ଗ୍ରନ୍ଥାଗାରରେ ବହି ସବୁ ବଢି ବଢି ଚାଲୁଛି କିନ୍ତୁ ପୁରାତନ ବହି ସବୁର ଆଦର କମି ଯାଉଛି ନୂତନ ଆସେ ପୁରାତନକୁ ସ୍ଥାନ ଚ୍ୟୁତ କରିବାକୁ ଏହା ସନାତନ ସତ୍ୟ...
ତୋ ଜୀବନେ ସଦା ଖୁସି ଭରିଯାଉ ଚାହେଁ ମୋର ଏଇ ମନ ତୋ ଓଠରେ ସେଇ ଚୁନାଏ ହସ ରହିଥାଉ ସାରା ଜୀବନ ।।
ଶିଳ୍ପୀର କଳ୍ପନା ଅତୁଲ୍ୟ ପ୍ରୟାସ ଫୁଟାଏ ପ୍ରାଣ ପ୍ରତିଟି ସ୍ପନ୍ଦନେ ପାଷାଣର କୋଣ ଅନୁକୋଣେ ।
ମଣିଷ ମାତର ହୋଇଣ କାତର 'ଧନଜନ ଆୟୁ ଦେଇ ସୁଖୀ କର' ମାଗେ ପ୍ରଭୁ ପାଦେ ଥାଇ ଅବସାଦେ 'ତଥାସ୍ତୁ' କହନ୍ତି ପ୍ରଭୁ ଶୋଇ ନିଦେ ।
ଲାଳନ ପାଳନେ କେତେ କଷ୍ଟ ସହି କରେ ଏଡୁଟିରୁ ଏଡ଼େ, ରୋଗ ବଇରାଗେ ଅହର୍ନିଶ ଜଗେ ଛାଡ଼ି କାମ ସବୁଆଡ଼େ ।
ଦୁଆର ଦୁଆର ଭୋଓଟ ମାଗିବେ କାନ୍ଦି କୁମ୍ଭୀର କାନ୍ଦଣା ଥୋମଣୀରେ ତାଙ୍କ କହୁଣୀ ବାଜିବ
ପ୍ରୀତିର କମ୍ୱଳ ଘୋଡ଼ି ଟୁପ୍ଟାପ୍ କଥା ହେଉଥିବା
ପ୍ରୟାସ ଜାରିଅଛି ଥୋଇ ଦେବା ଲାଗି ଶୂନ୍ୟତା ଝୁଲିରେ ଯୋଜନା ଭବିଷ୍ୟତର ।
ଜୀବନ୍ତ ଦେବତା ମୋ ପାଇଁ ସେ ଦୁହେଁ ତାଙ୍କ ବିନା କେହି ନାହିଁ ତାଙ୍କୁ ଘରେ ଛାଡି ମନ୍ଦିର ଯାଇକି ପଥର ପୂଜିବି କାହିଁ ।।
ଏବଂ ଯୁଦ୍ଧ ରେ ବିଜୟ ପାଇଁ ମୋ ଛାତି , ଉପରେ ଚଢ଼ି ଆଗକୁ ବଢ଼ିବାକୁ ଆଦେଶ ଦେବେ ।
ଆପଣଙ୍କ ମତାମତ