–ପୂର୍ବରୁ–
କ୍ରାନ୍ତିବୀର ଯତୀନ୍ଦ୍ରନାଥଙ୍କ ନାମ ଉଲ୍ଲେଖ ନ କରି ଏବଂ ମିରଟ ଅଭିଯୋଗ ନିଧି ବିଷୟରେ ଗାନ୍ଧୀଜୀଙ୍କ ସନ୍ଦିଗ୍ଧ ଉତ୍ତରର ଆଲୋଚନା କରି ତା ୧୬.୧୧.୧୯୨୯ରେ ସାବରକରଜୀ ଲେଖିଥିଲେ, ‘ ହୁତାତ୍ମା ଯତୀନ୍ଦ୍ରନାଥ ସଶସ୍ତ୍ର କ୍ରାନ୍ତିକ୍ରାରୀ ଥିଲେ । ଅଗ୍ନି ସହିତ ଖେଳିବାକୁ ଦୁଃସାହସୀ ଭଗତସିଂହ, ଦତ୍ତ, ସାହା, ଯତୀନ୍ଦ୍ର, ଆଦି କ୍ରାନ୍ତିବୀରଙ୍କୁ ସଂପୂର୍ଣ୍ଣ ଦେଶ ହୁତାତ୍ମା, ଦେଶଭକ୍ତ ଦେଶବୀର କହି ସମ୍ମାନ କରୁଥିଲେ ଓ ଅହିଂସାର ସିଦ୍ଧାନ୍ତରୁ ଦେଶବାସୀ ଦୂରେଇ ଯାଉଥିଲେ । ଯଦିଚ ଏହା ମୋର ବ୍ୟକ୍ତିଗତ ବିଷୟ ନୁହେଁ କିନ୍ତୁ ବ୍ୟକ୍ତିଗତ ପ୍ରଶ୍ନ ପୃଥକ, ତାହେଲେ ମଧ୍ୟ ଲୋକଙ୍କ ଦୃଷ୍ଟିରେ ପ୍ରଭାବ କମ୍ ହେଉଛି । ତେଣୁ ମୁଁ ଯତୀନ୍ଦ୍ରନାଥଙ୍କୁ ହୁତାତ୍ମା ବୋଲି ସମ୍ବୋଦନ କରୁନାହିଁ । ଯଦି ଏପରି ଗାନ୍ଧୀଜୀ ସ୍ପଷ୍ଟ ରୂପେ କହିଥାଆନ୍ତେ ତାହେଲେ ଏଥିରୁ ବହୁତ କିଛି ସ୍ପଷ୍ଟ ହୋଇଥାଆନ୍ତା । ମିରଟର ଲୋକେ ବି ସଶସ୍ତ୍ର କ୍ରାନ୍ତିର ଆରୋପରେ ବନ୍ଦୀ ଥିଲେ । ସେମାନଙ୍କ ପାଇଁ ଯଦି ଦେଶବାସୀ ନିଧି ସ୍ଥାପିତ କରନ୍ତେ ତାହେଲେ ଏଥିରେ ତାଙ୍କର ସମ୍ମାନ ବଢ଼ିଥାଆନ୍ତା ଅନ୍ୟଥା ଯଦି କୌଣସି ଏକ ଅଧିବ୍ୟକ୍ତାଙ୍କୁ ନିଃଶୁକଳ୍ପ ସେବା ପାଇଁ ଆଗଭର ହୁଅନ୍ତେ ତା’ର ରାଷ୍ଟୀୟ ସ୍ୱରୂପ ହେଇନଥାନ୍ତା ଏପରି ବିଚାର କରି ହିଁ ଏହି କାର୍ଯ୍ୟ କରାଯାଇଥିଲା । ଏହି ବିଚାର କରି ହିଁ ମିରଟ ସହାୟତା ନିଧି ସ୍ଥାପିତ କରାଯାଇଥିଲା । ପରନ୍ତୁ ଦେଶରେ ମୁଁ ଥିବା ବେଳେ କ୍ରାନ୍ତିକାରୀଙ୍କ ଏପରି ପ୍ରଂଶାସା ହେଉ ଏହା ମୋ ପାଇଁ ଅସହ୍ୟ । (ଗାନ୍ଧୀଜୀଙ୍କୁ ଏହା କହୁଥିବା ସମୟରେ ସେଠାରେ ଉପସ୍ଥିତ ଅନେକ ସଜ୍ଜନଙ୍କ ମନପ୍ରାଣ କ୍ରୋଧଜର୍ଜରିତ ହେଉଥିଲା । ଖାସ୍ କରି ସେମାନେ ଯେଉଁମାନଙ୍କୁ ଗାନ୍ଧୀଜୀଙ୍କ ବିଚାରାଧାରା ଗ୍ରହଣୀୟ ନ ଥିଲା । ) ଏପରି କ୍ରାନ୍ତିକାରୀଙ୍କ ସମ୍ମାନର୍ଥେ ଏକତ୍ରିତ କରାଯାଉଥିବା ନିଧି ଅଂହିସାବାଦୀଙ୍କ ରାଷ୍ଟ୍ରୀୟ ନିନ୍ଦା