–ପୂର୍ବରୁ–
ବଡ଼ଗେ ମିଥ୍ୟାବାଦୀ, କପଟୀ
ବଡ଼ଗେର ସାକ୍ଷ୍ୟ ବୟାନର କିଛି ଉଦାହରଣ ପେଶ୍ କରି ସାବରକରଜୀ ତାହାର ଚରିତ୍ର ଏବଂ ବ୍ୟବହାର ନ୍ୟାୟାଳୟ ସମ୍ମୁଖରେ ପ୍ରତ୍ୟକ୍ଷ ପ୍ରକାଶ କରିବାକୁ ଯାଇ କହିଲେ, ଯେ ବଡ଼ଗେ କହୁଥିଲା – ମୁଁ ବିନା ଲାଇସେନ୍ସରେ ବୋମା ତଥା ପିସ୍ତଲଆଦି ବିକୁଥିଲି । ମୁଁ ଆବାସିକ ଗୃହରେ ଅସ୍ତ୍ରଶସ୍ତ୍ର ଆଦି ରଖୁଥିଲି କାରଣ ମୁଁ ଯଦି ଧରାପଡ଼ି ଯାଇଥାଆନ୍ତି ତାହେଲେ ମୋ ପାଖରୁ କୌଣସି ଅସ୍ତ୍ରଶସ୍ତ୍ର ମିଳିନଥାଆନ୍ତା । ଦିଲ୍ଲୀରେ, ଡ୍ରାଇଭରର ଅଜାଣତରେ ମୁଁ ଦୁଇଟି ପିସ୍ତଲ ତା ଗାଡ଼ିରେ ଲୁଚାଇଲିଥିଲି କାରଣ ମୁଁ ଯଦି ଧରାପଡ଼ିଯାଇଥାନ୍ତା ତାହେଲେ ଟାକ୍ସିବାଲା ହିଁ ବିପଦରେ ପଡ଼ିଥାଆନ୍ତା, ମୁଁ ନୁହେଁ । ମୁଁ ବଞ୍ଚିଯାଇଥାନ୍ତି । ମୁଁ ବିନା ଟିକେଟରେ ଯାତ୍ରା କରୁଥିଲି ଓ ଟିକେଟ କଲେକ୍ଟରକୁ ଲାଞ୍ଚ ଦେଉଥିଲି । ମୁଁ ଧନ ଚାହୁଁଥିଲି । ମୁଁ ଚାହୁଁଥିଲି ମୋଠାରୁ ପିସ୍ତଲ ନେଇ ଦୀକ୍ଷିତଜୀ ମହାରାଜ ମୋତେ ନ୍ୟୁନତମ ୩୫୦ ଟଙ୍କା ଦିଅନ୍ତୁ । ପ୍ରକୃତରେ ସେ ପିସ୍ତଲ ମୋତେ ପ୍ରତିବଦଳରେ ମିଳିଥିଲା, କିନ୍ତୁ ତାକୁ ମୁଁ କିଣିଥିଲି ବୋଲି ତାଙ୍କୁ ମିଛରେ କହିଥିଲି । ଏପରି ସତ୍ୟ ବଡ଼ଗେ ନିଜ ସାକ୍ଷ୍ୟ ପ୍ରଦାନର ବିିଭିନ୍ନ ଅବସରରେ ସ୍ୱୟଂ କହିଥିଲା । ଏଥିରୁ ସ୍ପଷ୍ଟ ଯେ ବଡ଼ଗେ ମିଥ୍ୟାବାଦୀ ଏବଂ କପଟୀ ଏବଂ ନିଜ ପ୍ରାଣ ବଞ୍ଚାଇବାକୁ ଅନ୍ୟକୁ ବିପଦରେ ପକାଇପାରେ ।
ଟ୍ରଙ୍କ୍କଲ୍ : ଦିଲ୍ଲୀରୁ
ତା ୧୯/୦୧/୧୯୪୮ ପ୍ରାତଃ ୯:୨୦ରେ ଦିଲ୍ଲୀର ଟେଲିଫୋନ ନମ୍ବର ୮୦୨୪ରେ ବମ୍ବେର ଟେଲିଫୋନ୍ ନମ୍ବର ୬୦୨୯୦ରେ ଏକ ଟ୍ରଙ୍କକଲ ବୁକ୍ କରାଗଲା । ଦିଲ୍ଲୀର ନମ୍ବର ହିନ୍ଦୁ ମହାସଭା ଭବନର ଥିଲା, ଏହା ସାବରକର ସଦନର ଥିଲା ବୋଲି ସରକାରୀ ଓକିଲଙ୍କ ଆରୋପ ଥିଲା । ତାଙ୍କର କହିବା ଥିଲା ଯେ ଟ୍ରଙ୍କ୍କଲ୍ ବ୍ୟକ୍ତିଗତ ଥିଲା । ଏପରି ତାଙ୍କୁ କାଗଜାଦିରୁ ବିଦିତ ହେଉଅଛି । ନାଥୁରାମ, ଆପତେ, କରକରେ, ମଦନଲାଲ ବଡ଼ଗେ ଏବଂ ଶଙ୍କର ଦିଲ୍ଲୀରେ ଉପସ୍ଥିତ ଥିଲେ ଏବଂ ହିନ୍ଦୁ ମହାସଭା ଭବନରେ ରହୁଥିଲେ, ଏପରି ସରକାରୀ ଓକିଲମାନେ ପୂର୍ବରୁ କହିସାରିଥିଲେ । ସରକାରୀ ଓକିଲଙ୍କ କହିବା ଥିଲା ଏହି ଟ୍ରଙ୍କ୍କଲ୍ କାସାର ବା ଦାମଲେଙ୍କ ନାମରେ ଥିଲା । କାସାର ସାବରକରଜୀଙ୍କ ଅଙ୍ଗରକ୍ଷକର ନାମ ଥିଲା ଏବଂ ଦାମଲେ ତାଙ୍କ କାର୍ଯ୍ୟବାହୀ କର୍ମଚାରୀ । ଆପତେ ଏବଂ ନାଥୁରାମ କାସାର ଓ ଦାମଲେଙ୍କ ସହିତ ପରିଚିତ ଥିଲେ । ସେଥିପାଇଁ ସେମାନେ ହିଁ ଟ୍ରଙ୍କ୍କଲ୍ ବୁକ୍ କରାଇଥିବେ ଏବଂ ସାବରକରଜୀଙ୍କ ପାଇଁ ହିଁ ହେଇଥିବ । ଏପରି ତର୍କ ରଖିଥିଲେ ସରକାରୀ ଓକିଲଗଣ ।
ଟେଲିଫୋନ୍ ସାବରକର ସଦନର ତଳ ମହଲାରେ ଥିଲା । ତଳ ମହଲାରେ ହିନ୍ଦୁ ସଙ୍ଘଠନର କାର୍ଯ୍ୟାଳୟ ଥିଲା ଏବଂ ସେଠାରେ ଅନେକ କର୍ମକର୍ତ୍ତାଙ୍କ ଯିବା ଆସିବା ଲାଗିରହୁଥିଲା । ଏ କଥା ବିଷୟରେ ବି ନ୍ୟାୟାଲୟ ଜ୍ଞାତ ଥିଲେ ।
ଏହି ଟ୍ରଙ୍କ୍କଲ୍ ଅନୁଚାରିତ ହୋଇଥିଲା, ଏହି ଟ୍ରଙ୍କ୍କଲ୍ର କେହି ଉତ୍ତର ଦେଇନଥିଲେ । ସେଥିରେ କୌଣସି କଥାବାର୍ତ୍ତା ହୋଇନଥିଲା କାରଣ ବମ୍ବେ କାର୍ଯ୍ୟାଳୟରେ କୁହାଗଲା ଯେ ଯେଉଁ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ଉଦ୍ଧେଶରେ ଟ୍ରଙ୍କ୍କଲ୍ ପ୍ରେରିତ ସେହି ବ୍ୟକ୍ତି ଉପସ୍ଥିତ ନାହାଁନ୍ତି । ଦିଲ୍ଲୀ ଅଫିସରୁ କଲ୍ ରଦ୍ଧ କରାଗଲା ଏବଂ ରେଜିଷ୍ଟର୍ରେ ‘ବାତିଲ୍’ ଅଙ୍କିତ କରାଗଲା ।
