ସାଗର ଯଦି ଡାକେ ଅଧୀର ହୋଇ
ଆତୁରେ ଧାଏଁ ନଦୀ ପାରେନା ରହି ।
ନଦୀର ପଥରେ କେତେ ବିଲ ବନ ଗିରି
ସବୁ ବାଧା ବନ୍ଧ ଡେଇଁ ନଦୀ ଯାଏ ଝରି
ବଇଁଶୀ ସୁରେ ଯେମିତି
ଅଧୀରା ରାଈ ।
ନାରୀ ମନ ନଦୀ ପରି ସପନରେ ଭରା
ତା’ ଲାଗି ପ୍ରିୟ ତା’ର ପାହାନ୍ତିଆ ତାରା
ଚାହେଁ ସେ ତ ନଦୀ ହୋଇ
ଯାଆନ୍ତା ବହି ।
ସାଗର ସୁରେ ଥାଏ କେତେ ଅଧୀରତା
ନଦୀଯାଏ ଗାଇ ଗାଇ ମିଳନ କବିତା
ଏଡ଼ାଇ ପାରେକି ସାଥୀ
ଡାକକୁ କେହି ।