ସହିତ ସମାନ । ଏହା ମୁଁ ଉତ୍ତମ ରୂପେ ଜାଣିଛି । ସେଥିପାଇଁ କେହି ବି କ୍ରାନ୍ତିକାରୀଙ୍କ ପ୍ରଶଂସା କରୁ ଏହା ମୁଁ ସହି ପାରିବିନି । ତେଣୁ ମୁଁ ମିରଟ ଅଭିଯୋଗ ନିଧିର ବିରୋଧ କଲି । ଏହା ଯଦି ଗାନ୍ଧୀଜୀ ସ୍ପଷ୍ଟ ରୂପେ କହିଥାଆନ୍ତେ ତାହେଲେ, ନିମିତ୍ତ ଖୋଜିବାକୁ ପଡ଼ିନଥାଆନ୍ତା । କମ୍ ସେ କମ ଭବିଷ୍ୟତରେ ସେ ଏପରି ମିଥ୍ୟା କାରଣ କହିବା ଛାଡ଼ନ୍ତୁ । କାରଣ କାହାକୁ ତାଙ୍କ କଥନକୁ ବିଶ୍ୱାସ ହେବନି । ଏଥିରେ ତାଙ୍କ ମତ ଉପରେ ଯାହା ବି ମତଭେଦ ଥାଉନା କାହିଁକି କାହାକୁ ବି ଦୁଃଖ ହେବନି ।
ହିନ୍ଦୁ ମୁସଲମାନ ଏକତାର ପ୍ରଚେଷ୍ଟାରେ ଗାନ୍ଧୀଜୀଙ୍କ ଅଂହିସା ତତ୍ତ୍ୱ ଜିତି ପାରିଲାନି । ଗାନ୍ଧୀଜୀ ନିଜ ‘ୟଙ୍ଗ ଇଣ୍ଡିଆ’ରେ ଇସଲାମ୍କୁ ଶାନ୍ତିର ପ୍ରତୀକ ବୋଲି ଘୋଷିତ କରିଥିଲେ । ସେହି ଲେଖାରେ ସିଏ ଏହା ମଧ୍ୟ ଲେଖିଥିଲେ ଯେ – ଇସଲାମ୍ର ତଲବାର ସହିତ ଅଧିକ ସଂପର୍କ ଏହା ସତ୍ୟ ପରନ୍ତୁ କିନ୍ତୁ ଏହା ମଧ୍ୟ ପ୍ରତିକୁଳ ପରିସ୍ଥିତର ପରିଣାମ । ତଲବାରକୁ ହିଂସାର ପ୍ରତୀକ ମାନି ପୁଣି ପରିସ୍ଥିତି ବଶତଃ ଏହାର ବ୍ୟବହାରକୁ ଉପଯୁକ୍ତ ସିଦ୍ଧ କରି ଗାନ୍ଧୀଜୀଙ୍କ ସିଦ୍ଧାନ୍ତ ବିରୁଦ୍ଧ । ଏହି ପ୍ରଶ୍ନ ଅଲଗା ଯେ ଇସଲାମ୍ରେ ତଳବାରର ଉପଯୋଗ ତା’ର ଶାନ୍ତିପ୍ରିୟତା ଆଡ଼କୁ ଇଙ୍ଗିତ କରୁଛି ବା ଆକ୍ରମଣାତ୍ମକ ନୀତି ଆଡ଼କୁ କିନ୍ତୁ ଗାନ୍ଧୀ ତ ପ୍ରତିପକ୍ଷଙ୍କ ଅନ୍ୟାୟ ଏବଂ ଅତ୍ୟାଚାର ତଥା ହିଂସାଚାରର ପ୍ରତିକାରରେ ସ୍ୱୟଂ ହିଂସାର ମାର୍ଗ ଆପଣେଇ ନଥିଲେ, ଏହାର ବିପରୀତ ହିନ୍ଦୁଙ୍କୁ ଅହିଂସା ଶିଖାଇବା ଆଡ଼ରେ ନିଜର ସମସ୍ତ ଶକ୍ତି ଅପଚୟ କଲେ, ଏହା ତାଙ୍କ ଜୀବନର ଘଟଣା ଦେଖିଲେ ପ୍ରତୀତ ହୁଏ ।
ସାବରକରଜୀ ଗାନ୍ଧୀଜୀଙ୍କୁ ଏକପାଖିଆ ପ୍ରୟୋଗକୁ ସଦା ଶଙ୍କା ଏବଂ ସନ୍ଦେହ କରୁଥିଲେ । ତାଙ୍କର ଅହିଂସା ନୀତିରେ କେବେ ବିଶ୍ୱାସ ନଥିଲା । ତାଙ୍କୁ ଆଭାସ ମିଳୁଥିଲା ଯେ ଏଥିରୁ ମୁସଲମାନ୍ଙ୍କ ଆକ୍ରମକ ନୀତିକୁ ପ୍ରୋତ୍ସାହନ ମିଳୁଥିଲା । ତା ୦୭/୦୧/୧୯୨୭ରେ ତାଙ୍କର ଏକ ଲେଖାରେ ସେ ନିଜର ବିଚାର ଏହିପରି ବ୍ୟକ୍ତ କରିଥିଲେ – ବାସ୍ତବିକତା ଏହି ଯେ ଅଧିକାଂଶ ମୁସଲମାନ୍ଙ୍କୁ ଆମ ହିନ୍ଦୁସ୍ତାନ ନିଜ ଦେଶ ଭଳି ପ୍ରତୀତ ହୁଏ ନାହିଁ । ଏବଂ ସେଥିରେ ପୁଣି ଏଠାରେ ହିନ୍ଦୁଙ୍କ ନିବାସ ତାଙ୍କ ପାଇଁ କଣ୍ଟା ଫୋଡ଼ା ସଦୃଶ । ଦେଶସାରା ଏହି ଯେଉଁ ଦଙ୍ଗା ହେଉଅଛି ତାହାର ପୃଷ୍ଠଭୂମିରେ ଏହି ଭାବନା କାର୍ଯ୍ୟ କରୁଅଛି । କଥିପୟ ବିଜ୍ଞ ମୁସଲମାନ୍ଙ୍କୁ ଛାଡ଼ି ଅଧିକାଂଶ ମୁସଲମାନ୍ଙ୍କ ମନରେ ଭାବନା ଜାଗୁଛି ଯେ ତୁର୍କିସ୍ତାନ, ଅଫଗାନିସ୍ତାନ ଅଥବା ଇରାନ ଭଳି ହିନ୍ଦୁସ୍ତାନ ବି ସଂପୂର୍ଣ୍ଣ ଇସଲାମୀ ରାଜ୍ୟ ହେଇଯାଉ । ଏହି ଦେଶରେ ଏପରି କରିବା ପରେ ହିିଁ ଏହାକୁ ନିଜ ଦେଶ ପରି ମଣିବେ ଏବଂ ଏହା ପ୍ରତି ନିଜ ପ୍ରେମ ପ୍ରକଟ କରିବେ ।
‘ଗାନ୍ଧୀ ମହାତ୍ମା ହୋଇଥିବା କାରଣରୁ ପକ୍ଷପାତର ଉଦ୍ଧ୍ୱର୍ରେ ଯଦି ଏହା ମାନିନିଆଯିବ ତାହେଲେ ଯେଉଁ ପ୍ରକାର ନିଜ ଜାତି ପ୍ରତି ପକ୍ଷପାତ କରିବା ଅନୁଚିତ ସେଇପ୍ରକାର ଅନ୍ୟ ଜାତି ପ୍ରତି ନମନୀୟ ଭାବ ରଖିବା ବା ଢଳିବା ବି ପକ୍ଷପାତ ବୋଲି କୁହାଯିବ । ଶବ୍ଦକୋଷରେ ଏହା ପାଇଁ କୌଣସି ଅନ୍ୟ ଅର୍ଥ ଉପଲବ୍ଦ ନାହିଁ । ’
ଯଦି ଏଥିରେ ସୁଧାର ଅଣାଯିବ ତାହେଲେ ଉଚିତ ହେବ । ଇସଲାମର ଶାନ୍ତି, ସହିଷ୍ଣୁତା ଏବଂ ପଶୁଙ୍କ ପ୍ରତି ଦୟାଭାବର ଯେଉଁ ଉପଦେଶ ଗାନ୍ଧୀଙ୍କୁ ଜ୍ଞାତ ଅଛି ସେସବୁ ବସ୍ତୁତଃ ନିଜ ‘ୟଙ୍ଗ ଇଣ୍ଡିଆ’ ମାଧ୍ୟମରେ ଯଦି ଗାନ୍ଧୀଜୀ ନିଜ ମୁସଲାମାନ ଭାଇଙ୍କୁ ଶିଖାଇବେ ତାହେଲେ ଉତ୍ତମ ହେବ । ନିଜ ଶିଷ୍ୟ ଏବଂ ଅଲୀ ବନ୍ଧୁଙ୍କ ଯେଉଁ ପ୍ରକାର ଖିଲାପତ ଆନ୍ଦୋଳନର ବ୍ୟାଖାନ ହେଇଥିଲା, ସେଇପରି ବ୍ୟାଖ୍ୟାନ ଇସଲାମିକ୍ ଧାର୍ମିକ ଗ୍ରନ୍ଥର କରିବା ଦରକାର । କେବେ କେବେ ମୁସଲାମାନ୍ଙ୍କ ରାଷ୍ଟ୍ରଭକ୍ତି ଜଗାଇବା ପାଇଁ କଡ଼ା ପ୍ରଭାବଶାଳୀ ଉପଦେଶ ବି ଦେବା ଦରକାର ।