ପ୍ରତିପ୍ରଶ୍ନ ଅବସରରେ ଓକିଲ ଭୋପଟକରଜୀ ଏହି କଥନକୁ ଖାରଜ କଲେ ଏବଂ ସାବରକରଜୀ ନିଜ କଥନର ଯୁକ୍ତିଯୁକ୍ତତାର ସ୍ପଷ୍ଟୀକରଣ ଦେଲେ । ସେହି ଟ୍ରଙ୍କ୍କଲ୍ କାସାର ଏବଂ ଦାମଲେଙ୍କ ପାଇଁ ନଥିଲା । ସେ ଓକିଲଙ୍କ ସାକ୍ଷୀଙ୍କ ଦ୍ୱାରା ଏହା କୁହାଇନେଲେ । ଚିଠିରେ ଏକ ନାମ ଥିଲା କସୈୟା ଏବଂ ଅନ୍ୟଟି ଥିଲା ଦଲାଲ । ଏହି ଦଲାଲ ପରବର୍ତ୍ତୀ ସମୟରେ ଡି. ମେଲୋ ହେଇଗଲା । ଏହି ଦୁଇ ନାମ କାସାର ଏବଂ ଦାମଲେ ସହିତ ସାଦୃଶ୍ୟତା ଥିବା ସତ୍ୱେ ବି ଏପରି ନାମଧାରୀ ବ୍ୟକ୍ତି ନ ମିଳିବାରୁ କୌଣସି ପ୍ରକାରର ନିଷ୍କର୍ଷ ଏହି କଥନରୁ ବାହାର କରିବା ନ୍ୟାୟ ବିରୁଦ୍ଧ ହୋଇଥାଆନ୍ତା ।
ତା୧୯/୦୫/୧୯୪୮ରେ ଟ୍ରଙ୍କ୍କଲ୍ର ଦେୟ ଦୁଇ ଟଙ୍କା ବାର ଅଣା ପୈଠ କରାଗଲା । ହିନ୍ଦୁ ମହାସଭାର କାର୍ଯ୍ୟ ପାଇଁ ଏକ କାର୍ଯ୍ୟଲୟରୁ ଅନ୍ୟ କାର୍ଯ୍ୟାଲୟକୁ କଲ ବୁକ୍ କରାଯାଇଥିବ ଏପରି ସ୍ପଷ୍ଟୀକରଣ ଯୁକ୍ତଯୁକ୍ତ ଥିଲା । ଦିଲ୍ଲୀରୁ କିଏ କଲ୍ ବୁକ୍ କଲା ତାହାର କୌଣସି ସଠିକ୍ ପ୍ରମାଣ ମିଳିଲା ନାହିଁ । ତେଣୁ ଏହା ନିରର୍ଥକ ପ୍ରମାଣ ।
ଯେଉଁ ଦୂରଧ୍ୱନିର ଜନ୍ମ ପୂର୍ବରୁ ମୃତ୍ୟୁ ହୋଇ ସାରିଥିଲା ସେ ବିଷୟରେ କ’ଣ ପଚରାଯିବ, ଯାହା ଜନ୍ମ ହିଁ ହେଇନଥିଲା ବା ଯାହା ଘଟିତ ହିଁ ହେଇନଥିଲା ତାହା ବିଷୟରେ କ’ଣ କୁହାଯିବ । ଏପରି ଭାବେ ସାବରକରଜୀ ନିଜ ବ୍ୟକ୍ତବ୍ୟରେ ଉଲ୍ଲେଖ କରିଥିଲେ ।
ବିଧାୟକ ଅଙ୍ଗ
ନିଜ ବିରୋଧରେ ପ୍ରସ୍ତୁତ ସାକ୍ଷୀ ଏବଂ ପ୍ରମାଣର ସଠିକ୍ ଉତ୍ତର ଦେବା ଉପରାନ୍ତ ସାବରକରଜୀ ନିଜ ନିବେଦନରେ ରଚନାତ୍ମକ ଉତ୍ତର ପ୍ରସ୍ତୁତ କଲେ । ଏବଂ ସେ କହିଲେ ସରକାରୀ ଓକିଲ ଯାହା କିଛି ବି ପ୍ରମାଣ କରିବାକୁ ଚାହୁଁଛନ୍ତି ତାହା ପ୍ରମାଣିତ କରିବା ପାଇଁ ଅସଫଳ ହୋଇଛନ୍ତି । ରଚନାତ୍ମକ ପ୍ରମାଣ ପାଇଁ ସେ ସମୟ ସମୟରେ ଖବରକାଗଜରେ ପ୍ରକାଶିତ କରାଯାଇଥିବା ନିଜର କିଛି ଲେଖାକୁ ପ୍ରସ୍ତୁତ କଲେ । ତାଙ୍କର ଏକ ବୟାନରେ ତା ୦୬/୧୧/୧୯୪୦ରେ ପ୍ରକାଶିତ ହୋଇଥିଲା । ସେଥିରେ ନେହେରୁଙ୍କୁ ଦଣ୍ଡ ମିଳିବା ପରେ ତାଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶିତ କରି ନେହେରୁଙ୍କ ଦେଶଭକ୍ତିର ପ୍ରଶଂସା କରାଯାଇଥିଲା । ଅଗଷ୍ଟ, ୧୯୪୨ରେ ଯେବେ କଂଗ୍ରେସ ନେତାଗଣଙ୍କୁ ବିନା କୌଣସି ଆରୋପ ଏବଂ ପ୍ରମାଣରେ କାରାଗାରରେ ଭର୍ତ୍ତି କରାଗଲା ସେଇ ସମୟରେ ସାବରକରଜୀଙ୍କ ଯେଉଁ ବୟାନ ପ୍ରକାଶିତ କରାଗଲା ତାହା ତାଙ୍କରି ଦ୍ୱାରା ପ୍ରସ୍ତୁତ ହୋଇଥିଲା । ଗାନ୍ଧୀଜୀଙ୍କ ଅନଶନର ସମାପ୍ତି ପାଇଁ ସେ ତା ୨୨.୨.୧୯୪୩ରେ ଏକ ବୟାନ ପ୍ରକାଶିତ କରିଥିଲେ । ତାହା ବି ପ୍ରସ୍ତୁତ କରାଗଲା । କସ୍ତରୁବାଙ୍କ ଦେହାନ୍ତ ପରେ ତା ୨୩.୨.୪୪ରେ ଗାନ୍ଧୀଙ୍କ ପ୍ରେରିତ ସମ୍ବେଦନାତ୍ମକ -ପତ୍ରର ନକଲ ଗାନ୍ଧୀଜୀଙ୍କ ଜେଲରୁ ମୁକ୍ତ ପରେ ତା ୭/୦୫/୧୯୪୪ରେ ପ୍ରକାଶିତ କରାଗଲା ବୟାନ ଆଦି ସେଥିରେ ସମାବିଷ୍ଟ ଥିଲା ।
ସାବରକରଜୀଙ୍କ ଉପରେ ବକ୍ର ଦୃଷ୍ଟି କାହିଁକି?
