ସେ ଦୁଇ ନୟନରେ
ମୋ’ରି ସପନ
ମୁଁ ଦେଖୁଛି ରାତିସାରା,
ସେ କଳା କୁନ୍ତଳରେ
ମୋ’ରି କବିତା
ଶୀର୍ଷକ ” ନୟନତାରା ” ।
ସେ ନାଲି ଓଢଣୀ
ତଳ ଜବାଫୁଲ
ବାସ୍ନା ତା ଅମୁଲ ମୁଲ,
ସେ ଦୁଇ ଓ଼ଠୁ
ସୁଧା ଝରୁଅଛି
ମୁଁ ଚାତକ ତୃଷା ଅଧୀର ।
ସେ କରପଲ୍ଲବରେ
ଝୋଟିଚିତା
ତମେ ଆଙ୍କିଅଛ ପ୍ରେମ ରାଗେ,
ସେ ଦୁଇ ଭ୍ରୂଲତା
କନ୍ଦର୍ପ ଧନୁ
କଟାକ୍ଷ ନାରାଚ ହୃଦୟ ବିନ୍ଧେ ।
ସେ ଦୁଇ ନୟନେ
ମୋ’ରି ସପନ
ସରିବନି, ଆଗୋ ମୋ ନୟନ ତାରା,
ସେ ଦୁଇ ଓଠୁ
ମଧୁର ଝରଣ
ସରିବନି, ଅସରା ସେ ମଧୁଶାଳା ।