୧୯୩୭ରେ ସାବରକରଜୀଙ୍କ ଉପରେ ଲାଗିଥିବା ପ୍ରତିବନ୍ଧ ହଟାଇଦିଆଗଲା । ସେ ଏବେ ରତ୍ନଗିରିରୁ ଅନ୍ୟତ୍ର ଯିବା ପାଇଁ ମୁକ୍ତ ଥିଲେ । ଏହି ଦିନରୁ ହିଁ ସାବରକରବାଦ ଏବଂ ଗାନ୍ଧୀଙ୍କ ପ୍ରତ୍ୟକ୍ଷ ରୂପରେ ସାମ୍ନାସାମ୍ନି ହେବା ପ୍ରାରମ୍ଭ ହେଲା । ସ୍ୱରାଜ୍ୟ ପ୍ରାପ୍ତି ପାଇଁ ଆନ୍ଦୋଳନ କରିବା ସହିତ ହିଁ ସାବରକରଜୀଙ୍କୁ ଏକ ଅନ୍ୟ କାର୍ଯ୍ୟକ୍ରମ ବି ନିଜ ହାତକୁ ନେଲେ । ତାହା ଥିଲା, ଗାନ୍ଧୀଜୀଙ୍କ ଏକପକ୍ଷୀୟ ଅହିଂସା ପ୍ରଣାଳୀର ଘାତକ ଶିକ୍ଷାକୁ ଖଣ୍ଡନ କରିବା । ତାହାରି ବୈଧାନିକ ସ୍ୱରୂପ ଥିଲା ହିନ୍ଦୁ ସଙ୍ଘଟନ ।
ରାଜନୀତିରେ ଗାନ୍ଧୀଜୀଙ୍କ ପ୍ରବେଶ ପୂର୍ବରୁ ଅର୍ଥାତ୍ ୧୯୦୩ରେ ହିଁ ସାବରକରଜୀ ସ୍ୱତନ୍ତ୍ରତା ଦେବୀ ସ୍ତୋତ୍ରର ରଚନା କଲେ । ଆଜି ତ ଏହା ଆକାଶବାଣୀରେ ବି ଶୁଣାଯାଉଛି । ସେ ସ୍ୱତସ୍ତ୍ରତା ଦେବୀଙ୍କ ଆହ୍ୱାନ କରିବାକୁ ଯାଇ କହିଥିଲେ – ‘ତୁଜ ସାଠି ମରଣ ତେ ଜନମ, ତୁଜବୀଣ ଜନମ ତେ ମରଣ’ । ଅର୍ଥାତ୍ ତୁମ ପାଇଁ ମୃତ୍ୟୁ ହିଁ ମୋ ଜୀବନ ଏବଂ ତୁମର ବିନା ମୃତ୍ୟୁ । ସ୍ୱୟଂ ସେ ଦେଶ ପାଇଁ, ସ୍ୱତନ୍ତ୍ରତା ପାଇଁ କେତେ ଯାତନା ସହିଛନ୍ତି ତା’ର ଉଲ୍ଲେଖ କରିବା ଆବଶ୍ୟକ ନାହିଁ । ସ୍ୱରାଜ୍ୟ ପାଇଁ ବଳିଦାନ ଦେଇଥିବା ବୀରଙ୍କୁ ସେ ସଦା ସମ୍ମାନ କରୁଥିଲେ । ୧୯୩୭ ପରେ ବି ଅନେକ ସଭାରେ ସ୍ୱୟଂ ସେ ସମସ୍ତ ବୀରଙ୍କ ଗୁଣଗାନ ଏବଂ ଅଭିନନ୍ଦନ କରୁଥିଲେ । ହିନ୍ଦୁ ସଙ୍ଘଠନ ଅନ୍ତର୍ଗତ ହିନ୍ଦୁଙ୍କୁ କେବଳ ଏକାଧିକାର ପ୍ରାପ୍ତ ହେଉ ଏହା ତାଙ୍କର ଭାବନା ନଥିଲା ପରନ୍ତୁ ସହାନୁଭୂତି ନାମରେ ହିନ୍ଦୁଙ୍କ ଅଧିକାର ଛଡ଼ାଇ ନେଇ ଅନ୍ୟଙ୍କୁ ପ୍ରଦାନ କରିବାର ସେ ବିରୋଧି ଥିଲେ । ହିନ୍ଦୁଙ୍କ ପ୍ରତି ଅନ୍ୟାୟ ହେବା ତଥା ତାଙ୍କ ସହିତ ପକ୍ଷପାତପୂର୍ଣ୍ଣ ବ୍ୟବହାର କରାଯିବା ତାଙ୍କର ସ୍ୱୀକାର୍ଯ୍ୟ ନଥିଲା । ହିନ୍ଦୁ ମହାସଭା ଏବଂ କଂଗ୍ରେସରେ ପରସ୍ପର ବିରୋଧି ବିଚାର ପଶ୍ଚାତ୍ରେ ଏହାହିଁ କାରଣ ଥିଲା ।
