କବିତା

ଆସ ‘ଅ’ ଶିଖିବା

Rukeya Jabeen's odia poem Aasa A Shikhibaa

ଦେଖ ମେଲିଲାଣି ରୂପ ‘ଅ’ ପେଟକୁ ଫାଳି,
ଆଉ ଟିକିଏ ଲମ୍ବେଇ ଠିଆ କରିଦେ ଗୋଟିଏ ସିଧା ବାଡ଼ି ।

ଆସ 'ଅ' ଶିଖିବା

ତୁ ଅଧ ଚକୁଳି ମୁଁ ଅଧ ଚକୁଳି,
ଆଃ ଶୋଇବା ଲୋ ମୁହଁକୁ ମାଡ଼ି ।

ମୋ ବାଆଁ କୁ ତୋ ଡାହାଣ ଯୋଡ଼ି ,
ଆ ଲେଖିବା ‘ଅ’ର ମୁଣ୍ଡ ସଜାଡ଼ି ।

ତୋ ବାମ ପାଦ ତଳେ ଲାଞ୍ଜଟେ ମୋଡି ,
ଗଢି ଦେ ଆଉ ଗୋଟେ ଅଧ ଚକୁଳି ।

ଦେଖ ମେଲିଲାଣି ରୂପ ‘ଅ’ ପେଟକୁ ଫାଳି,
ଆଉ ଟିକିଏ ଲମ୍ବେଇ ଠିଆ କରିଦେ ଗୋଟିଏ ସିଧା ବାଡ଼ି ।

ଏବେ ହସିଲାଣି ‘ଅ’ ପୁରା ଖିଲି ଖିଲି,
ଶବଦ ଗଢ଼ିବାକୁ ହଉଛି ଛାନିଆ ଖାଲି ।

ଆ ଗଢି ଦେବା ତାକୁ ନେଇ ଶବଦ ଗୁଡେ
ଅଖ, ଅରଟ, ଅତର, ଅଝଟ ଅଳପ ଅଟେ ।

ଆହୁରି କେତେ ସୁନ୍ଦର ଆଗକୁ ଅଛି,
ସଜାଡି ହବାକୁ ହାତ ଗୋଡ଼ ମେଲି ବସିଛି ।

ଅରଖ, ଅସରପା, ଅପସରା, ଅପରୂପା,
ଅଙ୍ଗୁର, ଅଳେଇଚ, ଅମୂଲ୍ୟ ଅଲିଅଳି ଅପା ।

ଏମିତି ଆହୁରି କେତେ ଲେଖିଯା, ଲେଖିଯା ତୁ,
ହସି ହସି ଖେଳି ଖେଳି ପିଲାଏ ଶିଖି ଯାଆନ୍ତୁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top