ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ବେଙ୍ଗୁଲି ନାନୀ କଲାଣି ନାଦ,
ଓଦା ସର ସର ତା ଦୁଇ ପାଦ,
ବୁଝିଲାଣି ସିଏ ମେଘର ଫାନ୍ଦ,
ଗୀତରେ ପଡ଼ିଲାଣି ତା ପୂର୍ଣ୍ଣଛାନ୍ଦ।
ଘଡ ଘଡ଼ି ଶୁଭିଲାଣି ବାଦଲ ମେଳେ,
ବିଜୁଳି ଖେଳିଲାଣି ତା ତାଳେ ତାଳେ,
ପକ୍ଷୀ ଲୁଚିଲାଣି ଯାଇ ଗଛର ଡାଳେ,
ଗୋଠର ଗାଈ ମୁହାଁଈଲାଣି ଘରଆଡେ ।
ମୟୁର ନୃତ୍ୟରତ ବନସ୍ତେ ବନସ୍ତେ,
ସିପ ମୁହଁ ଖୋଲିଲାଣି ଆବେଗ ହସ୍ତେ,
ପିମ୍ପୁଡ଼ି ବ୍ୟସ୍ତ ଖାଦ୍ୟ ଯୋଗାଣ ଗସ୍ତେ,
ପାଖୁଡ଼ା ମେଲିଲାଣି ମେଘ ପରସ୍ତେ ପରସ୍ତେ।
ଚାଷୀ ଭାଇ ମୁଖେ ଫେରିଲାଣି ହସ,
ସିଂହରିତ ହେଲାଣି ତା ଘର୍ମର ପରସ,
ବ୍ୟାକୁଳ ସେ ଭିଜିବାକୁ ବରଷ ବରଷ ,
ବର୍ଷାରେ ଉଜ୍ବଳ ସର୍ବେ ତା ଶୂନ୍ୟ ଭବିଷ୍ୟ ।
