ବେଳା ତ କହେନା ଊର୍ମି
ତୁମେ ମତେ ଯାଅ ଟିକେ ଛୁଇଁ
କାହିଁକି ଯେ କୁହ ତୁମେ
ଫେରିଯାଅ ତାକୁ ଛୁଇଁ ଦେଇ ।
ଜହ୍ନ ତୁମକୁ ଧରା ତ ଆଲୋକ ମାଗେନା
ଢାଳିଦିଅ ତୁମେ କାହିଁକି ଯେ ଏତେ ଜୋଛନା
ପୁଣି କେବେ ଲୁଚି ଯାଅ
ଅନ୍ଧାରେ ତାକୁ ଭରିଦେଇ ।
ନ ମାଗିଲେ କେବେ ମିଳିଥାଏ ସୁଖ ସେନେହ
କେବେ ପୁଣି ମିଳେ ଛଳନାର ବିଷବଳୟ
କାହିଁକି ଏମିତି ହୁଏ
ଆଜିଯାଏ କେହି ବୁଝିନାହିଁ ।