ଉଚ୍ଚଶିକ୍ଷା ପାଇଁ ବିଲାତ ଯିବା ପୂର୍ବରୁ ହିଁ ସାବରକାରଜୀ ଦେଶମୁକ୍ତି ପାଇଁ ପ୍ରଯତ୍ନ ଆରମ୍ଭ କରିଦେଇଥିଲେ । ସ୍ୱତନ୍ତ୍ରତାର ସ୍ତୋତ୍ର ବାଫେକରଙ୍କ ବନ୍ଧୁଙ୍କ ଆଦି କାବ୍ୟରୁ ଏବଂ ମିତ୍ର ମେଳା ବା ଅଭିନୟ ଭାରତ ସଂସ୍ଥାର ସ୍ଥାପନାରୁ ଏବଂ ବିଦେଶୀ କପଡ଼ାର ଅଗ୍ନିସଂଯୋଗିକରଣରୁ ତାଙ୍କ ସ୍ୱତନ୍ତ୍ରତା ପାଇଁ ତାଙ୍କ ଦୃଢ଼ ଦେଶଭକ୍ତି ସେଙ୍କତ ଥିଲା । ରାଷ୍ଟ୍ରର ସ୍ୱତନ୍ତ୍ରତା ପାଇଁ ଯଥାସମ୍ଭବ ସବୁ ସାଧନକୁ ଆପଣେଇବା କେବଳ ସମର୍ଥନୀୟ ନୁହେଁ ଆବଶ୍ୟକ ବି ଥିଲା ବୋଲି ତାଙ୍କର ବିଶ୍ୱାସ ଥିଲା । ସେଇ ବିଶ୍ୱାସନୁସାରେ ତାଙ୍କର ବ୍ୟବହାର ବି ସମୟ ଉପରେ ରକ୍ତଲିପ୍ତ ହୋଇଯିବା ସ୍ୱାଭାବିକ ଥିଲା ।
ବିଲାତଠାରେ ଇଣ୍ଡିଆ ହାଉସରେ ଯେଉଁ ଯୁବକ ଏକତ୍ରିତ ହେଉଥିଲେ ସେମାନଙ୍କୁ ରାଷ୍ଟ୍ରପ୍ରେମର ଦୀକ୍ଷା ଦିଆଯାଉଥିଲା । ପଣ୍ଡିତ ଶ୍ୟାମଜୀ କୃଷ୍ଣ ବର୍ମା, ଲାଲା ହରଦୟାଲ ଆଦିଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ଥିଲେ । ସ୍ୱୟଂପ୍ରଜ୍ଞ ସାବରକରଜୀ ସେଇ ସମୟରେ ଭାରତ ଭବନକୁ ସର୍ବାଧିକ ପ୍ରଭାବିତ କରିଥିଲେ ।
ଗାନ୍ଧୀଜୀ ଏବଂ ସାବରକରଙ୍କ ପ୍ରଥମ ଭେଟ ବିଲାତର ଲଣ୍ଡନଠାରେ ହେଇଥିଲା । ରାଷ୍ଟ୍ରୀୟ ସମସ୍ୟା ବିଷୟରେ ପରସ୍ପର ମଧ୍ୟେ ମତ ଭିନ୍ନତା ଏବଂ ବିଚାର ଭିନ୍ନ ସେ ସମୟରୁ ଆରମ୍ଭ ହେଇଥିଲା ।
ଗାନ୍ଧୀଜୀଙ୍କ ଚରିତ୍ରକୁ ଆମେ ବିନା କୌଣସି ମାନଦଣ୍ଡରେ ପୂର୍ବାଗ୍ରହରେ ପୂର୍ଣ୍ଣ ମନରେ ଦେଖିଥିଲୁ ଏବଂ ପରଖିଥିଲୁ । ତଥାପି ଗାନ୍ଧୀଜୀ ଯେଉଁ ସିଦ୍ଧାନ୍ତ ପାଇଁ ପ୍ରସିଦ୍ଧ ଥିଲେ କ’ଣ ତାଙ୍କ ବ୍ୟବହାର ତାଙ୍କ ସିଦ୍ଧାନ୍ତ ଅନୁରୂପ ଥିଲା ? ଏପରି ପ୍ରଶ୍ନ ମନକୁ ଆନ୍ଦୋଳିତ ତ କରେ । ମନରେ ଏପରି ଶଙ୍କା ଉପୁଜେ ସେ ଜୀବନର ପ୍ରମୁଖ ମାର୍ଗଦର୍ଶକ ଭାବେ ଅଂହିସା ସିଦ୍ଧାନ୍ତ ମାନିଥିଲେ ବା ସ୍ୱତନ୍ତ୍ରତାକୁ ମାନ୍ୟତା ଦେଉଥିଲେ ବା ରାଜନିଷ୍ଠାକୁ ମାନୁଥିଲେ ।
ଗାନ୍ଧୀଜୀଙ୍କୁ ସାବରକରଜୀଙ୍କ ହିଂସା ମାର୍ଗ ଭଲ ଲାଗୁନଥିଲା । ‘ ମାରୋ କାଣ୍ଟୋ ବା ପନ୍ଥ’ ନାମକ ପୁସ୍ତିକାରେ’ କ୍ରାନ୍ତିମାର୍ଗ ଏବଂ କ୍ରାନ୍ତିକାରୀଙ୍କୁ ସେ ନିନ୍ଦା କରିଛନ୍ତି । ଏହାର ଉଲ୍ଲେଖ ଶ୍ରୀ ସି.ଲ.କରନ୍ଦିକର ନିଜ ପୁସ୍ତକ ‘ସାବରକରଜୀଙ୍କ ଜୀବନୀ’ର ପୃଷ୍ଠା ୧୫୫ରେ କରିଛନ୍ତି । କ୍ରାନ୍ତିକାରୀଙ୍କ ଦ୍ୱାରା ପ୍ରଭାବିତ ଯୁବକଙ୍କୁ ରୋକିବା ପାଇଁ ସେ ଏପରି କରୁଥିଲେ । ଶ୍ରୀ ଇନ୍ଦୁଲାଲ ଜ୍ଞାନିକ ଲାଲା ହରଦୟାଲଙ୍କ ଜୀବନୀ ଲେଖିଛନ୍ତି । ତା ୦୩/୧୨/୧୯୦୬ରେ ଗାନ୍ଧୀଜୀଙ୍କ ଦ୍ୱାରା ଡା.ପି.ଜେ ମେହେଟାଙ୍କୁ ପ୍ରେରିତ ଚିଠିରେ ଏହି ପୁସ୍ତକର ଉଲ୍ଲେଖ ଅଛି । ସେଇ ପତ୍ରରେ ଗାନ୍ଧୀ ଲେଖନ୍ତି – ଶ୍ୟାମଜୀଙ୍କ ମାର୍ଗ ସତ୍ୟଠାରୁ ବହୁତ ଦୂରରେ । ତାଙ୍କର କାର୍ଯ୍ୟପଦ୍ଧତି ମଧ୍ୟ ଧର୍ମାନୁକୂଳ ନୁହେଁ । ଭାରତଭବନ ଆଖପାଖରେ କେବଳ ବିଷାକ୍ତ ବାୟୁମଣ୍ଡଳ ଉତ୍ପନ୍ନ ହେଉଛି । ଆପଣ ଶ୍ୟାମଜୀଙ୍କ ଶିକ୍ଷାର ଅନୁସରଣ କରୁଛନ୍ତି ମୁଁ ଏହା ଦେଖୁଛି । ମୋର ତାଙ୍କ ସହିତ କଥାବାର୍ତ୍ତା ହୋଇଛି । ସେ ଅନୁସରଣ କରୁଥିବା ମାର୍ଗ ମୋ ମନରେ ଭୟ ତଥା ଘୃଣା ଉତ୍ପନ୍ନ କରୁଛି ।”
