ଜୀବନ ମୋହର ଯାତନାର ହିମାଳୟ
ତରଳିଛି କେତେ ଦୁଃଖ ତୁଷାର
ତଥାପି ହୋଇନି କ୍ଷୟ !
ଲୁହର ଗଙ୍ଗା ଯମୁନାର ସୁଅ ବହେ
ନିତି ନୂଆ ଲୁହ ସେ ସୁଅରେ ମିଶୁଥାଏ
ତଥାପି ନାହିଁ ମୋ ଅବଶୋଷ କିଛି
ମାନି ନାହିଁ ପରାଜୟ !
ଦୁଃଖରେ ଭରା ହିମବାହ ବୁକେ ଭରି
ସେଇ ହିମାଳୟ ରହୁ ମଥା ଉଚ୍ଚକରି
ଲୁହର କାଳିରେ ଲେଖୁଥାଏ ନିତି
ମୋର ନୂଆ ପରିଚୟ !