ହିନ୍ଦୁ ମହାସଭାର ରାଜନୀତିରେ ପଦାର୍ପଣ କରୁଥିଲା, କଂଗ୍ରେସର ପ୍ରଜାତନ୍ତ୍ର ବ୍ୟବସ୍ଥା ଦୃଢ଼ ଥିଲା । ସାବରକରଜୀଙ୍କ ନେତୃତ୍ୱରେ ହିନ୍ଦୁ ମହାସଭାର ଧେୟ ଥିଲା ହିନ୍ଦୁ ସଙ୍ଘଠନ ଏବଂ ଗାନ୍ଧୀଜୀଙ୍କ ନେତୃତ୍ୱରେ କଂଗ୍ରେସର ହିନ୍ଦୁ-ମୁସଲାମାନ ଏକତାର ନୀତିର ବିରୋଧ । ଏହି କଥାକୁ ଗାନ୍ଧୀଜୀ ଏବଂ କଂଗ୍ରେସର ପ୍ରଚାରତନ୍ତ୍ର ପ୍ରଚାର କରୁଥିଲା ଯେ ହିନ୍ଦୁ ମହାସଭା ସ୍ୱରାଜ ବିରୋଧି, ଆଦି ଆଦି । ଏହି ପ୍ରକାରର ପ୍ରଚାର ସେଇ ସମୟର ବାତାବରଣକୁ ସହଜରେ ଭେଦିଯାଉଥିଲା । ଶସ୍ତ୍ରବିଦ୍ୟା ଶିଖିବା ପାଇଁ ସେନାରେ ଭର୍ତ୍ତି ହେବା ଦରକାର, ସ୍ୱୟଂ ସୁଲଭ ଏହି ପ୍ରକାରର ଅବସରକୁ ଏପରି ସମୟରେ ମନା କରିବା କଥା ନୁହେଁ, ଯଥୋଚିତ ସମୟରେ ଶସ୍ତ୍ରର ଉପଯୋଗ କେଉଁ ପ୍ରକାର କରିବା କଥା ତାହା ଶିଖିବା ଦରକାର । ସାବରକରଜୀଙ୍କ ଏପରି ବିଚାରର ବିପରୀତ ଅର୍ଥ ଅନୁମାନ କରାଯାଉଥିଲା । ଏହାର ପରିଣାମ ସ୍ୱରୂପ ଯେ ହିନ୍ଦୁଜନଙ୍କ ବିରୋଧକୁ ଦେଶଭକ୍ତିର ନାମ ଦିଆଯାଉଥିଲା ଏବଂ ହିନ୍ଦୁ ମହାସଭାର କାର୍ଯ୍ୟକର୍ତ୍ତାଙ୍କ ଉପରେ କରାଯାଉଥିବା ଆକ୍ରମଣକୁ ସ୍ୱରାଜ୍ୟ ପ୍ରାପ୍ତିର ମାର୍ଗ ବୋଲି କୁହାଯାଉଥିଲା ।
ଏହି ପ୍ରକାରର ଛଦ୍ମ ପ୍ରଚାରର ଉତ୍ତର ଦେବା ପାଇଁ କେତେକ ସ୍ୱତନ୍ତ୍ର ବିଚାରପନ୍ନ ସମାଚାର ପତ୍ର ଆଗଭର ହେଉଥିଲେ କିନ୍ତୁ ସର୍ବଦା ଏବଂ ସୁସଙ୍ଘଠିତ ରୂପରେ ଏପରି କୌଣସି ପ୍ରଯତ୍ନ ସମ୍ଭବ ହେଇ ପାରୁନଥିଲା । ତେଣୁ ସାଧାରଣ ବର୍ଗର ଦୁଇ-ଚାରି ସମାଚାର ପତ୍ରର ସଂଚାଳନ ହିନ୍ଦୁ ମହାସଭା ପାଇଁ କରାଗଲା । ଆଜି ଯଦି କିଏ କହିଦେବ ମଦ ବନ୍ଦ କାର୍ଯ୍ୟକ୍ରମ ସଫଳ ହେଇଗଲା ତାହେଲେ ସମ୍ଭବତଃ ଆମେ ହସିଥାଉ କିନ୍ତୁ ସେହି ସମୟରେ ହସିବା ପାଇଁ ସୁବିଧା ନଥିଲା । ହିନ୍ଦୁ-ମୁସଲାମାନ ଏକତା ବିରୋଧରେ ସପ୍ରମାଣ ଲେଖା ଯଦି ବି ଲେଖା ଯାଉଥିଲା ତାହେଲେ ମଧ୍ୟ ସେହି ଲେଖାକୁ ପ୍ରକାଶିତ କରିବା ପାଇଁ ସମାଚାର ପତ୍ରକୁ ଦଣ୍ଡିତ କରାଯାଉଥିଲା ।
