ଅନୁବାଦ ସାହିତ୍ୟ

କାରାଗାରରେ ସାବରକରଜୀଙ୍କ ବ୍ୟବହାର

Hatya para raajaniti an odia translated version of Nathuram Vinayak Godse's book Maine Gandhi Vadh Kyon Kiya by Ritika Pattnaik

ଜନସମୂହର କୌଣସି ଜଣଙ୍କର ରାଷ୍ଟ୍ରୀୟ ସ୍ତରରେ କୌଣସି ସମସ୍ୟା ଜନିତ କ୍ଳେଶ ଅନୁଭୂତ ହେବ ତାହା ମୋର ବି ଚିନ୍ତା ଓ ଦୁଃଖର ବିଷୟ ହେବ । ରାଷ୍ଟ୍ର ହିତରେ ମୋର ହିତ । ରାଷ୍ଟ୍ରର ସ୍ୱାତନ୍ତ୍ର୍ୟ ରକ୍ଷା ହେବ ଏହି ପ୍ରକାର ଭାବନା ହୃଦୟରେ ଉତ୍ପନ୍ନ ହୁଏ ।

ପୂର୍ବରୁ

କାରାଗାରରେ ସାବରକରଜୀଙ୍କ ବ୍ୟବହାର

ଯେବେ ସାବରକରଜୀଙ୍କୁ ଗାନ୍ଧୀ ହତ୍ୟା ଅଭିଯୋଗରେ ଫସାଇ କାରାଗାରରେ ରଖାଗଲା, ସେ କେବେ କି ଅନ୍ୟ ଅଭିଯୁକ୍ତଙ୍କୁ କହିନଥିଲେ ଯେ ସେମାନେ ତାଙ୍କ ସହିତ କୌଣସି ପ୍ରକାରର ସଂପର୍କ ନ ରଖନ୍ତୁ । ତାଙ୍କୁ ଭୟ ନଥିଲା ଯେ ଏପରି କରିବା ଦ୍ୱାରା ସରକାରୀ ଓକିଲଙ୍କୁ ନିଜ ପକ୍ଷ ସୁଦୃଢ଼ କରିବାକୁ ପ୍ରମାଣ ପ୍ରାପ୍ତ ହୋଇପାରେ । ଯେଉଁଦିନମାନଙ୍କରେ ଗାନ୍ଧୀ ହତ୍ୟାକାଣ୍ଡର ସହଯୋଗୀଙ୍କୁ ସନ୍ଧାନ କରିବାକୁ ପ୍ରୟାସ ଜାରିଥିଲା ସେଇଦିନମାନଙ୍କରେ ବନ୍ଦୀ କରାଯାଇଥିବା ସମସ୍ତ ଅଭିଯୁକ୍ତଙ୍କୁ ବମ୍ବେର ଗୁପ୍ତଚର ବିଭାଗର କାର୍ଯ୍ୟାଳୟରେ ରଖାଗଲା । ସାବରକରଜୀଙ୍କ ବମ୍ବେର ଆର୍ଥର ଗୃହରେ ରଖାଯାଇଥିଲା । ନ୍ୟାୟିକ ହେପାଜତରେ ଅଧିକ ସମୟ ରଖିବା ପରିପ୍ରେକ୍ଷୀରେ ଥରେ ତାଙ୍କୁ ଚିଫ୍ ପ୍ରେସିଣ୍ଡେନ୍ସି ମାଜିଷ୍ଟ୍ରେଟଙ୍କଠାରେ ଉପସ୍ଥିତ କରାଗଲା । ସେତେବେଳେ ଅନ୍ୟ ଅଭିଯୁକ୍ତଙ୍କ ପାଇଁ ମଧ୍ୟ ଅଧିକ ସମୟ ମାଗିବାର ଥିଲା । ଅତଃ ସେମାନଙ୍କୁ ବି ସେଠାରେ ଉପସ୍ଥିତ କରାଗଲା । ସାବରକରଜୀଙ୍କୁ ସମ୍ମୁଖରେ ଦେଖିବା ମାତ୍ରେ ପ୍ରଥମ ଯେଉଁ ପ୍ରଶ୍ନ ମନକୁ ଆସିଲା ତାହା ଥିଲା କ’ଣ ସେ କିଛି କହିବା ମନୋସ୍ଥିତିରେ ଅଛନ୍ତି?

ଗାଡ଼ି ପାଇଁ ସମସ୍ତେ ବାରଣ୍ଡାରେ ଅପେକ୍ଷା କରିଥିଲେ । କିଛି କହିବା ଉଦ୍ଦେଶ୍ୟରେ ନାନା ଆପ୍‌ତେ ସାବରକରଜୀଙ୍କୁ କହିଲେ, “ପୁଲିସ ଅଧିକାରୀମାନେ କହିବା ସମୟରେ ତ ଏମିତି ଲାଗେ ସେମିତି ସେମାନଙ୍କ ମୁହଁରେ ଚିନି ଲାଗିଛି ।” ସାବରକରଜୀ ଖୋଲା ମନରେ ଉତ୍ତର ଦେବାକୁ ଯାଇ କହିଥିଲେ “ ଏଥିପାଇଁ ତାଙ୍କୁ ଧନ୍ୟବାଦ ଦେବା ଦରକାର । କାରଣ ଏମିତି କରିବାରେ ସେମାନଙ୍କ ଉପରେ କୌଣସି ପ୍ରକାର ବନ୍ଧନ ତ ନାହିଁ ।”