ବାସ୍ତବରେ ହିଂସା ରଚିବା କ୍ରାନ୍ତିକାରୀଙ୍କ ଧେୟ କେବେ ନଥିଲା । କେବଳ ଲୋକ ହତ୍ୟା, ଏହା ବି ସେମାନଙ୍କ ଉଦ୍ଧେଶ୍ୟ ନଥିଲା । ଏହି କଥାକୁ ଗାନ୍ଧୀ କେବେ ଗମ୍ଭୀରତାର ସହ ବିଚାର କରିନଥିଲେ । ସର୍ଦ୍ଧାର ଭଗତ ସିଂହ ଲୋକସଭା ଭବନରେ ଯେଉଁ ପତ୍ରକ (Leaflet) ଫିଙ୍ଗିଥିଲେ ସେଥିରେ କ୍ରାନ୍ତିକାରୀଙ୍କ ସମ୍ୟକ୍ ଜୀବନ ବିଷୟକ ଦିଗ୍ଦର୍ଶନ କରାଯାଇଛି । ସେହି ପତ୍ରକରେ କୁହାଯାଇଛି –
‘ମନୁଷ୍ୟ ଜୀବନକୁ ଆମେ ବହୁତ ପବିତ୍ର ବୋଲି ବିଚାର କରୁ । ଆମେ ଏପରି ଉଜ୍ଜ୍ୱଳ ଭବିଷ୍ୟତର ଆଶା କରୁଛୁ ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତିକୁ ପୂର୍ଣ୍ଣ ଶାନ୍ତି ଏବଂ ସ୍ୱାତନ୍ତ୍ର୍ୟର ଅବସର ସୁଲଭ ହେବ । ଆମକୁ ଯେବେ ଅନିବାର୍ଯ୍ୟ କାରଣବଶତଃ ମାନବ ରକ୍ତ ବୁହାଇବାକୁ ପଡ଼େ ଆମକୁ ହିଁ ବହୁତ ପୀଡ଼ା ହୁଏ । କିନ୍ତୁ କ୍ରାନ୍ତି ମାଧ୍ୟମରେ ସମସ୍ତଙ୍କୁ ସମାନ ସ୍ୱାଧିନତା ପ୍ରଦାନ କରିବା ଏବଂ ମନୁଷ୍ୟ ଦ୍ୱାରା ମନୁଷ୍ୟର ଶୋଷଣର ସମାପ୍ତି ଆମର ଉଦ୍ଧେଶ୍ୟ ଅଟେ । ଏପରି କ୍ରାନ୍ତିରେ କିଛି ବା କିଛି ରକ୍ତପାତ ହେବା ଅବଶ୍ୟମ୍ଭାବୀ । କ୍ରାନ୍ତିର ପ୍ରାରମ୍ଭରୁ ହିଁ କ୍ରାନ୍ତିକାରୀଙ୍କର ଏପରି ଦୃଷ୍ଟିକୋଣ ରହିଆସିଛି । ଯଦି ସହଜରେ ସ୍ୱାତନ୍ତ୍ର୍ୟ ପ୍ରାପ୍ତ ହେଇଯାଆନ୍ତା ତାହେଲେ ଶସ୍ତ୍ର ପ୍ରହାର ଦ୍ୱାରା ନିଜ ମୁଣ୍ଡକାଟ କରି ଜୀବନର ଆହୂତି ଦେବା ଭଳି ଦୁଷ୍କର କାର୍ଯ୍ୟ ସେମାନେ କେବେ କରିନଥାଆନ୍ତେ ।
ଅହିଂସା ସିଦ୍ଧାନ୍ତ କାରଣରୁ ଗାନ୍ଧୀଜୀଙ୍କୁ କ୍ରାନ୍ତିକାରୀଙ୍କ ମାର୍ଗ ଅନୁଚିତ ପ୍ରତୀତ ହେଉଥିଲା । ଯଦି ଏହି କଥାକୁ ମାନିନିଆଯାଏ ତାହେଲେ ଯିଏ କେହି ଯଦି ଶସ୍ତ୍ର ପ୍ରୟୋଗ କରିବାକୁ ଆଗଭର ହେବ ସେହି ସମସ୍ତଙ୍କ ମାର୍ଗ ବି ତାଙ୍କୁ ଅନୁଚିତ ଲାଗିବ ଦରକାର । ପରନ୍ତୁ ବ୍ରିଟ୍ରିଶ ସାମ୍ରାଜ୍ୟ ଦ୍ୱାରା କରାଯାଉଥିବା କାର୍ଯ୍ୟରେ ହିଂସା ତାଙ୍କୁ ଅନୁଚିତ ଏବଂ ଅଧର୍ମ ବୋଲି ପ୍ରତୀତ ହେଉନଥିଲା । ବ୍ରିଟିଶ ଶାସକଙ୍କ ଦ୍ୱାରା ଝୁଲୁ ରାଜ୍ୟ (ଦକ୍ଷିଣ ଆଫ୍ରିକା) ବିରୁଦ୍ଧରେ ଯୁଦ୍ଧ ପ୍ରାରମ୍ଭ କରିଥିଲେ (Anglo-Zulu War-1879) । ଏହି ସମ୍ବନ୍ଧରେ ଗାନ୍ଧୀ ଲେଖନ୍ତି – “ଝୁଲୁ ଲୋକେ ହିନ୍ଦୁସ୍ତାନୀ ଲୋକର କୌଣସି କ୍ଷତି କରିନଥିଲେ । ସେହି ଲୋକଙ୍କ ବିରୁଦ୍ଧରେ ବି୍େରଦାହର ଆରୋପ ସଠିକ୍ ନୁହେଁ । ସେଇ ସମୁଦାୟରେ ଅନେକ କ୍ରୁର ହତ୍ୟା ସଙ୍ଘଠିତ ହୋଇଥିଲା । ତଥାବି ଇଂରେଜ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରି ସ୍ୱୟଂସେବକଙ୍କ ଦାବୀ କଲେ ଏହା ଶୁଣି ମୁଁ ସ୍ୱୟଂ ସେବକ ହେଇ ଇଂରେଜଙ୍କ ସେନାରେ ଭର୍ତ୍ତି ହୋଇ ଯତ୍କିଞ୍ଚିତ ଭାଗ ନେବା ପାଇଁ ନିର୍ଣ୍ଣୟ ନେଲି । କାରଣୁ ମୁଁ ଇଂରେଜ ସାମ୍ରାଜ୍ୟକୁ ବିଶ୍ୱର ହିତ ସାଧନ ବାଲା ସାମ୍ରାଜ୍ୟ ଭାବୁଥିଲି । ସେହି ସାମ୍ରାଜ୍ୟର ବିନାଶ ନ ହେଉ ଏହା ମୋର ହାର୍ଦ୍ଧିକ ଇଚ୍ଛା” (ଗାନ୍ଧୀଜୀ) ।
