ସାପ ପରି ଗୁଡେଇ ତୁଡେଇ ହେଇ
ଖୁବ୍ ହଇରାଣ କରୁଥିବା
ଏ ଶାଢୀ ଗୋଟେ ମଲା ସାପ ।
ସଚି ବାବୁଙ୍କ ଅଳକା ସାନ୍ୟାଲ ଏବେ
ଅସଂଜତ ଶାଢୀର ଫିକର ନାହିଁ
ଦୁଇ ହାତକୁ ତମେ ବ୍ୟସ୍ତ କରିପାର
ଦାରୁ ଆଉ ସିଗାରେଟର ପ୍ରେମରେ,
ତମର ଏ ମଡର୍ଣ୍ଣ ପାର୍ଟିର
ଇସ୍ତ୍ରୀ କରା ଇଭ୍ନିଂ ଭିତରେ
ଶାଢୀ ଗୋଟେ ପୁରୁଣା ଲଂଠନ
ଜଳୁଛି ତୀବ୍ର ଦରରେ
କାର୍ଡବୋର୍ଡର ମାଟି କାନ୍ଥ ତଳେ
ବିନା ନିଆଁରେ ବିନା ଧୂଆଁରେ ।