ସାବରକରଜୀଙ୍କ ଉତ୍ତର ଶୁଣି ଏପରି ଲାଗୁଥିଲା ଯେପରି ଏହି ଗିରଫଧାରୀରୁ ସାବରକରଜୀ ହତାଶ ନୁହଁନ୍ତି । ଏବଂ ଏପରି ବି ପ୍ରତୀତ ହେଉଥିଲା ସେ ଏପରି ଧାରଣା କରିନେଇଛନ୍ତି ଯେ ତାଙ୍କୁ ନ୍ୟାୟାଳୟ କାର୍ଯ୍ୟବିଧିକୁ ସାମ୍ନା କରିବାକୁ ପଡ଼ିବ । ସେହି ଅନୁସାରେ ସେ ନିଜ ମାନସିକ ସ୍ଥିତି ସୁଦୃଢ଼ କରିନେଇଥିଲେ । ଆଜି ପର୍ଯ୍ୟନ୍ତ ସଙ୍କଟଜନକ ପରିସ୍ଥିତିରେ ସାବରକରଜୀଙ୍କୁ ଧୈର୍ଯ୍ୟର ସହିତ ସାମ୍ନା କରିଥିବାର ସମସ୍ତେ ଦେଖି ଆସିଥିଲେ ଏବଂ ବନ୍ଦୀ ହିସାବରେ ମଧ୍ୟ ସମସ୍ତେ ତାଙ୍କୁ ସେହି ପ୍ରକାରର (ସେହି ରୂପରେ) ଦେଖୁଥିଲେ ।

ଦିଲ୍ଲୀର ଲାଲକିଲ୍ଲା ବନ୍ଦୀଗୃହରେ ଶଙ୍କର କିସ୍ତୈୟା ଏବଂ ବଡ଼ଗେଙ୍କୁ ଛାଡ଼ି ବାକି ସବୁ ଏକାଠି ରହୁଥିଲେ । ସମସ୍ତଙ୍କ ପ୍ରଥମ ଭେଟ ତା ୨୭/୦୫/୧୯୪୮ରେ ହେଇଥିଲା । ଆପ୍‌ତେ ଏବଂ ନାଥୁରାମଙ୍କ ସାବରକରଜୀଙ୍କ ସହିତ ଘନିଷ୍ଠ ସଂପର୍କ ଥିଲା । ନ୍ୟାୟାଳୟରେ ଅଥବା କାରାଗାରରେ ବି ସେହିପରି ସମ୍ବନ୍ଧ ଜାରି ରଖିବାରେ କୌଣସିି ସନ୍ଦେହ ଉପôନ୍ନ ହୋଇନଥାଆନ୍ତା । ତେଣୁ ଏପରି ସଂପର୍କ ଜାରି ନ ରଖିବାକୁ ସାବରକରୀଜୀ କେବେ ବି ଚିନ୍ତା କରିନଥିଲେ । ଜେଲର ଅତିରିକ୍ତ ନ୍ୟାୟାଳୟରେ ବି ଅବକାଶ କ୍ଷଣରେ ଅନ୍ୟ ସମସ୍ତ ଲୋକଙ୍କ ସହିତ ସେ ବିନା ସେଙ୍କାଚରେ କଥାବାର୍ତ୍ତାରେ ନିମଗ୍ନ ରହୁଥିଲେ ।

ଯେବେ ସମସ୍ତେ ପ୍ରଥମଥର ଭେଟିଲେ ସେ ପ୍ରତ୍ୟେକଙ୍କୁ ପଚାରିଲେ ପ୍ରଥମ ଜେରାରେ ପୁଲିସ ତଥା ନ୍ୟାୟାଳୟ କାହାଠୁ କିଭଳି କଥା ଓଗାଳିଲା । ସମସ୍ତଙ୍କ କଥା ଶୁଣି ସେ କହିଲେ ଏପରି ଜେରାରୁ କାହା କାହା ବିରୁଦ୍ଧରେ କ’ଣ କ’ଣ ପ୍ରମାଣ ଏକତ୍ରିତ କରାଯାଇପାରେ । ସେ ସମସ୍ତ ସମ୍ଭାବନାକୁ ବାକି ଅଭିଯୁକ୍ତଙ୍କ ସାମ୍ନାରେ ସ୍ପଷ୍ଟ କଲେ ।

ନାଥୁରାମଙ୍କୁ ସାବରକରଜୀ ‘ପଣ୍ଡିତ’ ଶବ୍ଦରେ ଗୌରାବାନ୍ୱିତ କରୁଥିଲେ । ଏହା ଦ୍ୱାରା ନିଜ ଉପରେ କୌଣସି ପ୍ରକାର ସମ୍ଭାବିତ ଆଞ୍ଚର ଚିନ୍ତା ତାଙ୍କୁ ଘାରିନଥିଲା । ନିଜ ଲିଖିତ ଉତ୍ତରରେ ବି ସେ ନାଥୁରାମଙ୍କ ସହିତ ପଣ୍ଡିତ ଶବ୍ଦକୁ ଯୋଡ଼ିଥିଲେ । ବହୁତ ବର୍ଷ ପୂର୍ବେ କୌଣସି ଏକ ବୟାନରେ ଯାହା ଟେପରେକର୍ଡ ଦ୍ୱାରା ସଂରକ୍ଷିତ କରାଯାଇଥିଲା ସେଥିରେ ବି ସେ ‘ପଣ୍ଡିତ’ ବିଶେଷଣକୁ ଯୋଡ଼ି ତାଙ୍କୁ ସମ୍ବୋଦିତ କରିଥିଲେ ।

