ତୋ ବିନା ଯୋଗୀ ମୋ ରାତି ଦିନ ମୋ ମରୁବାଲି ଖୋଜେ ଏ ମନ ସବୁ ପ୍ରହର
ବେଙ୍ଗୁଲି ନାନୀ କଲାଣି ନାଦ, ଓଦା ସର ସର ତା ଦୁଇ ପାଦ, ବୁଝିଲାଣି ସିଏ ମେଘର ଫାନ୍ଦ, ଗୀତରେ ପଡ଼ିଲାଣି ତା ପୂର୍ଣ୍ଣଛାନ୍ଦ।
ଦେଖ ମେଲିଲାଣି ରୂପ 'ଅ' ପେଟକୁ ଫାଳି, ଆଉ ଟିକିଏ ଲମ୍ବେଇ ଠିଆ କରିଦେ ଗୋଟିଏ ସିଧା ବାଡ଼ି ।
ପୁଣି ଖୋଜା ହେବ, ବାହାରିବ ଝଡ଼ା ଝୁଡି ହୋଇ ତା ପରେ ପୁଣି ଇଷତ ରଙ୍ଗ ବି ଲାଗିବ ନ ହେଲେ କେମିତି ସତେଜ ଦିଶିବ କହିଲ ମଞ୍ଚ ଉପରେ...
ମୋ ଦୁଃଖ ମୋର ମୋ ଏକାନ୍ତ ନିଜର ସେଥିରେ ଭାଗ ନାହିଁ, ଟିପେ ହେଲେ ବି ତମର ।
ହେଇ ଦେଖୁନ ଶବ୍ଦର ହୁତାଶନ ବହ୍ନିରେ କେମିତି ଜଳୁଛି ଶ୍ରୀଲଙ୍କା ହୁତ ହୁତ ହୋଇ
ଏମିତି ହୁଅନ୍ତାନି ମାଗଣାରେ ଉପଲବ୍ଧ ହୁଅନ୍ତା ପିଲାଦିନ ଫେରି ପାଇବାର ଆପଟିଏ
କାର୍ଡବୋର୍ଡର ମାଟି କାନ୍ଥ ତଳେ ବିନା ନିଆଁରେ ବିନା ଧୂଆଁରେ ।
ମୋ କକ୍ଷେ ଖେଳିଗଲା କଦମ୍ବ ଲହରୀ ଉଷା ଉର୍ବଶୀ ବିବସନା ମୋ ବକ୍ଷେ ଆଙ୍କିଦେଲା ପଦ୍ମପାଦ ଶିରୀ
ସେ ଦୁଇ ଓ଼ଠୁ ସୁଧା ଝରୁଅଛି ମୁଁ ଚାତକ ତୃଷା ଅଧୀର ।
ଆପଣଙ୍କ ମତାମତ