ଆକାଶେ ଶୀତଳ ପହିଲି ସୁରୁଜ ମନେ ସପନର ରାତି ବାହାରେ ଶୀତର ହେମାଳ ପରଶ ମନ ତଳେ କେତେ ତାତି ।
ଏ ଜୀବନ ମରୁବାଲି ଏକାଏକା ଚାଲି ଚାଲି ପାରି ହୋଇପାରେ ଯିଏ ଯାଏନା ଜୀବନେ ହାରି ।
ଲୁହର ଗଙ୍ଗା ଯମୁନାର ସୁଅ ବହେ ନିତି ନୂଆ ଲୁହ ସେ ସୁଅରେ ମିଶୁଥାଏ ତଥାପି ନାହିଁ ମୋ ଅବଶୋଷ କିଛି ମାନି ନାହିଁ ପରାଜୟ !
ନ ମାଗିଲେ କେବେ ମିଳିଥାଏ ସୁଖ ସେନେହ କେବେ ପୁଣି ମିଳେ ଛଳନାର ବିଷବଳୟ କାହିଁକି ଏମିତି ହୁଏ ଆଜିଯାଏ କେହି ବୁଝିନାହିଁ ।
ଆଲୋକିତ କଲି କୁଟୀର କାହାର ପୁଣି କାର ଚଲାପଥ ବାସର ଘର ମୁଁ ନିରବେ ଜଳିଲି କବି ପାଇଁ ହେଲି ଗୀତ ଭକତର ଲାଗି ମିନତି କଲି ମୁଁ ଦେବତା...
ପ୍ରତୀକ୍ଷାର ପ୍ରଦୀପ ଯେ ଦିବାରାତି ଜଳୁଥାଏ ଆଶା କି ଭରସା ନ ମିଳିଲେ କିଛି ଦୁଃଖ ନାହିଁ ଜୀବନରେ ନିରାଶା ମରୁରେ ଜଳେ ଯଦି ମନ
କଳ୍ପନାର ଫୁଲ ଫୁଟିଯାଏ ମନ କାନନେ କାମନାର କଇଁ ହସୁଥାଏ ଧୀର ପବନେ ମିଳନର ସୁଖ ନ ମିଳିଲେ ବି ତ ସପନରେ ମନ ହଜିଯାଏ ।
ଦେଇଥିବା କଥା ଭୁଲିଯାଇପାରେ କେହି ଶୁଣିଥିବା କଥା କିଏ ଭୁଲିପାରେ ନାହିଁ ଜଳାଏ ମନକୁ ସ୍ମୃତି ତା'ର ନିଶିଦିନେ !
ତୁମେ ଭୁଲାଇଛ କେତେ ଦୁଃଖ କେତେ ଯାତନା ଭରି ଦେଇଅଛ ମନେ ମୋର କେତେ କାମନା ନିଦାଘ ମରୁ ମୋ ଜୀବନ ହୋଇଛି ଯେମିତି ଫଗୁଣ ବନ !
ସବୁ ମାସ ନୁହେଁ ପରା ଫଗୁଣ ମାସ ଗ୍ରୀଷ୍ମ ବର୍ଷା ଆସେ ପୁଣି ଆସଇ ଶୀତ ସବୁ ସହି ଚାଲେ ସିଏ ମାନେନି ସେ ପରାଜୟ !
ନାରୀ ମନ ନଦୀ ପରି ସପନରେ ଭରା ତା' ଲାଗି ପ୍ରିୟ ତା'ର ପାହାନ୍ତିଆ ତାରା ଚାହେଁ ସେ ତ ନଦୀ ହୋଇ ଯାଆନ୍ତା ବହି ।
ଅନ୍ତର ଭରି ଭଲପାଏ ଯିଏ କରୁଛ ତା' ସାଥେ ଛଳନା ଟିକେ ଛୁଇଁ ଦେଇ ସପନ ଜଗାଇ ଫେରିଯାଅ କରି ବାହାନା ନିରବରେ ଖାଲି ପଡ଼ିରହେ ବେଳା ଦୁଃଖରେ ଭିଜିଯାଇ...
ଲୁହ ନଈ କୂଳେ ଘର କରିଯିଏ ହସର ମଳୟ ଖୋଜୁଥାଏ ଆଖିରେ ନ ଥାଇ ଟିକିଏ ବି ନିଦ ସୁଖ ସପନକୁ ଝୁରି ହୁଏ ବାମନ ହୋଇ ମୁଁ ଜାଣେନା...
ସାଥୀ ଯଦି ମିଳେ ନାହିଁ ଦୁଃଖ ନାହିଁ ଚାଲିବାରେ ଏକା ଏକା ଚାଲିବାଟା ପଡ଼ିଯାଏ ନିୟମରେ ମିଳି ଯଦି ହଜେ ସାଥୀ ସରେ ନାହିଁ ଲଗନ ।
ପାରାବାର ତୁମେ ଡାକ ନାହିଁ. . . ଡାକ ନାହିଁ ମରୁନଈ ମୁଁ ଯେ ପଛ ମୋ ହଜିଛି ପାରିବି କିପରି ଆଉ ବହି ।
ଏମିତି ଜୀବନ ଏମିତି ସମୟ କିବା ଲାଭ ଜୀଇଁବାରେ ସୁଖ ତ ନ ଥାଏ ସପନ ନ ଥାଏ ଲାଭ କିବା ଜଳିବାରେ ।
ଲୁହ ଯଦି ଯାଏ ଝରି ଦୁଃଖ ତ ଯାଏନା ସରି ତଥାପି ଅବୁଝା ମନ ଦିନରାତି ହୁଏ ଝରି ।
ଦୁଃଖ କରନାହିଁ ଅଭିନୟ କରିବାରେ ସୁଖ ମିଳିଥାଏ ଦର୍ଶକର ଆନନ୍ଦରେ ଅନ୍ତରରେ କାନ୍ଦି ବାହାରେ ହସିବା ଅଟେ କଳାକାର ପରିଚୟ ।
ଆପଣଙ୍କ ମତାମତ