ନାଥୁରାମ ଏବଂ ଆପତେ ସମାନ ଅନ୍ୟ ଅଭିଯୁକ୍ତଙ୍କ ସହିତ ବି ତାଙ୍କର ସ୍ନେହ ସମ୍ବନ୍ଧ ଥିଲା । ଥରେ ଯେବେ ନାନାଙ୍କ ବିରୁଦ୍ଧରେ ସାକ୍ଷ୍ୟ ନିଆଗଲା ସେ ଆପତେଙ୍କୁ ପଚାରିଲେ “ଏହି ସାକ୍ଷୀ ଆପଣଙ୍କ ବିରୁଦ୍ଧରେ କାହିଁକି?” ନାନା କହିଲେ, “କେବେ ପୁଲିସର ପଚରାଉଚରା ବେଳେ ମୁହଁରୁ କୌଣସି କଥା ବାହାରି ଯାଇଥିବ ଓ ମୋର ସେହି କଥନର ଛାନ୍‌ଭିନ୍‌ ପ୍ରଯତ୍ନ ବେଳେ ତାଙ୍କୁ ଏହି ସାକ୍ଷୀ ମିଳିଯାଇଥିବ ।” ସାବରକରଜୀ କହିଲେ, “ଅକାରଣ ହିଁ ଆପଣମାନେ ନିଜ ଚାରିପଟେ ଏକ ବିଚିତ୍ର ବାତାବରଣ ନିର୍ମାଣ କରିଛନ୍ତି । ମୋତେ ଲାଗୁଛି ଏହା ହାନୀପ୍ରଦ ହେବ । କ’ଣ ସମସ୍ତଙ୍କ ମୁଣ୍ଡକାଟ କରିବାର ନିଶ୍ଚୟ ନିଆଯାଇଛି?” କଥା ତ ହେଇସାରିଥିଲା ଏହା ତ ସତ୍ୟ ଥିଲା । ନାନା ଏହା ଉପରେ କ’ଣ କହିବେ ?

ସାବରକରଜୀଙ୍କ ଅଭିଯୁକ୍ତ କ୍ରମାକଂ ୭ ଥିଲା, ତଥାପି ନ୍ୟାୟାଳୟରେ ତାଙ୍କର ବସିବା ପାଇଁ ଏପରିି ପ୍ରକାର ବ୍ୟବସ୍ଥା କରା ଯାଇଥିଲା ଯାହା ଦ୍ୱାରା ସେ ନ୍ୟାୟାଧିଶଙ୍କ ନିକଟରେ ବସିପାରିବେ । ତାଙ୍କ ପାଖରେ ନାଥୁରାମ ବସୁଥିଲେ । ଅନେକଥର ସାକ୍ଷୀଙ୍କ ବୟାନ ଅନ୍ୟଙ୍କୁ ବଞ୍ଚେଇବା ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ ପ୍ରତୀତ ହେଉଥିଲା । ଅଥବା କେବେ କୌଣସି ସାକ୍ଷୀକୁ କେଉଁ ବିଶିଷ୍ଟ ପ୍ରଶ୍ନ ପଚରା ଯିବା ଠିକ୍ ହେବ ଏପରି ବିଚାର ତାଙ୍କ ମନରେ ଉପôନ୍ନ ହେଉଥିଲା । ଏପରି ଅବସରରେ ବି ନାଥୁରାମଙ୍କୁ ସେଙ୍କତ ଦ୍ୱାରା ସେଇ ଭାଗକୁ ଲେଖି ରଖିବା ପାଇଁ ଅଥବା ସ୍ମରଣ ରଖିବା ପାଇଁ ସଙ୍କେତ ମାଧ୍ୟମରେ ଜଣାଇଦେଉଥିଲେ । ଏହା ପରେ ନ୍ୟାୟାଳୟର କାର୍ଯ୍ୟବିରତି ବେଳେ ଅଥବା ବନ୍ଦୀଗୃହରେ ଏହା ଉପରେ ଚର୍ଚ୍ଚା ହେଉଥିଲା ।

ଡାକ୍ତର ପରଚୁରେଙ୍କ ବିରୁଦ୍ଧରେ ଏକ ସାକ୍ଷୀକୁ ଡାକ୍ତର ପରଚୁରେଙ୍କୁ ଚିହ୍ନଟ ପାଇଁ କୁହାଗଲା । ବଡ଼ ବିଶ୍ୱାସର ସହିତ ସାକ୍ଷୀ ବନ୍ଦୀ କାଠବାକ୍ସ ପାଖକୁ ଆସିଲା ଏବଂ ସେ ଆଙ୍ଗୁଳି ସେଙ୍କତ କରି କହିଲା କିନ୍ତୁ ତା’ର ଆଙ୍ଗୁଳି ନିର୍ଦ୍ଧେଶ ସଂଶୟାଚ୍ଛନ୍ନ ପ୍ରତୀତ ହେଉଥିଲା । ନ୍ୟାୟମୂର୍ତ୍ତି ସାକ୍ଷୀର ଆହୁରି ପାଖକୁ ଆସି ସେଙ୍କତ କରିବାକୁ କହିଲେ । କେବଳ ଏତିକି ନୁହେଁ ଅପିତୁ ସେ ପରଚୁରେଙ୍କ ହାତକୁ ସ୍ପର୍ଶ କରିବାକୁ ଆଦେଶ ବି ଦେଲେ । ସାକ୍ଷୀ ଆଗକୁ ବଢ଼ି ଡାକ୍ତର ପରଚୁରେ ହାତକୁ ନୁହେଁ ବରଂ ସାବରକରଜୀଙ୍କ ହାତକୁ ସ୍ପର୍ଶ କରିଥିଲା ।