ଯୁଦ୍ଧକାଳରେ ସରକାରୀ ସ୍ତରରେ ପ୍ରଚାରପତ୍ରର ବିପକ୍ଷକୁ ଚକ୍ମା ଦେବା ପାଇଁ କରାଯାଉଥିଲା । ସେହି ସମୟରେ କଂଗ୍ରେସ ଏହି କଥାର ଧ୍ୟାନ କରୁନଥିଲା କିଏ ନିଜ କିଏ ପର । ଯଦି ସେ ପ୍ରଚାରତନ୍ତ୍ରର ଉପଯୋଗ କଲା ତା ମଧ୍ୟ ଆତ୍ମବଞ୍ଜନା ଏବଂ ଜନବ୍ୟଞ୍ଜନା ପାଇଁ । ମୁସଲମାନ ରାଷ୍ଟ୍ରର ଯଦି ନିର୍ମାଣ ହେଲା ତାହେଲେ ହିନ୍ଦୁଙ୍କ ଭୂମି ଉପରେ ହିଁ ହେଲା । ଭାରତ ବାହାର କୌଣସି ଦେଶରେ ନୁହେଁ । ଅଖଣ୍ଡ ହିନ୍ଦୁସ୍ତାନ ହିଁ ଆମର ଦେଶଭକ୍ତଙ୍କ କର୍ମଭୂମି । ଯେଉଁ ଲାହୋରଠାରେ ତା ୧୬/୦୧/୧୯୨୯ରେ ପଣ୍ଡିତ ନେହେରୁ ସଂପୂର୍ଣ୍ଣ ସ୍ୱତନ୍ତ୍ରତାର ପ୍ରସ୍ତାବ ପାରିତ କରାଇଥିଲେ ବିଭାଜନ ପରେ ଲାହୋର ଭାରତବାସୀଙ୍କ ପାଇଁ ବିଦେଶ ହେଇଗଲା । ହେଉଥାଉ ପଛେ ପ୍ରଚାରତନ୍ତ୍ରର ଆଧାରରେ କଂଗ୍ରେସ ଏହା ପ୍ରଚାର କଲା ଯେ ସେ ଦ୍ୱିରାଷ୍ଟ୍ରବାଦ ସିଦ୍ଧାନ୍ତ ସ୍ୱୀକାର କରିନି । ସ୍ୱରାଜ୍ୟ ପ୍ରାପ୍ତି ସମୟରେ ୧୯୪୨ରେ ଆନ୍ଦୋଳନ ବେଳେ ଇଂରେଜ ଶାସକ ପୂରା ଦେଶରେ ୧୫ ସହସ୍ରରୁ ଅଧିକ ଲୋକଙ୍କୁ ମାରି ପକାଇଲେ, କଂଗ୍ରେସ ମହାସମିତିର କାର୍ଯ୍ୟବାହୀରେ ଏପରି ମାନିନିଆଗଲା । ସୁବାଷ ବାବୁଙ୍କ ଆଜାଦ ହିନ୍ଦ୍ ସେନା ତ ସାମ୍ନାସାମ୍ନି ହୋଇଥିଲେ । ନୌସେନା ଯେବେ ବିଦ୍ରୋହ କଲା ସେଇ ସମୟରେ ଅନେକ ବଳିଦାନ ଦେଲେ । ସ୍ୱତନ୍ତ୍ରତା ପ୍ରାପ୍ତି ପାଇଁ ହିନ୍ଦୁ-ମୁସଲମାନ୍ ଏକତାର ଯେଉଁ ମାର୍ଗ ଆପଣାଯାଇଥିଲା ତାହାର ପରିଣାମ ସ୍ୱରୂପ ସ୍ୱତନ୍ତ୍ରତା ପ୍ରାପ୍ତ ହେଲା । ଏହି ଅବସରରେ ଅନେକ ପ୍ରାନ୍ତରେ ସାମୂହିକ ରକ୍ତପାତ ହେଲା । ଏବଂ ସେହି ପ୍ରଚାରତନ୍ତ୍ରର ଏକ ତୂଳୀରେ ସେ ଏହି ରକ୍ତରଞ୍ଜିତ ଅଧ୍ୟାୟ ଦୃଢ଼ ଭାବେ ପୋଛୁଥିଲେ ଏବଂ , କୌଣସି କୁଣ୍ଠା ବିନା କହୁଥିଲେ – ‘ରକ୍ତର ଏକ ବୁନ୍ଦା ନ ଝରେଇ ଆମେ ସ୍ୱାଧୀନତା ପ୍ରାପ୍ତ କଲୁ । ’ ସେହି ପ୍ରଚାରତନ୍ତ୍ରରେ ନିଜ ଶତ୍ରୁଙ୍କୁ ଭ୍ରମିତ କରିବା ପାଇଁ ଶକ୍ତି ତ ନଥିଲା ।
ଏହି ଦେଶର ଜନତା ଗାନ୍ଧୀଜୀଙ୍କୁ ନେତୃତ୍ୱର ଭାର ଦେଲେ । ଏହି କଥାକୁ ଅସ୍ୱୀକାର ନ କରାଗଲେ ମଧ୍ୟ ସରକାରଙ୍କ ଧାରଣା ତ ଆଜି ଏହା ଯେ ତାଙ୍କ ଅସଫଳତାର ଯଦି ବ୍ୟାଖାନ କରାଯାଏ ତାହେଲେ ତାହା ଦ୍ୱାରା ରାଷ୍ଟ୍ର ପ୍ରତିଷ୍ଠାର ହାନୀ ହେବ । ତେଣୁ ଗାନ୍ଧୀଙ୍କ ମିଥ୍ୟା ପ୍ରଶଂସାକୁ ସ୍ଥାୟୀ କରିବା ଅଭିପ୍ରାୟରେ ଅଥବା ତାଙ୍କୁ ବଞ୍ଚାଇବା ପାଇଁ ଏପରି ଓଜନିଆ ପ୍ରଚାର କରାଗଲା ।
