କବିତା

ନିତି କଥା

Pratap Chandra Rout

ନ କର କୁଣ୍ଠା ଶ୍ରମ କରିବାକୁ,
କରିବନି ହେଳା ନିଜ କର୍ତ୍ତବ୍ୟକୁ ।

ନିତି କଥା

କର ଅଭ୍ୟାସ ସଦା ହସିବାକୁ,
କରୁଥାଅ ଚେଷ୍ଟା ସବୁରି ଖୁସିକୁ ।

ସମ୍ମୁଖରେ ଥିବେ ଯେତେ ଅସହାୟ,
କର ଚେଷ୍ଟା ତାଙ୍କୁ ହେବାକୁ ସହାୟ ।

ନ କର କୁଣ୍ଠା ଶ୍ରମ କରିବାକୁ,
କରିବନି ହେଳା ନିଜ କର୍ତ୍ତବ୍ୟକୁ ।

ଛୋଟ କଥାଟିରେ କରିବନି ସ୍ୱର,
ନିନ୍ଦା ନକରିବ କେବେ କାହାର ।

ସଦା ରହୁଥାଅ ଖଞ୍ଚରୁ ବାହାର,
କରୁଥାଅ ପୂର୍ଣ୍ଣ ବାକ୍ୟଟି ନିଜର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top