ନ୍ୟାୟାଳୟରେ ହାସ୍ୟରୋଳ ଖେଳିଗଲା । ସାକ୍ଷୀକୁ ଲାଗିଲା ତା’ର କୌଣସି ଭୁଲ ହେଇଗଲା । କ୍ଷଣିକ ପାଇଁ ସେ ଏପଟ ସେପଟ ଦେଖିଲା ଏବଂ ପୁଣି ସେ ଡାକ୍ତର ପରଚୁରେକୁ ସ୍ପର୍ଶ କଲା ।

ପ୍ରତିପକ୍ଷ ନ୍ୟାୟମୂର୍ତ୍ତିଙ୍କୁ କହିଲେ ପରେ କରାଯାଇଥିବା ସେଙ୍କତ ମାନ୍ୟ ନୁହେଁ ବୋଲି ଲିପିବଦ୍ଧ ହେଉ । ଏହାର ବିପରୀତ ସରକାରୀ ଓକିଲଙ୍କ କହିବାର ଥିଲା କଦାଚିତ ଆଲୋକର ଔଜଲ୍ୟରେ ସାକ୍ଷୀ ଚିହ୍ନିବା ପାଇଁ ପ୍ରଥମ ଥର ଭୁଲ କଲେ ।

ସାବରକରଜୀ ଛିଡ଼ା ହୋଇ ଏବଂ ନ୍ୟାୟମୂର୍ତ୍ତିଙ୍କୁ କହିଲେ, “ସାକ୍ଷୀ ମୋତେ ପ୍ରତ୍ୟକ୍ଷ ରୂପରେ ଛୁଇଁଛି”, ନ୍ୟାୟମୂର୍ତ୍ତି କହିଲେ, “ମୁଁ ଏହାର ନୋଟ ନେଇସାରିଛି ।” ଏହି ପ୍ରକାର ଏହି ବିବାଦର ପୂର୍ଣ୍ଣଚ୍ଛେଦ ପଡ଼ିଲା ।

ସାକ୍ଷୀ କେ.ପି ଡବ୍ଲୁ ୫୩ ଜଗନ୍ନାଥ ସିଂହଙ୍କୁ (ତା ୧୫.୦୭.୪୭ ଅଭିଲେଖ ଗ୍ରନ୍ଥ ୧ ପୃଷ୍ଠା ୭୪-୭୫) ସାକ୍ଷୀ କରି ଅଣାଗଲା । ସାବରକରଜୀଙ୍କ ବିଚାର ଥିଲା ଯେ ଏହି କଥାକୁ ଯଦି ନ୍ୟାୟାଧୀଶଙ୍କ ଧ୍ୟାନକୁ ଅଣାଯାଏ ତାହାହେଲେ ଡାକ୍ତର ପରଚୁରେଙ୍କ ଲାଭ ହେବ ।

ତତ୍କାଳୀନ ବମ୍ବେ ରାଜ୍ୟର ଗୃହମନ୍ତ୍ରୀ ଶ୍ରୀ ମୋରାଜୀ ଦେଶାଇଙ୍କ ସାକ୍ଷ୍ୟ ଚାଲୁଥିଲା । ପ୍ରତି ପରୀକ୍ଷଣରେ ନିଜ ଅଧିବକ୍ତାଙ୍କ ଦ୍ୱାରା ନାଥୁରାମ ନ୍ୟାୟାଳୟର ସମ୍ମୁଖରେ ଏହା ସ୍ପଷ୍ଟ କଲେ ଯେ ‘ଅଗ୍ରଣୀ’ ଏବଂ ‘ହିନ୍ଦୁରାଷ୍ଟ୍ର’ ଦୈନିକକୁ ମୋରାଜୀ ଦେଶାଇ କେଉଁ ପ୍ରକାର ବ୍ୟସ୍ତବିବ୍ରତ କରୁଥିଲେ । ଏପରି ବସ୍ତୁସ୍ଥିତିରେ ଗାନ୍ଧୀହତ୍ୟାର ପୃଷ୍ଠଭୂମି ରଖାଗଲା । ମୋଜରାଜୀ ଦେଶାଇ ସ୍ପଷ୍ଟ ଉତ୍ତର ଦେବା ଅପେକ୍ଷା ଘୁରେଇ ତୁରେଇ ଉତ୍ତର ଦେଇଥିଲେ । କିଛି ସମୟ ପାଇଁ ନାଥୁରାମ ଏହା ଦେଖି ଚାଲିଲେ । ଏକ ଉତ୍ତରରେ ତ ତାଙ୍କୁ ବହୁତ କ୍ରୋଧିତ କଲା । ସେ ତୁରନ୍ତ ଛିଡ଼ା ହୋଇ ନ୍ୟାୟମୂର୍ତ୍ତିଙ୍କୁ କହିଲେ, “ମନ୍ତ୍ରୀ ମହୋଦୟ ଉଚିତ ଉତ୍ତର ଦେଉନାହାଁନ୍ତି । ୩୦ ଜାନୁଆରୀରେ ଯେଉଁ କାର୍ଯ୍ୟ ମୁଁ କରିଥିଲି ତାହାର ଏକ କାରଣ ଏହା ଯେ ଗୃହମନ୍ତ୍ରୀଙ୍କ ଦ୍ୱାରା ମୋତେ ଅତ୍ୟଧିକ ହଇରାଣ କରାଯାଇଥିଲା, ଅତଃ ହତ୍ୟା ପାଇଁ ଗୃହମନ୍ତ୍ରୀ ମହୋଦୟ ବି ସେତିକି ଉତ୍ତରଦାୟୀ ।”

