କବିତା

ଉଷା ଉର୍ବଶୀ …….

Prasanta Kumar Behera's odia poem Usha Urbashee

ମୋ କକ୍ଷେ ଖେଳିଗଲା
କଦମ୍ବ ଲହରୀ
ଉଷା ଉର୍ବଶୀ ବିବସନା
ମୋ ବକ୍ଷେ ଆଙ୍କିଦେଲା
ପଦ୍ମପାଦ ଶିରୀ

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତମ ସ୍ୱର ଶୁଭିଗଲା
ଚମକି ଚାହିଁଲି
ଆସିଛକି ତମେ
ଉଷାର ଆଲୋକେ
ପ୍ରେମ ରାଗ
କଣ୍ଠେ ତୋଳି

ତମ ଗନ୍ଧ ଚହଟିଲା
ପୁଲକେ ଭାବିଲି
ଭାସି ଆସିଛିକି
ଉଷା ମଳୟରେ
ତମ ତନୁ
ମହକିତ ଧୂଳି

ମୋ କକ୍ଷେ ଖେଳିଗଲା
କଦମ୍ବ ଲହରୀ
ଉଷା ଉର୍ବଶୀ ବିବସନା
ମୋ ବକ୍ଷେ ଆଙ୍କିଦେଲା
ପଦ୍ମପାଦ ଶିରୀ

ସଖୀ ମୋର ରତିମଗ୍ନା ………

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top