ଅହିଂସାର ପୂଜାରୀଙ୍କୁ ଗାନ୍ଧୀଜୀଙ୍କ ଏହିପରି କହିବାର ଥିଲା ଯେ “ବିଟ୍ରଶ ସାମ୍ରାଜ୍ୟ ଦ୍ୱାରା ଝୁଲୁ ସମ୍ପ୍ରଦାୟ ଉପରେ କରାଯାଉଥିବା ଅତ୍ୟାଚାର ନିନ୍ଦନୀୟ ଅଟେ କାରଣ ତାହା ହିଂସା ପ୍ରରୋଚିତ, ତେଣୁ ଅଧର୍ମ । ସଂସାରର ଉପକାର ନାମରେ କରାଯାଉଥିବା ଅହିଂସା ବନ୍ଦନୀୟ ଏବଂ କ୍ରୁରତା ନାମରେ କରାଯାଉଥିବା ଅହିଂସା ନିନ୍ଦନୀୟ ଅଟେ, ଅହିଂସାର ଏପରି ଦ୍ୱିଅର୍ଥବୋଧକ ବ୍ୟାଖା କରାଯାଇପାରିବନି । କୌଣସି ଭାରତୀୟ ଇଂରେଜଙ୍କ ଏପରି ହିଂସ୍ରକ ଯୁଦ୍ଧ ପାଇଁ ସହାୟତା ନ କରନ୍ତୁ ।”
ଗାନ୍ଧୀଜୀଙ୍କ ତାଙ୍କ ସିଦ୍ଧାନ୍ତ ପ୍ରତି ସଦା ନିଷ୍ଠାବାନ ଥିଲେ, ଏପରି ଆମେ ସେତେବେଳେ କହି ପାରିବା ଯଦି ସେ ଉପର୍ଯୁକ୍ତ ବିଚାର ବ୍ୟକ୍ତ କରିଥାଆନ୍ତେ ।
ଭାରତ ଆସି ଗାନ୍ଧୀଜୀ ‘ଅପ୍ରତ୍ୟକ୍ଷ ପ୍ରତିକାର’ (ସତ୍ୟାଗ୍ରହ) ପଦ୍ଧତି ଆପଣେଇଲେ । କେବଳ ସେହି ଉପାୟ ପର୍ଯ୍ୟାପ୍ତ ନଥିଲା । ଏପରି ସାବରକରଜୀଙ୍କ ବିଚାର ଥିଲା । ଏହି ସମ୍ବନ୍ଧରେ ତାଙ୍କ ‘କାଳ’ ନାମକ ଦୈନିକରେ ଲେଖାଯାଇଥିବା ଏକ ବାର୍ତ୍ତା ଦେଖିବାକୁ ପାଇଲୁ । ନିଜ ଲେଖାରେ ସେ ଦକ୍ଷିଣ ଫ୍ରାନ୍ସର ବୋର୍ନବନ (Bourbon Dynasty) , ସେଠାକାର ଶାସକଙ୍କ ସହିତ ହେଉଥିବା ମତଭେଦ ଏବଂ ବିରୋଧ ପାଇଁ ଆପଣେଇଥିବା ଉପାୟ ବିଷୟରେ ସଙ୍କେତ କରିଛନ୍ତିି (Anglo -French War or Bourbon War- 1778-1783) । ଏହି ସମ୍ବନ୍ଧରେ ତା ୧୯/୦୭/୧୯୦୭ରେ ସାବରକରଜୀଙ୍କ ଲିଖିତ ପତ୍ରର ସାରାଂଶ ଏହି ପ୍ରକାର – ଦକ୍ଷିଣ ଫ୍ରାନ୍ସରେ ସଙ୍ଘଠିତ ରୂପରେ ଅପ୍ରତ୍ୟକ୍ଷ କ୍ରାନ୍ତିର ସହାରା ନିଆଯାଇଥିଲା । ସରକାରର ସେବା ନ କରିବା, ସରକାରଙ୍କ ଅଧିନ କ୍ଷେତ୍ରାଞ୍ଚଳରେ ସ୍ଥିତ ପାଠଶାଳା, ନ୍ୟାୟାଳୟ ଆଦିର ବହିଷ୍କାର କରିବା, ସରକାରୀ ବ୍ୟାଙ୍କରେ ଧନ ଜମା ନ କରିବା , ସରକାରଙ୍କୁ ଋଣ ନଦେବା, ଭୂ-ରାଜସ୍ୱ ନ ଦେବା ଆଦି ବିିଭିନ୍ନ ପ୍ରକାରେ ବିରୋଧ ବ୍ୟକ୍ତ ହେଉଥିଲା । ରାଜଦ୍ରୋହର ଅଭିଯୋଗ ବିନା, ଶସ୍ତ୍ରର ବ୍ୟବହାର ବିନା ଏବଂ ରକ୍ତର ବୁନ୍ଦାଟିଏ ନ ବୁହାଇ ଅପ୍ରତ୍ୟକ୍ଷ ପ୍ରତିରୋଧ ବା ସତ୍ୟାଗ୍ରହ ଦ୍ୱାରା ଆନ୍ଦୋଳନ ସଫଳତାର ଚରମ ସୀମାରେ ପହଂଚିବ ପରେ ସରକାର ନିଜ ସେନା ଏବଂ ହତିଆର ପ୍ରୟୋଗ କରି ବିଦ୍ରୋହକୁ ବିଫଳ କରିବାକୁ ପ୍ରୟାସ ଆରମ୍ଭ କରିଦେଲେ । ସେହି ସମୟରେ ବି ଆନ୍ଦୋଳନକାରୀଗଣ ନିଜ ପ୍ରତ୍ୟକ୍ଷ ପ୍ରତିରୋଧର ବିଚାର ଛାଡ଼ି ଶସ୍ତ୍ର ଉଠାଇଲେ । ଏସବୁ କଥାରୁ ଏହା ପ୍ରମାଣିତ ଯେ ଅପ୍ରତ୍ୟକ୍ଷ ପ୍ରତିରୋଧର ସଫଳତା ପାଇଁ ଶସ୍ତ୍ରର ବ୍ୟବହାର କରାଯାଇପାରିବ ।
‘ଅପ୍ରତ୍ୟକ୍ଷ ପ୍ରତିରୋଧର ଏପରି ସିଦ୍ଧାନ୍ତରେ ଆମେ ଦୁଇଟି କଥା ମାନିନେବା । ଏହା ଯେ, ପ୍ରତ୍ୟେକ ବ୍ୟକ୍ତି ଆଗ୍ରହୀ, ଉଦ୍ୟମୀ, ସଂକଳ୍ପବଦ୍ଧ ଥିବେ ଏବଂ ସେ ପୂର୍ଣ୍ଣରୂପରେ ସହଯୋଗ ଦେଇପାରୁଥିବେ । ସମସ୍ତେ ସରକାରୀ ସେବା ବର୍ଜନ କରିବେ । ଏ ସବୁ ମାନି ନିଆଯିବା ପରେ ବି ଆମେ ଭୁଲି ଯାଉଛୁ ଯେ ଭୋକିଲା ଲୋକଙ୍କ ଇଛା ଥିଲେ ଏପରି ତ୍ୟାଗ ପ୍ରବୃତ୍ତି ପାଇଁ ଜାଗ୍ରତ ହେଉନଥିବ । ଅନ୍ୟ କଥାନୁସାରେ ବିପକ୍ଷ ଦଳ ବହୁତ ଶକ୍ତିଶାଳୀ ଥିବେ, ନିୟମ ଏବଂ ନିବନ୍ଧକୁ ସେମାନେ ଭାଙ୍ଗିବେନି । ଲାଠିର ପ୍ରୟୋଗ ହବନି । ଏପରି ଆମେ ମାନିନେବା । ଯେଉଁ ଶାସନ ଲୋକମତ ବିରୁଦ୍ଧରେ ଯାଉନଥିବ କିନ୍ତୁ ସେ ସମୟାନ୍ତରରେ ନୂତନ ନିୟମ ପ୍ରସ୍ତୁତ କରି ପୁରୁଣା ନିୟମ ପ୍ରବର୍ତ୍ତନଲାଗି ବଳପୂର୍ବକ ବିଦ୍ରୋହକୁ ଦବାଇଦେବା ପାଇଁ କ୍ରୁର ବି ହେଇପାରିବ, ଏହା ଆମେ ଧ୍ୟାନରେ ରଖିବା ଦରକାର ।