କ୍ଷଣିକ ପାଇଁ ନ୍ୟାୟଳୟରେ ସ୍ତବ୍ଧତା ଛାଇଗଲା । ନାଥୁରାମଙ୍କ “ମୋ କାର୍ଯ୍ୟ ପାଇଁ” ଏହି ଶବ୍ଦ ସରକାରୀ ଓକିଲଙ୍କୁ ମହତ୍ୱପୂର୍ଣ୍ଣ ଲାଗିଥିଲା । କାରଣ ଏହା ନାଥୁରାମଙ୍କ ଏକ ପ୍ରକାରର ସ୍ୱୀକାରୋକ୍ତି ହିଁ ଥିଲା, ନିଜ କୃତ ଲାଗି । ନାଥୁରାମଙ୍କ ବ୍ୟକ୍ତବ୍ୟ ଲେଖିନେବା ପାଇଁ ସେମାନେ ନ୍ୟାୟମୂର୍ତ୍ତିକୁ ନିବେଦନ କଲେ । “ମୁଁ ନିଜ ବ୍ୟକ୍ତବ୍ୟ ଆପଣଙ୍କୁ ଯଥା ସମୟରେ ଲେଖିକରି ଦେବି ପରନ୍ତୁ ଏହା ଉପରେ ବି ଯଦି ଆପଣ ଏହି ବାକ୍ୟକୁ ଏବେ ଲେଖିନେବାକୁ ଚାହିଁବେ ତାହେଲେ ମଧ୍ୟ ମୋର କୌଣସି ଆପତ୍ତି ନାହିଁ । ପରନ୍ତୁ ସେତିକିବେଳେ ଏହି ସମୟ ଅଭିଯୁକ୍ତଙ୍କ ବ୍ୟକ୍ତବ୍ୟର ନୁହେଁ ବୋଲି ନାଥୁରାମଙ୍କ ଅଧିବ୍ୟକ୍ତା ଶ୍ରୀ ଓକ ନ୍ୟାୟମୂର୍ତ୍ତିଙ୍କୁ ଅବଗତ କରାଇଲେ । ନ୍ୟାୟମୂର୍ତ୍ତି ଏହାକୁ ସ୍ୱୀକାର କରିନେଲେ । ସରକାରୀ ଓକିଲମାନେ ବି ଅଧିକ ଆପତ୍ତି କଲେ ନାହିଁ । ଏଣୁ ନାଥୁରାମଙ୍କ ଏହି ବାକ୍ୟ ଲିପିବଦ୍ଧ ହେଲାନାହିଁ । କିନ୍ତୁ ସେଠାରେ ଉପସ୍ଥିତ ଜନତାଙ୍କୁ ଆଭାସ ମିଳିସାରିଥିଲା ଯେ ଅର୍ଦ୍ଧସତ୍ୟ ଅଥବା ସଂପୂର୍ଣ୍ଣ ଅସତ୍ୟ ବା ଗୁରେଇତୁରେଇ ସାକ୍ଷୀଙ୍କଠୁ ପ୍ରଶ୍ନୋତ୍ତରରେ ନାଥୁରାମ କେତେ ଉଦ୍ବିଗ୍ନ ହୋଇପଡ଼ୁଥିଲେ ।

ନ୍ୟାୟାଳୟରୁ ବନ୍ଦୀଗୃହରୁ ଆସିବା ସମୟରେ ସାବରକରଜୀ ନାଥୁରାମଙ୍କୁ ପଚାରିଲେ ‘ନାଥୁରାମ ! ଆଜି ତୁମେ ମୋରାଜୀଙ୍କୁ ସହାଦ୍ରି (ଭାରତର ପଶ୍ଚିମ ଘାଟସ୍ଥିତ ପର୍ବତ ଶୃଙ୍ଗଳା ) ଦେଖାଇଦେଲ ।’

ନାଥୁରାମ ସ୍ୱୀକାରୋକ୍ତି କରନ୍ତୁ ବୋଲି ତାଙ୍କ ଉପରେ ଚାପ ପଡ଼ୁଥିବା କଥା ଓକିଲଙ୍କ ଦ୍ୱାରା ସାବରକରଜୀଙ୍କ ନିକଟରେ ପହଞ୍ଚୁଥିଲା । ସେତିକିବେଳ ସାବରକରଜୀ କହୁଥିଲେ, ତାଙ୍କୁ କୁହ, “ସେତିର ସତୁୱା, ନାନୀର ସରାଧ” କରିବା ସୁଗମ । ସ୍ୱୟଂକୁ ନାଥୁରାମଙ୍କ ସ୍ଥାନରେ ରହି ଦେଖ । ଏପରି କ୍ଷଣ ପାଇଁ ବିଚାର କରି ତା’ପରେ ରାୟ ଦିଆଯାଉ ।

