କବିତା

ଅବଶୋଷର ଅନ୍ତର୍ଦ୍ଦାହ

Pritam Tripathy's odia poem Abashoshara Antardaaha

ତୁମ ଆଖିରେ ମୁଁ ଖୋଜି ପକାନ୍ତି
ପ୍ରେମର ଫେନିଳ ସାଗରକୁ..
ତୁମ ଓଠର ନାଲି ଲିପଷ୍ଟିକ ବି,
ଗଭୀର ଦାଗ ଦିଅନ୍ତା ମୋ ଛାତିରେ ।।

ତୁମେ ଥରେ ଆସନ୍ତନି…
ଆଞ୍ଜୁଳା ସମୟ ବାନ୍ଧି ତୁମ ପଣତରେ..
ଦୁଇ କପ୍ ଚା’ ରେ ହିଁ ଅଟକି ଯାଆନ୍ତା,
ଭୂଗୋଲକର ଗତି ।।

ତୁମ ଆଖିରେ ମୁଁ ଖୋଜି ପକାନ୍ତି
ପ୍ରେମର ଫେନିଳ ସାଗରକୁ..
ତୁମ ଓଠର ନାଲି ଲିପଷ୍ଟିକ ବି,
ଗଭୀର ଦାଗ ଦିଅନ୍ତା ମୋ ଛାତିରେ ।।

ତୁମ ହାତ ରେ ହାତ ଛନ୍ଦି
ମୁଁ ଖୋଲା ଆଖିରେ ଦେଖି ପାରନ୍ତି
ତୁମ ସହ ଶତାୟୁ ହେବାର ସ୍ୱପ୍ନ ।।

ତୁମ ଖୋଲା ବାଳରେ ଗାଢ଼ ନାଲିରଙ୍ଗର ଗୋଲାପ ଖୋସିଦେଇ ଭାବନ୍ତି…
ଏଇ ଯେ ସେ ଲାଲ ପରୀ
ଯିଏ ନିଇତି ସପନେ ଆସି କରେ ମୋ ନିଦ ଚୋରି ।।

ଏମିତି କେତେ କଣ ଭାବୁ ଭାବୁ ଅଚାନକ ଭାଙ୍ଗିଗଲା ନିଦ…
ବୋଉ ସେପଟେ କହୁଥିଲା :- ଏତେ ସପନ କୁ ରାତି କାହିଁ !!!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top