ମୁଁ ଜାଣେ ତୁମେ ପାରିବନି କେବେ ରହି
ଊର୍ମିହେ ତୁମେ ବେଳାର ପ୍ରଣୟ ପାରିବ କି ଭୁଲିଯାଇ !
ଅନ୍ତର ଭରି ଭଲପାଏ ଯିଏ
କରୁଛ ତା’ ସାଥେ ଛଳନା
ଟିକେ ଛୁଇଁ ଦେଇ ସପନ ଜଗାଇ
ଫେରିଯାଅ କରି ବାହାନା
ନିରବରେ ଖାଲି ପଡ଼ିରହେ ବେଳା
ଦୁଃଖରେ ଭିଜିଯାଇ ।
ଫେରିଆସ ପୁଣି ନିଜ ଭୁଲ୍ ବୁଝି
ସେଇ ବେଳାଭୂମି ପାଖକୁ
ଭୁଲିଯାଇ ସେ ଯେ ସବୁ ଅଭିମାନ
ତୋଳିନିଏ ବୁକେ ତୁମକୁ
ଏ ମଣିଷ କିନ୍ତୁ ଭୁଲଇ ସେନେହ
ବିଶ୍ୱାସେ ବିଷ ଦେଇ ।