ସେହି ସମୟରେ ପରିସ୍ଥିତିର ଖବର ସଂରଚନା କରୁଥିବା ବ୍ୟକ୍ତି ବା ଦଳ ଅଳ୍ପ ଥିଲେ । ଏପରି କିଛି ଲୋକଙ୍କ ମଧ୍ୟେ ସାବରକରଜୀ ସବୁଠାରୁ ଆଗରେ ଥିଲେ । ପରନ୍ତୁ ତାଙ୍କ ସ୍ୱର କାହାକୁ ଶୁଣାଯାଉନଥିଲା । ଏବଂ ଅନ୍ତରେ ଆମକୁ ସଦା ସକାଶେ ପୀଡ଼ା ଦେଲାବାଲା ପାକିସ୍ତାନର ନିର୍ମାଣ ହେଇଗଲା ।
ସେହି ଖଣ୍ଡିତ ହିନ୍ଦୁସ୍ତାନ ହିନ୍ଦୁହିତର ଧ୍ୟାନ ନ କରାଯାଉ କାରଣ ଏହାଦ୍ୱାରା ସ୍ୱତନ୍ତ୍ରତା ସଙ୍କଟରେ ପଡ଼ିଯିବ, ଏହା ପାଇଁ ଶସ୍ତ୍ରଶକ୍ତିର ସଂଚୟ କର । ଏକପକ୍ଷୀୟ ଅଂହିସାର ପ୍ରଚାର ନ କର ଆଦି ଆଦି କଥାରେ ହିଁ ସାବରକରଜୀଙ୍କ ଆଗ୍ରହ ଥିଲା । ସାବରକର ଏବଂ ଗାନ୍ଧୀବାଦ ମଧ୍ୟରେ ଏହାହିଁ ମୂଲଭୁତ ଅନ୍ତର ଥିଲା ।
କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ଏପରି ଦଳ ଥିଲା ଯେଉଁମାନେ ଗାନ୍ଧୀଜୀଙ୍କ ନୀତିରେ ଅସନ୍ତୁଷ୍ଟ ଥିଲେ, ତାଙ୍କ ସିଦ୍ଧାନ୍ତର ଅପରିଣାମଦର୍ଶିତା ସେମାନଙ୍କୁ ସ୍ପଷ୍ଟ ଦେଖାଯାଉଥିଲା । ନେହେରୁ ଏବଂ ମୌଲାନା ଆଜାଦଙ୍କ ଦଳ ଗାନ୍ଧୀଜୀଙ୍କ ମାନ-ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରଖିବା ପାଇଁ ପ୍ରଯତ୍ନଶୀଳ ଥିଲା । ସେତିକିବେଳେ ସର୍ଦ୍ଧାର ପଟେଲଙ୍କ ନେତୃତ୍ୱରେ ଦଳ ରାଜନୀତି ତରଫକୁ ଢଳିଥିଲା । ଏହି ପ୍ରକାରର ଆଭାସ ଆମକୁ ମୌଲାନା ଆଜାଦଙ୍କ ଲିଖିତ ପୁସ୍ତକ ‘ଇଣ୍ଡିଆ ୱିନ୍ସ ଫ୍ରିଡ଼ମ’ରୁ ବି ସ୍ପଷ୍ଟ ଦେଖିବାକୁ ମିଳେ । ଏପରି ପରିସ୍ଥିତିରେ ଗାନ୍ଧୀଜୀ ପାକିସ୍ତାନକୁ ୫୫ କୋଟି ଟଙ୍କା ଦେବା ପାଇଁ ଅନଶନ , ଦିଲ୍ଲୀର ହିନ୍ଦୁଙ୍କ ଉପରେ ସର୍ତ୍ତ, ଗାନ୍ଧୀଜୀଙ୍କ ପ୍ରାର୍ଥନା ସଭାରେ ବୋମା ବିଷ୍ଫୋରଣ ଏବଂ ୧୦ ଦିନ ପରେ ଗାନ୍ଧୀଜୀଙ୍କ ହତ୍ୟା, ଏସବୁ ଘଟଣା ବଡ଼ କ୍ଷୀବ୍ରତାରେ ଘଟିଗଲା ।