ହିନ୍ଦୁଙ୍କ ସ୍ୱାଭିମାନ ଜାଗୃତ କରାଇବାକୁ ସାବରକରଜୀ ପ୍ରବଳ ଆକାଂକ୍ଷା ଥିଲା । ତାଙ୍କର ଜୀବନରେ ଅନ୍ୟ ଉପରେ ଅନ୍ୟାୟ କରିବା ଭଳି ଚିନ୍ତାଧାରାର ସ୍ଥାନ ନଥିଲା ନା ସେ ଏଭଳି କେବେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରୁଥିଲେ । କିନ୍ତୁ ନିଜ ଆତ୍ମ-ଅଭିିମାନକୁ ତ୍ୟାଗ ନ କରିବା ଭଳି ସତ୍ ସାହସ ମନୁଷ୍ୟର ଥିବା ଦରକାର, ଏହା ତାଙ୍କର ବିଚାର ଥିଲା । ନିଜ ଏବଂ ନିଜର କୁଳର ବଳିଦାନ ଦେବାକୁ ସେ ସଦା ତତ୍ପର ରହୁଥିଲେ ଏବଂ ଏହି ପ୍ରକାରର ତ୍ୟାଗ କରିଥିଲେ ମଧ୍ୟ । “ ହେ ଆପୁଲେ କୁଳହରୀ ତ୍ୟାମଧି ନିବୈଶ ହୋ ଉନି ଠରେଲ ଅଖଣ୍ଡ ବଂଶ’ ଅର୍ଥାତ୍ ନିଜ କୁଳ ବି ଈଶ୍ୱରଙ୍କ ଅଂଶ ଅଟେ ଏବଂ ନିର୍ବଂଶ ହେଇ ବି ତା ବଂଶ ଅଖଣ୍ଡ ରହିବ । ଅଥବା ଅଶୀଚ ସର୍ବ ଫୁଲ ଖୁଡ଼ାବି ଶ୍ରୀରାମ ଚରଣ ଅର୍ପଣ କରାବୀ କାହୀ, ସାର୍ଥକତା ଘଡ଼ାବୀ ୟା ନଶ୍ୱର ଦେହାଚୀ, ଅମର ହୋଏ ତି ବଂଶଲତା ନିର୍ବଂଶ ଜିଆ ଦେବ କରିତା’ ଅର୍ଥାତ୍ ସମସ୍ତ ପୁଷ୍ପ ତୋଳି ନିଆଯାଉ ଏବଂ ପ୍ରଭୁ ଶ୍ରୀରାମଙ୍କ ଶ୍ରୀଚରଣରେ ସମର୍ପିତ ହୋଇ ଏହି ନଶ୍ୱର ଶରୀରକୁ ସାର୍ଥକ କରୁ । ସେହି ବଂଶ ଅମର ହୁଏ । ଯାହାକୁ ଭଗବାନଙ୍କୁ ଅର୍ପଣ କରିବା ପାଇଁ ତୋଳି ଆଣି ନିର୍ବଂଶ କରାଯାଏ । ହିନ୍ଦୁ ଜାତି ସ୍ୱତତ୍ତ୍ୱରକ୍ଷଣରେ ସାବରକରଜୀ ସ୍ୱୟଂ ହିଁ ମୃତ୍ୟୁର ଛାୟାରେ ବିଚରଣ କରୁଥିଲେ ମଧ୍ୟ କେବେ ବି ନିଜ ତତ୍ତ୍ୱଜ୍ଞାନକୁ ଅସଙ୍ଗତ ବୋଲି ଭାବୁ ନଥିଲେ । ନିଜର ସଂକ୍ଷରଣ ନିମନ୍ତେ ନାଥୁରାମ ବା ଆପତେ ସେହି ତତ୍ତ୍ୱଜ୍ଞାନର ବା ହିନ୍ଦୁ ମହାସଭାର ସମର୍ଥକ ନଥିଲେ ବୋଲି କେବେ କହିନଥିଲେ । ନାଥୁରାମ ବା ଆପତେ ନିଜ ବ୍ୟକ୍ତବ୍ୟରେ ହିନ୍ଦୁ ମହାସଭା ବା ସାବରକରଜୀଙ୍କ ତତ୍ତ୍ୱଜ୍ଞାନର ଉଲ୍ଲେଖ ନକରନ୍ତୁ ଏପରି ନିର୍ଦ୍ଧେଶ ସାବରକରଜୀ କେବେ ଦେଇ ନଥିଲେ ।

ନାଥୁରାମ ନିଜ ବ୍ୟକ୍ତବ୍ୟ ମରାଠୀରେ ଲେଖୁଥିଲେ ଯାହା ପରେ ଇଂରାଜୀରେ ଅନୁବାଦ କରାଯାଉଥିଲା । ନାଥୁରାମ ଚାହୁଁଥିଲେ ସାବରକରଜୀ ବି କିଛି ଅଂଶ ଲେଖନ୍ତୁ । ସାବରକରଜୀ କହୁଥିଲେ – “ତୁମ ପାଇଁ ଲେଖିବାକୁ ଆବଶ୍ୟକତା ନାହିଁ । ନିଜ ଲେଖା ମୋତେ ଦେଖାଅ ଯଦି ଆବଶ୍ୟକ ପଡେ଼ ସେଥିରେ କିଛି ସୁଧାର ମୁଁ କରିଦେବି”

