କବିତା

ମନସ୍ତତ୍ୱ

Minakshi Debi's odia poem Manastatwa

ଆକାଶେ ଶୀତଳ ପହିଲି ସୁରୁଜ
ମନେ ସପନର ରାତି
ବାହାରେ ଶୀତର ହେମାଳ ପରଶ
ମନ ତଳେ କେତେ ତାତି ।

ମନସ୍ତତ୍ୱ

ଆକାଶେ ଶୀତଳ ପହିଲି ସୁରୁଜ
ମନେ ସପନର ରାତି
ବାହାରେ ଶୀତର ହେମାଳ ପରଶ
ମନ ତଳେ କେତେ ତାତି ।

କୁହୁଡ଼ି ଘେରାଏ ପାହାନ୍ତି ପହରେ
ପ୍ରୀତିର ଶିଶିର ଝରେ
ଝରା ପତରର ଅଭିମାନ ନେଇ
ବିରହୀର ମନ ଝୁରେ
ପ୍ରଣୟୀ ମନର ଧୂସର ଧରାରେ
ହସଇ ସବୁଜ ପ୍ରୀତି ।

ଫୁଲଫୁଟା ଏଇ ପଉଷ ସକାଳେ
କାମନାର ଫୁଲ ଫୁଟେ
ଅଭିମାନିନୀର ତତଲା ଲୁହରେ
ମଉଳି ସେ ତଳେ ଲୋଟେ
ଫଗୁଣର ରଙ୍ଗେ ହସଇ ପଉଷ
ମିଳିଲେ ମନର ସାଥୀ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top