ବିଶ୍ୱାମିତ୍ର ବଶିଷ୍ଠଙ୍କୁ କାମଧେନୁ ମାଗିଲେ । ବଶିଷ୍ଠ ମନା କରିବା ଯୋଗୁଁ ବିଶ୍ୱାମିତ୍ର ତୁରନ୍ତ ନିଶ୍ଚୟ କଲେ ସେ ସେ ବଳପୂର୍ବକ କାମଧେନୁ ଘେନିଯିବେ । ଯଦି ବିଶ୍ୱାମିତ୍ରଙ୍କୁ କୁହାଯିବ ଯେ ସେ ବିବେକବନ୍ତ, ସେ ଶୁଣିବା ପାଇଁ ରାଜି ହେଇଯିବେ । ଏହି ବିଚାର ପୂର୍ବକ ବଶିଷ୍ଠ ତାଙ୍କୁ ବୁଝେଇବା ପାଇଁ ନିଶ୍ଚୟ କଲେ ଏବଂ ଏହା ଦେଖାଇବାକୁ ଯତ୍ନ କଲେ ଅତ୍ୟନ୍ତ ତାଙ୍କର ଗାଈକୁ ବଳପୂର୍ବକ ଘେନିଯିବା ଲାଗି ଜିଦ୍ ଉଦ୍ୟମକୁ ଆମେ ପ୍ରତିରୋଧ କରିବୁ ନାହିଁ । ଏହାଦ୍ୱାରା କାଳେ ତାଙ୍କର ଜ୍ଞାନୋଦ୍ୟୋୟ ହେବ ଏବଂ ସେ ଗାଈର ମୋହ ତ୍ୟାଗ କରିବେ । କିନ୍ତୁ ବିଶ୍ୱାମିତ୍ରଙ୍କଠି ତ ଯେପରି ବିବେକ ନଥିଲା । କାମଧେନୁର ଚମତ୍କାରୀ ରକ୍ଷାକାରୀଗଣକୁ ବଶିଷ୍ଠ ଆହ୍ୱାନ କଲେ ଏବଂ ବିଶ୍ୱାମିତ୍ରଙ୍କ ସେନାଙ୍କୁ ହରାଇ କାମଧେନୁର ଅପହରଣ ଚେଷ୍ଟାର ସଫଳତାପୂର୍ବକ ପ୍ରତିହତ କଲେ । ଏହା ପୁରାଣରେ କୁହାଯାଇଛି ।’
ସ୍ୱରାଜ ପ୍ରାପ୍ତିର ଇତିହାସ ଉପରେ ଯଦି ଆମେ ଦୃଷ୍ଟିପାତ କରୁ ସେଥିରେ ବି ଏହି ପ୍ରକାରର ବିଚାର ପ୍ରତିଫଳିତ ହେଉଥିବା ପ୍ରତୀତ ହେଉଛି । ଅସହଯୋଗ ଆନ୍ଦୋଳନର ଦମନ ପାଇଁ ଇଂରେଜ ସରକାର ବଳପ୍ରୟୋଗ କରିଥିଳେ । ଭାରତୀୟଙ୍କୁ ଦମନ କରିବା ପାଇଁ କିସମ କିସମର ନିୟମ ପ୍ରଣୟନ କରାଗଲା । ରାୱଲେଟ ଆକ୍ଟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ପାଇଁ କେହି ସାହସ ନକରନ୍ତୁ ବୋଲି ଜାଲିୱାଲାବାଗ ହତ୍ୟାକାଣ୍ଡ କରାଗଲା । ଏହି କାରଣରୁ ୧୯୪୨ ଆନ୍ଦୋଳନରେ ଆନ୍ଦୋଳନକାରୀ ଅଂହିସାର ପରିତ୍ୟାଗ ପାଇଁ ବାଧ୍ୟ ହେଲେ ।
ସାବରକରଜୀଙ୍କ ସନ୍ଦେଶ ଥିଲା, – ସେନାରେ ପ୍ରବେଶ କରି ଶସ୍ତ୍ରବିଦ୍ୟା ପ୍ରାପ୍ତ କର । ନେତାଜୀ ସୁବାଷ ଚନ୍ଦ୍ର ବୋଷ ୨୪/୦୬/୧୯୪୪ ଏକ ବ୍ୟାଖ୍ୟାନ ଦ୍ୱାରା ଏହି ସନ୍ଦେଶର ସମ୍ମାନ କଲେ । ସେନାରେ ନିଯୁକ୍ତ ଭାରତୀୟଙ୍କ ଉପଯୋଗ କରି ନେତାଜୀ ଇଂରେଜ ସେନାଙ୍କୁ ନାକେଦମ୍ କଲେ । ଯୁଦ୍ଧରେ ଇଂରେଜଙ୍କ ବିଜୟ ହେବା ପରେ ତାଙ୍କୁ ଭଲ ରୂପେ ଆଭାସ ହୋଇଯାଇଥିଲା ଯେ ସେମାନେ ଅଧିକ ସମୟ ପର୍ଯ୍ୟନ୍ତ ଭାରତ ଉପରେ ଏକଛତ୍ର ଶାସନ କରିପାରିବେନି । ଇଣ୍ଡିଆନ ଫ୍ରିଡମ୍ ଆକ୍ଟ ଲାଗୁ ହେବା ସମୟରେ ଇଂଲଣ୍ଡର ତତ୍କାଳୀନ ପ୍ରଧାନମନ୍ତ୍ରୀ ଆଟଲି ଭୂତପୂର୍ବ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲଙ୍କୁ କହିଥିଲେ- (୧) ଭାରତୀୟ ସେନାଙ୍କ ଇଂରେଜଙ୍କ ପ୍ରତି ନିଷ୍ଠା ଦୁର୍ବଳ ହେଉଛି । (୨) ହିନ୍ଦୁସ୍ତାନକୁ ନିଜ ମୁଠାରେ ରଖିବା ପାଇଁ ବୃହତ୍ ଇଂରେଜୀ ସେନା ଭାରତରେ ମୁତୟନ କରିବା ବ୍ରିଟେନର ସାମର୍ଥ ବହିର୍ଭୁତ । ସେଥିପାଇଁ ବିଟ୍ରେନ ଶାସନ ଡୋର ହସ୍ତାନ୍ତରଣ କରୁଛି ।
(Britain is transferring power due to the fact that(1) the Indian Mercinary Army is no longer loyal to Britain and (2) Britain cannot afford to have a large Britsh army to hold down India. )