ସମୟ ବହୁତ କମ୍ ଥିଲା, ସେଥିପାଇଁ ନିଜ ବ୍ୟକ୍ତବ୍ୟର କିଛି ଅଂଶ ନାଥୁରାମ ତରବରିଆ ଲେଖିଥିଲେ, ତାଙ୍କ ଇଛା ଥିଲା ଯେ ବିଷୟବସ୍ତୁର ପ୍ରସ୍ତୁତି ଉତ୍ତମ ପ୍ରକାରେ ହେଉ । କିନ୍ତୁ ଉପଲବ୍ଧ ସମୟରେ ସେ ସବୁ ସମ୍ଭବ ପ୍ରତୀତ ହେଉନଥିଲା । ସାବରକରଜୀ ତାଙ୍କ ସାନ୍ତ୍ୱନା ଦେବାକୁ ଯାଇ କହୁଥିଲେ,- “ ଯେଉଁ ବ୍ୟକ୍ତବ୍ୟ ସିଦ୍ଧ ହେଇଗଲାଣି ସେଥିରେ ବିଶେଷ ତ୍ରୁଟି ନାହିଁ । ଯଦି ଏହି ସମୟରେ ସେଥିରେ କୌଣସି ସଂଶୋଧନ କରାଯାଏ ତାହେଲେ ସୂତ୍ରସ୍ରୋତରେ କ୍ଷତି ହେବ । କୌଣସି ମଞ୍ଚରେ ଉପଦେଶ ଦିଆଯାଇଥିବା ବ୍ୟକ୍ତବ୍ୟ ତ ଏହା ନୁହେଁ । ନିଜ ଜୀବନକୁ ତୁଚ୍ଛ କରି, ଦେଶ ପାଇଁ ପ୍ରାଣର ବଳିଦାନ ଦେବାର ଭାବନାରେ ଓତଃପ୍ରୋତ ମନପ୍ରାଣର ବିଷମ ମନୋସ୍ଥିତିର ଆବେଗିକ ଉଚ୍ଛ୍ୱାସ ଏସବୁ ଲିଖିତ କଥନ । ଅନ୍ତରର ଭାବନକୁ ପ୍ରକଟୀକରଣ ପାଇଁ ଉଚ୍ଛନ୍ନ ମନର ତରଙ୍ଗ ଏସବୁ ଲିଖିତ ବାକ୍ୟ । ଅତିଶୟ ବିଷାଦ ପରେ ସେମିତି ଶ୍ୱାସ ସାମାନ୍ୟ ହୁଏ ଅଥବା ଅତି ଆନନ୍ଦ ପରେ ଯେମିତି ବନ୍ଧନରହିତ ମୁକ୍ତହାସ୍ୟ ପ୍ରସ୍ଫୁଟିତ ହୁଏ ସେଇପରି ମନର ଆବେଗ ମୁକ୍ତ ବା ବନ୍ଧନରହିତ ପ୍ରତୀତ ହୁଏ । ଏହାର ପୃଷ୍ଠଭୂମିରେ ନିହିତ ଭାବନା ନିଶ୍ଚିତ ରୂପରେ ଓ ବିନା କୌଣସି ଉପକ୍ରମଣିକା ବୁଝାଯାଇପାରିବ । ଏହି ଦୃଷ୍ଟିରୁ ତୁମର ବ୍ୟକ୍ତବ୍ୟ ପରିପୂର୍ଣ୍ଣ ଅଟେ ।”

ନାଥୁରାମ ନିଶ୍ଚୟ କରିଥିଲେ ତାଙ୍କ ନିଜ ତର୍କବିତର୍କ ନ୍ୟାୟାଳୟରେ ସେ ସ୍ୱୟଂ କରିବେ କିନ୍ତୁ ସେ ଇଂରାଜୀରେ ଅନର୍ଗଳ ଭାଷଣ ଦେବାରେ ଅକ୍ଷମ ଥିଲେ । ତାଙ୍କୁ ଅବଶୋଷ ଥିଲା ଯେ ବିଶ୍ୱବିଦ୍ୟାଳୟ ଉପାଧି ତ ଦୂରର କଥା ସାଧାରଣ ପାଠଶାଳାର ପ୍ରମାଣ-ପତ୍ର ସେ ପ୍ରାପ୍ତ କରି ପାରିନଥିଲେ ତେଣୁ ସେ ଇଂରାଜୀରେ ନିଜ ବ୍ୟକ୍ତବ୍ୟ କିପରି ଦେଇପାରିବେ ।

ତା ୧୬/୧୨/୧୯୪୮ରେ ନାଥୁରାମ ନିଜ ଉକ୍ତି ଦେବା ଆରମ୍ଭ କଲେ ଯାହା ପରଦିନ ସମାପ୍ତ ହେଲା । ପ୍ରାରମ୍ଭର କିଛି କ୍ଷଣ ପରେ ଏପରି ପ୍ରତୀତ ହେଉଥିଲା ଯେପରି ନ୍ୟାୟାଲୟରେ ଉପସ୍ଥିତ ଜନସମୁଦାୟ ଅପିତୁ ନ୍ୟାୟାଧିଶ ଏବଂ ଶାସକ-ପକ୍ଷର ଓକିଲ ସମସ୍ତଙ୍କୁ ସେ ନିଜ ବ୍ୟକ୍ତବ୍ୟ ଦ୍ୱାରା ଅଭିଭୂତ କରିଦେଇଛନ୍ତି । କୌଣସି ସ୍ଥାନରେ ନ ଅଟକି ଉପଯୁକ୍ତ ଶବ୍ଦ ଚୟନ କରି କୌଣସି ପ୍ରକାରର ଗବେଷଣା ବିନା, ବିଷୟରେ ଦକ୍ଷତା ହାସଲ କରି ସମୟ ସମୟରେ ସନ୍ଦର୍ଭ ଦେଇ ଘଣ୍ଟା ଘଣ୍ଟା ଧରି କହିଥିଲେ ନାଥୁରାମ ।

ନିଜ ବ୍ୟକ୍ତବ୍ୟ ଦେବା ସମୟରେ ନାଥୁରାମ ଭୁଲି ଗଲେ ଯେ ଫାଶୀ ରଶି ତାଙ୍କ ମୁଣ୍ଡ ଉପରେ ଲଟକୁଛି । ସେ ନିର୍ଭୀକତା ପୂର୍ବକ ନିଜ ବୟାନ ଦେଇଥିଲେ । କିନ୍ତୁ ପ୍ରାୟ ସମସ୍ତ ଶ୍ରୋତା ନିଜ ଅର୍ନ୍ତମନରେ ସେ ରଶିକୁ ନିଜ ଗଳାରେ ସ୍ପଷ୍ଟ ଦେଖିପାରୁଥିଲେ । ଅନ୍ୟଥା ନାଥୁରାମଙ୍କ ବ୍ୟକ୍ତବ୍ୟ କିପରି ଥିଲା ଏହାର ଏତେ ମହତ୍ୱ ନଥିଲା ଅପିତୁ ଏହାଠାରୁ ଅଧିକ ମହତ୍ୱପୂର୍ଣ୍ଣ ଥିଲା ଯେ ଫାଶୀ ନିକଟତର ହେବା ସତ୍ତ୍ୱେ ନାଥୁରାମ କିପରି ନିଜ ବ୍ୟକ୍ତବ୍ୟ ଅବିଚଳିତ ଭାବେ ସଂପୂର୍ଣ୍ଣ କଲେ । ଶ୍ରୋତାଗଣଙ୍କ ପାଇଁ ଏହାର ମହତ୍ୱ ଅଧିକ ଥିଲା ।

