କବିତା

ଉଷା ଉର୍ବଶୀ …….

Prasanta Kumar Behera's odia poem Usha Urbashee

ମୋ କକ୍ଷେ ଖେଳିଗଲା
କଦମ୍ବ ଲହରୀ
ଉଷା ଉର୍ବଶୀ ବିବସନା
ମୋ ବକ୍ଷେ ଆଙ୍କିଦେଲା
ପଦ୍ମପାଦ ଶିରୀ

ତମ ସ୍ୱର ଶୁଭିଗଲା
ଚମକି ଚାହିଁଲି
ଆସିଛକି ତମେ
ଉଷାର ଆଲୋକେ
ପ୍ରେମ ରାଗ
କଣ୍ଠେ ତୋଳି

ତମ ଗନ୍ଧ ଚହଟିଲା
ପୁଲକେ ଭାବିଲି
ଭାସି ଆସିଛିକି
ଉଷା ମଳୟରେ
ତମ ତନୁ
ମହକିତ ଧୂଳି

ମୋ କକ୍ଷେ ଖେଳିଗଲା
କଦମ୍ବ ଲହରୀ
ଉଷା ଉର୍ବଶୀ ବିବସନା
ମୋ ବକ୍ଷେ ଆଙ୍କିଦେଲା
ପଦ୍ମପାଦ ଶିରୀ

ସଖୀ ମୋର ରତିମଗ୍ନା ………

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top