ଉପରଲିଖିତ ବିଚାର ଆଟଲୀଙ୍କ ହୃଦବୋଧ ହେବାର ତ୍ୱରିତ ପରେ ସେ ଏହାର ନିରାକରଣ ସକାଶେ ପଦକ୍ଷେପ ନେଲେ । ୧୯୪୬ ପ୍ରାରମ୍ଭରେ ବି୍ରଟି୍ରଶ ଅଧିକାରୀଗଣ ଏବଂ ଭାରତୀୟ ସୈନିକଙ୍କ ମଧ୍ୟେ ମନୋମାଲିନ୍ୟର ପ୍ରଭାବ ବୃହତ ରୂପ ନେଉଥିଲା । କରାଚି, ଲାହୋର, ବମ୍ବେ, ଏବଂ ଦିଲ୍ଲୀକୁ ବାୟୁସେନା ହଡ଼ତାଳ କରି ଏପରି ଏକ କାର୍ଯ୍ୟକରି ଦେଖେଇଲେ ଯାହା ସେନା ଇତିହାସରେ ଏକ ଅଦ୍ଭୁତପୂର୍ବ ଘଟଣା ଥିଲା । ସୈନିକଙ୍କ ରଚିତ ଏପରି ଘଟଣା ସେମାନଙ୍କଠାରୁ ଆଶା କରାଯାଉନଥିଲା । ତା ୧୯ ଏବଂ ୨୧ ଫ୍ରେବୃଆରୀରେ ନୌସେନାଙ୍କ ଆନ୍ଦୋଳନ ଆରମ୍ଭ ହେଲା । ଉଭୟ ପକ୍ଷରୁ ଗୁଳିଗୋଳା ବର୍ଷଣ ହେଲା । ଇଂରେଜୀ ସରକାରଙ୍କୁ ସ୍ପଷ୍ଟ ପ୍ରତୀତ ହେଉଥିଲା ଯେ ଏବେ ସେମାନେ ଅଧିକ ସମୟ ଯାଏ ଶାସନରେ ରହିପାରିବେନି । ଶସ୍ତ୍ରବଳ ସ୍ୱରାଜ୍ୟ ପ୍ରାପ୍ତିରେ ସହାୟତା କରୁଥିଲା । ଏହା ଇତିହାସର ନୂତନତମ ଉଦାହରଣ । ଅତଃ ସେନା ସ୍ୱତନ୍ତ୍ରତା ସଂଗ୍ରାମରେ ସହାୟତା କରିବାକୁ ସକ୍ଷମ ।
୧୯୨୦ରେ ଲୋକମାନ୍ୟ ତିଲକଙ୍କ ତିରୋଧାନ ଉପରାନ୍ତ ଭାରତୀୟ ରାଜନୀତିର ନେତୃତ୍ୱ ଗାନ୍ଧୀଜୀ ନେଲେ । ସେହି ସମୟରେ ସାବରକରଜୀ ବନ୍ଦୀଗୃହରେ ଆଜୀବନ କାରାବାସ ଭୋଗ କରୁଥିଲେ । କାରାଗାରରୁ ମୁକ୍ତ ହେବା ପରେ ବି ୧୯୨୪ରୁ ତାଙ୍କୁ ରତ୍ନଗିରିରେ ଏହି ପ୍ରତିଶୃତି ବଚନରେ ରଖାଯାଇଥିଲା ଯେ ସେ ସେଠାରୁ ବାହାରକୁ ଯାଇପାରିବେ ନାହିଁ । ଯଦିଓ ସେ କାରାଗୃହରେ ନଥିଲେ କିନ୍ତୁ କୌଣସି ପ୍ରକାର ରାଜନୀତିରେ ଭାଗ ନେବା ପାଇଁ ତାଙ୍କ ଉପରେ ପ୍ରତିବନ୍ଧ ଥିଲା । ନା ସେ କୌଣସି ପ୍ରକାରର ଭାଷଣ ଦେଇପାରିବେ ନା କୌଣସି ଳେଖା ପ୍ରକାଶିତ କରିପାରିବେ । ତଥାପି କେବେ କେବେ ଗୁପ୍ତ ରୂପରେ ସେ ରାଜନୀତି ବିଷୟରେ ନିଜ ବିଚାର ବ୍ୟକ୍ତ କରୁଥିଲେ ।
ସାବରକରଜୀ ଚାହୁଁଥିଲେ ଗାନ୍ଧୀ ସଶସ୍ତ୍ର କ୍ରାନ୍ତିକାରୀଙ୍କୁ ପ୍ରୋତ୍ସାହିତ ବା ପୁରସ୍କୃତ ନ କରନ୍ତୁ ପଛକେ କିନ୍ତୁ କମ୍ ସେ କମ୍ ତାଙ୍କୁ ଘୃଣା ନ କରନ୍ତୁ । ସେ ଯୁବକଙ୍କ ମଧ୍ୟେ ଜାଗୃତ ଚେତନାକୁ ଦାବି ନ ଦିଅନ୍ତୁ, ତାଙ୍କୁ ଅପମାନିତ ନ କରନ୍ତୁ । ସାବରକରଜୀଙ୍କ ମତ ଥିଲା ଯେଉଁ ସମାଜ ଶସ୍ତ୍ରହୀନ ହୋଇସାରିଛି ତାକୁ ଅହିଂସା ବିଚାରର ପାନ କରାଯାଇ ପୂରା ଦେଶର ବିନାଶ କରାଯାଉଛି । ସାବରକରଜୀ ବହୁତ ପ୍ରଖରତା ପୂର୍ବକ କ୍ରାନ୍ତିକାରୀଙ୍କ ଦେଶଭକ୍ତିର ପ୍ରଶଂସା ଏବଂ ଗାନ୍ଧୀଜୀଙ୍କ ଅଂହିସାବାଦର ସମାଲୋଚନା କରୁଥିଲେ । ଗାନ୍ଧୀଜୀ ନିଜ ଲୋକଙ୍କୁ କହୁଥିଲେ, ଯିଏ ପ୍ରକୃତ ସତ୍ୟାଗ୍ରହୀ ସେ ନିଜ ମନରେ ଏପରି ବିଚାର ଉତ୍ପନ୍ନ ହେବାକୁ ଦେବ ନାହିଁ ଯେ ସେ ଅସ୍ତ୍ରର ସ୍ପର୍ଶ କେବେ କରିବ ନାହିଁ । ଏମିତି କି ହାତରେ ଲାଠି ଧରିବା ମଧ୍ୟ ସତ୍ୟାଗ୍ରହୀଙ୍କ ପାଇଁ ନିଷିଦ୍ଧ ଥିଲା । ପ୍ରଥମ ବିଶ୍ୱଯୁଦ୍ଧରେ କୌଣସି ପ୍ରତିଫଳର ଆଶା ନକରି ଇଂରେଜ ସରକାରଙ୍କ ସହାୟତା ପାଇଁ ଜନତାଙ୍କ ସେନାରେ ଭର୍ତ୍ତି ହେବା ବିଚାର ଗାନ୍ଧୀ ହିଁ ରୋପଣ କରାଇଥିଲେ । ଏହି ବିଷୟରେ ତାଙ୍କ କହିବା ଥିଲା ଏପରି ସେ କରିଥିଲେ ତାଙ୍କର ବ୍ରିଟି୍ରଶ ସାମ୍ରାଜ୍ୟ ପ୍ରତି ପ୍ରେମଭାବ ଯୋଗୁଁ । ଗାନ୍ଧୀଜୀଙ୍କ ଏପରି କାର୍ଯ୍ୟ ପ୍ରତି ସାବରକରଜୀ ନିଜ ଲୋକଙ୍କୁ ଅବଗତ କରାଉଥିଲେ । ଇଂରେଜଙ୍କର ଏହି ଦେଶ ଉପରେ ଶାସନ କରିବା କୌଣସି ନ୍ୟାୟାଧିକରଣ ପ୍ରଦତ୍ତ ନିର୍ଦ୍ଧେଶ ନା ହିଁ ସେମାନଙ୍କୁ ଏଠାରୁ ତଡ଼ିବା ଅନ୍ୟାୟଯୁକ୍ତ । ତେଣୁ ଏଥିପାଇଁ ଆପଣେଇ ଯାଇଥିବା କୌଣସି ବି ମାର୍ଗ ପାପ ନୁହେଁ । ଏହି ପ୍ରକାରର ବିଚାର ସାବରକରଜୀ ଆପଣେଇଥିଲେ । ଗାନ୍ଧୀଜୀଙ୍କ ପ୍ରେମଭରା ପ୍ରଚାର ଦ୍ୱାରା ସେ ବହୁତ ଦୁଃଖୀ ହେଉଥିଲେ । ଥରେ ଲେଖିଥିଲେ, ଏପରି କିଂକର୍ତ୍ତବ୍ୟବିମୁଢ଼ତା ଯୋଗୁଁ ରାଷ୍ଟ୍ରର କେତେ ଅହିତ ହେଉଛି ଏବଂ ରାଷ୍ଟ୍ରର କେତେ ଅପମାନ କରାଯାଉଛି, କେତେ ଅକର୍ମଣ କରାଯାଉଛି ଯେବେ ଏପରି ବିଚାର ମନକୁ ଗ୍ରସିତ କରେ ମନରେ କ୍ରୋଧ ଏବଂ ଘୃଣାରେ ଭରିଯାଏ । ଏହା ସେ କହିଥିଲେ ତା ୧୧.୦୮.୧୯୨୭ର ଏକ ଆଲେଖ୍ୟରେ ।
କ୍ରାନ୍ତିକାରୀଙ୍କ ବିଷୟରେ କିଛି ବି ସକରାତ୍ମକ ଉଲ୍ଲେଖ ନ କରିବା ବା ସେମାନଙ୍କର ନିନ୍ଦା କରି ଅପମାନପୂର୍ଣ୍ଣ ଲେଖା ଲେଖିବା ସାବରକରଜୀଙ୍କ ପାଇଁ ଅସହନୀୟ ଥିଲା । ଥରେ ଗାନ୍ଧୀ ନିଜ ‘ୟଙ୍ଗ ଇଣ୍ଡିଆ’ରେ କ୍ରାନ୍ତିକାରୀ ଗୋପାନାଥ ସାହଙ୍କର ନାମ ଉଲ୍ଲେଖ କରି ତାଙ୍କ ପ୍ରତି ଅପମାନପୂର୍ଣ୍ଣ ଶବ୍ଦ ବ୍ୟବହାର କରି ଅପରାଧି ବୋଲି କହିବାକୁ ପଛାଇ ନଥିଲେ । ଗାନ୍ଧୀଜୀ ଲେଖିଥିଲେ, ତାଙ୍କ ଉଦ୍ଧେଶ୍ୟର ପ୍ରଂଶସା କରିବା ବି ପାପ । କାରଣ କ୍ରାନ୍ତିକାରୀ ହିଂସ୍ରକ ପ୍ରବୃତ୍ତିର ଅଟନ୍ତି । ସାରା ଦେଶରେ ଗାନ୍ଧୀଜୀଙ୍କ ଏହି ବିଚାର ପାଇଁ ବହୁତ ସମାଲୋଚନା ହେଇଥିଲା । ଯେବେ କ୍ରାନ୍ତିକାରୀ ଯତୀନ୍ଦ୍ରନାଥଙ୍କ ଦେହାନ୍ତ ହେଲା ତାଙ୍କ ବିଷୟରେ କହିବା ବା ଲେଖିବାକୁ ଯାଇ ଗାନ୍ଧୀଜୀ ତାଙ୍କ ସମ୍ମାନରେ ‘ହୁତାତ୍ମା’ ଶବ୍ଦର ପ୍ରୟୋଗ କରିନଥିଲେ । କେବଳ ଏତିକି କହି ଗାନ୍ଧୀଜୀ ନିଜ ଦୋଷ ଭରିଥିଲେ ସେ ଯତୀନ୍ଦ୍ରନାଥ ‘ଅପରାଧି ନୁହଁନ୍ତି’ । ନିଜ ପତ୍ରରେ ସେ ଯତୀନ୍ଦ୍ରନାଥଙ୍କ ବଳିଦାନର ଗାଥା ପ୍ରକାଶିତ କରିବାକୁ ଆଡ଼େଇ ଯାଇଥିଲେ । ଗାନ୍ଧୀଜୀ ଏକ ପ୍ରକାରରେ ଇଂରେଜଙ୍କ ପ୍ରଥମ ସେବକ ଥିଲେ ।
ମିରଟ ଷଡ଼ଯନ୍ତ୍ରରେ କ୍ରାନ୍ତିକାରୀଙ୍କ ସପକ୍ଷରେ ଦେଶସାରା ନ୍ୟାୟ-ସହାୟତା-ନିଧି ସ୍ଥାପିତ କରାଯାଇଥିଲା । କିନ୍ତୁ ଗାନ୍ଧୀଜୀ ସେଥିପାଇଁ କୌଣସି ସହାୟତା କରି ନଥିଲେ । ସେତିକିରେ ତାଙ୍କ ସନ୍ତୋଷ ମିଳିନଥିଲା ଯେ ନିଜ ବିଚାର ବ୍ୟକ୍ତ କରିବାକୁ ଯାଇ ସେ ଏହା ମଧ୍ୟ କହିଥିଲେ ଏହି ପ୍ରକାର ସହାୟତା ନିଧି ଏକତ୍ରିତ କରିବା ଅନୁଚିତ ।
ଏଥିରୁ ପ୍ରତୀତ ହୁଏ ଯେ ଗାନ୍ଧୀଜୀଙ୍କୁ ହୃଦ୍ବୋଧ ହେଉଥିଲା ଯେ ତାଙ୍କ କର୍ମ ଦ୍ୱାରା ତାଙ୍କରି ହିଁ ଦୁର୍ନାମ ହେଉଛି । ସେଥିରୁ ବର୍ତ୍ତିବା ପାଇଁ ସେ ଏକ ଚାଲ ଖେଳିଲେ । ସେ କାରାଗାରକୁ ଗଲେ କ୍ରାନ୍ତିକାରୀଙ୍କୁ ଭେଟିବା ପାଇଁ । ସେଠାରେ ଯେବେ ତାଙ୍କୁ ପଚରାଗଲା ଯେ ସେ ନିଧିକୁ ବିରୋଧ କାହିଁକି କଲେ ଗାନ୍ଧୀ ନିଜକୁ ବଞ୍ଚାଇ ଉତ୍ତର ଦେଲେ – ଏଥିପାଇଁ ଯେ କୌଣସି ଦକ୍ଷ ଓକିଲ ବିନା ପାରିଶ୍ରମିକରେ ଓକିଲାତି କରିବାକୁ ଆଗଭର ହେବେ ।
-ପରେ-