ନାଥୁରାମ ନିଜ ବ୍ୟକ୍ତବ୍ୟରେ କହିଥିଲେ, “ଯାହାକୁ ସୁଖୀ ଜୀବନ କୁହାଯାଏ ସେଇ ପ୍ରକାର ଥିଲା ମୋ ଜୀବନ । ପରନ୍ତୁ କଦାଚିତ୍ ମନୁଷ୍ୟ ଏତିକିରେ ସନ୍ତୁଷ୍ଟ ହୁଏନାହିଁ । ସହଜ ଜୀବନର କଳ୍ପନା କରୁ କରୁ କେତେବେଳେ ରାଷ୍ଟ୍ରର ନିର୍ମାଣ କଳ୍ପନା ଜାଗ୍ରତ ହେଲା । ବିଶ୍ୱ କୁଟୁମ୍ବର କଳ୍ପନା ପାଇଁ ରାଷ୍ଟ୍ରର ଧାରଣା ଆବଶ୍ୟକ ଅଟେ । ବିକ୍ଷୁଗ୍ଧ ସମାଜ ରାଷ୍ଟ୍ର ନୁହେଁ । କହିବାକୁ ଗଲେ ରାଷ୍ଟ୍ର ଭଳି ସେ ତିଷ୍ଠି ରହିପାରିବ ନାହିଁ । କାରଣ ଏହାର ନାଗରିକଙ୍କ ହିତ ସମାନ ନୁହେଁ ଏବଂ ସମାଜର ଘଟକ ଏହି ଦୃଷ୍ଟିରୁ ସହଜୀବନର କଳ୍ପନା କରିପାରିବେନି । ସୁସଙ୍ଘଠିତ ରାଷ୍ଟ୍ରର ସହଜୀବନ ହିଁ ବିଶ୍ୱ କୁଟୁମ୍ବ । ସୁସଙ୍ଗଠିତ ରାଷ୍ଟ୍ର ବିଶ୍ୱକୁଟୁମ୍ବର ଯୋଜନା ରଚି କରିପାରିବ । ବ୍ୟକ୍ତିର ମର୍ଯ୍ୟାଦା ରାଷ୍ଟ୍ରର ଭାବନା ଯାଏ ସୀମିତ ରୁହେ ।

ରାଷ୍ଟ୍ର ପରିକଳ୍ପନାରୁ ସମ୍ବେଦନା ଏବଂ ସହାନୁଭୂତି ଭଳି ଭାବନା ପରିପୋଷିତ ହୁଏ । ଜନସମୂହର କୌଣସି ଜଣଙ୍କର ରାଷ୍ଟ୍ରୀୟ ସ୍ତରରେ କୌଣସି ସମସ୍ୟା ଜନିତ କ୍ଳେଶ ଅନୁଭୂତ ହେବ ତାହା ମୋର ବି ଚିନ୍ତା ଓ ଦୁଃଖର ବିଷୟ ହେବ । ରାଷ୍ଟ୍ର ହିତରେ ମୋର ହିତ । ରାଷ୍ଟ୍ରର ସ୍ୱାତନ୍ତ୍ର୍ୟ ରକ୍ଷା ହେବ ଏହି ପ୍ରକାର ଭାବନା ହୃଦୟରେ ଉତ୍ପନ୍ନ ହୁଏ । “ବୈଷ୍ଣବ ଜନ ତୋ ତେଣେ କହିଏ, ଜେ ପୀର ପରାଇ ଜାଣେ ରେ’ ଏହି ପ୍ରକାରର ଅନେକ ସନ୍ଥଗଣଙ୍କ ଶିକ୍ଷା ମନରେ ଗୁଞ୍ଜି ଉଠେ ।

ନିଜର ବ୍ୟକ୍ତିଗତ ଏବଂ ଆନନ୍ଦମୟ ଜୀବନରେ ମୋର କୌଣସି ଅସନ୍ତୋଷ ନ ଥିଲା । ମହାରାଷ୍ଟ୍ର ଯେଉଁ ପ୍ରାନ୍ତରେ ନା ବିଭାଜନର ପ୍ରଭାବ ପଡ଼ିଥିଲା ନା କୌଣସି ପ୍ରକାରର ରକ୍ତପାତ ହେଇଥିଲା ମୁଁ ସେଇ ପ୍ରାନ୍ତର ଅଧିବାସୀ ଥିଲି । ଯେଉଁ ପ୍ରାନ୍ତର ବିଭାଜନ ହେଇଥିଲା ସେଠାରେ ଗ୍ରସିତ ଜନଗଣ ମୋର କୌଣସି ଆତ୍ମୀୟ ନଥିଲେ ବା ବ୍ୟକ୍ତିଗତ କେହ ମୋର ପରିଚିତ ଥିଲେ । କିନ୍ତୁୁ ସେମାନଙ୍କର ରକ୍ତପାତରେ, ଦୁଃସ୍ଥିତିରେ ମୋର କ’ଣ ଲାଭକ୍ଷତି, ମୋର କ’ଣ ଯା’ଆସ ଏପରି ପ୍ରକାରର ଭାବନା ବି ମୋ ମନରେ ନଥିଲା ।

-ପରେ-

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top