ହିନ୍ଦୁ ହିତର ଜିଦ୍ପୁର୍ବକ ଉପେକ୍ଷା କରିଥିବା କାରଣ ଯୋଗୁଁ ହିଁ ଗାନ୍ଧୀଜୀଙ୍କ ହତ୍ୟା ହେଲା, ଏହା ବୁଝିବା ପାଇଁ ଶାସନକୁ ସମୟ ଲାଗିନଥିଲା । ହିନ୍ଦୁହିତ ରକ୍ଷା କରିବାବାଲା ନେତା ସାବରକରଜୀ କେବଳ ଥିଲେ, ସେଥିପାଇଁ ସରକାରଙ୍କୁ ତାଙ୍କ ଉପରେ ଆକ୍ରୋଶ ସ୍ୱଭାବିକ ଥିଲା । ଏହି କାରଣ ଯୋଗୁଁ ପ୍ରତ୍ୟକ୍ଷ ପ୍ରମାଣ ନ ମିଲିଲା ପରେ ମଧ୍ୟ କୌଣସି ଆଧାରହୀନ ସୂତ୍ରକୁ ଧରିି ସେମାନେ ସାବରକରଜୀଙ୍କୁ ଫସାଇବା ପାଇଁ ଉଦ୍ୟମ କରିଥିଲେ । ମନ୍ତ୍ରୀମଣ୍ଡଳରେ ଭିନ୍ନ ମତ ରଖିବାବାଲା ଏକ ଗୋଷ୍ଠୀ ଥିଲା ତଥାବି ଏପରି ପ୍ରତୀତ ହେଉଥିଲା ଯେପରି ସେମାନେ ସେହି ସମୟରେ ଚୁପ୍ ରହିବା ପାଇଁ ନିର୍ଣ୍ଣୟ ନେଇଥିଲେ ଏବଂ ନିଜସ୍ୱ ବିଚାରକୁ ସାର୍ବଜନୀକ କରିନଥିଲେ । କାରଣ ସରକାରୀ ଓକିଲଙ୍କୁ ପ୍ରମାଣ କରିବାର ଥିଲା ଯେ ସାବରକରଜୀଙ୍କ ପ୍ରେରଣାରୁ ହିଁ ଏବଂ ଆଦେଶରେ ଗାନ୍ଧୀ ହତ୍ୟା କରାଗଲା ଏବଂ ସେହି ଅନୂରୂପ ଦସ୍ତାବିଜ ଓ ସାକ୍ଷୀ ଓ ତର୍କ ନ୍ୟାୟଳୟ ସମ୍ମୁଖରେ ଉପସ୍ଥାପିତ କରାଗଲା ।
ସରକାରଙ୍କ ତରଫରୁ ହିନ୍ଦୁହିତ ଅଣଦେଖା ଉଦ୍ଧେଶ୍ୟରେ ସାବରକରଜୀ ଗୋଷ୍ଠୀ ଉପରେ ଯେନତେନ ପ୍ରକାରେଣ କୌଣସି ପ୍ରକାରର ପ୍ରତିବନ୍ଧ ଲଗାଯାଇଥିଲା । ପୁଣି ନିଜର ସ୍ୱେଚ୍ଛାଚାରିତାର ଉଦାହରଣ ଆମକୁ ପରେ ବି ଦେଖିବାକୁ ମିଳିଥିଲା । ଯେମିତି କି ନେହେରୁ ଲିକାୟତ ଚର୍ଚ୍ଚା ବିଷୟ ପ୍ରାରମ୍ଭ ହେଲା ସାବରକରଜୀ ଏବଂ ଅନ୍ୟ ଅନେକ କାର୍ଯ୍ୟକର୍ତ୍ତାଙ୍କ ୧୯୫୦ରେ ସ୍ଥାନବଦ୍ଧର ଦଣ୍ଡ ମିଳିଲା । ଏମିତି ଲାଗୁଥିଲା ଯେପରି ହିନ୍ଦୁଙ୍କ ଅହିତ ସାଧିବା ପରେ ହିନ୍ଦୁସ୍ତାନ ଏବଂ ପାକିସ୍ତାନର ସଂପର୍କ ସୁଦୃଢ଼ ହେଇପାରିବ । ହିନ୍ଦୁହିତର ଆହୂତି ଦେଇ ଧର୍ମ ନିରପେକ୍ଷକତାକୁ ଆଦରି ନେବା ସେଇ ସମୟର ସରକାରଙ୍କର ଏହିପରି ହିନ୍ଦୁଦ୍ୱେଷ ମନୋଭାବ ଥିଲା । ଏହି ଧାରଣାର ବଶୀଭୂତ ହୋଇ ସାବରକରଜୀଙ୍କୁ ଗାନ୍ଧୀ-ହତ୍ୟା କାଣ୍ଡରେ ଫସାଇ ଦିଆଗଲା । ସାବରକରଜୀଙ୍କ ପ୍ରତି ଦ୍ୱେଷ ଭାବନା କମ୍ ହେବା ଲାଗି ଅନେକ ବର୍ଷ ଲାଗିଗଲା ।
-ପରେ-
