାବ ପକାଇବାକୁ ଦେବା ଉଚିତ୍ ନୁହେଁ… ତାଙ୍କର ସାମ୍ବାଦିକ ସମ୍ମିଳନୀ ଏକ ଭାବପ୍ରବଣତାପୂର୍ଣ୍ଣ କାର୍ଯ୍ୟ ଥିଲା… ”

ମୌଲାନା ଆଜାଦ ନେହେରୁଙ୍କ କାର୍ଯ୍ୟକୁ “ସେହି ଦୁର୍ଭାଗ୍ୟଜନକ ଘଟଣା ମଧ୍ୟରୁ ଗୋଟିଏ ଯାହା ଇତିହାସର ଗତିପଥ ବଦଳାଇ ଦେଇଛି” ବୋଲି କହିଛନ୍ତି ।

ମୌଲାନା ଆଜାଦ ତାଙ୍କ ଆତ୍ମଜୀବନୀ ‘ଇଣ୍ଡିଆ ୱିନ୍ସ ଫ୍ରିଡମ୍”ରେ ସ୍ୱୀକାର କରିଛନ୍ତି “ସର୍ଦ୍ଦାର ପଟେଲଙ୍କୁ ସମର୍ଥନ ନକରିବା ମୋର ଭୁଲ ଥିଲା । ଅନେକ ପ୍ରସଙ୍ଗରେ ଆମର ମତଭେଦ ଥିଲା, କିନ୍ତୁ ମୁଁ ନିଶ୍ଚିତ ଯେ ଯଦି ସେ ମୋ ପରେ କଂଗ୍ରେସ ଅଧ୍ୟକ୍ଷ ହୋଇଥାନ୍ତେ, ତେବେ ସେ ଦେଖିଥାନ୍ତେ ଯେ କ୍ୟାବିନେଟ ମିଶନ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହୋଇଛି । ସେ କଦାପି ଜବାହରଲାଲଙ୍କୁ ସେ ଭୁଲ କରିବାକୁ ଦେଇ ନ ଥାନ୍ତେ ଯାହା ଶ୍ରୀ ଜିନ୍ନାଙ୍କୁ ଯୋଜନା, ଏବଂ ପରେ ତା ଉପରେ କାର୍ଯ୍ୟ କରିବାକୁ ଦେଲା । ମୁଁ ନିଜକୁ କେବେ କ୍ଷମା କରିପାରିବି ନାହିଁ, ଯେତେବେଳେ ମୁଁ ଭାବୁଛି ଯେ ଯଦି ମୁଁ ଏହି ଭୁଲଗୁଡିକ କରିନଥାନ୍ତି, ବୋଧହୁଏ ଗତ ଦଶ ବର୍ଷର ଇତିହାସ ଭିନ୍ନ ହୋଇଥାନ୍ତା । “

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top