କବିତା

ନାରୀ ମନ ନଦୀ ପରି

Minakshi Debi's Odia Poem NAREE MANA NADI PARI

ନାରୀ ମନ ନଦୀ ପରି ସପନରେ ଭରା
ତା’ ଲାଗି ପ୍ରିୟ ତା’ର ପାହାନ୍ତିଆ ତାରା
ଚାହେଁ ସେ ତ ନଦୀ ହୋଇ
ଯାଆନ୍ତା ବହି ।

ନାରୀ ମନ ନଦୀ ପରି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସାଗର ଯଦି ଡାକେ ଅଧୀର ହୋଇ
ଆତୁରେ ଧାଏଁ ନଦୀ ପାରେନା ରହି ।

ନଦୀର ପଥରେ କେତେ ବିଲ ବନ ଗିରି
ସବୁ ବାଧା ବନ୍ଧ ଡେଇଁ ନଦୀ ଯାଏ ଝରି
ବଇଁଶୀ ସୁରେ ଯେମିତି
ଅଧୀରା ରାଈ ।

ନାରୀ ମନ ନଦୀ ପରି ସପନରେ ଭରା
ତା’ ଲାଗି ପ୍ରିୟ ତା’ର ପାହାନ୍ତିଆ ତାରା
ଚାହେଁ ସେ ତ ନଦୀ ହୋଇ
ଯାଆନ୍ତା ବହି ।

ସାଗର ସୁରେ ଥାଏ କେତେ ଅଧୀରତା
ନଦୀଯାଏ ଗାଇ ଗାଇ ମିଳନ କବିତା
ଏଡ଼ାଇ ପାରେକି ସାଥୀ
ଡାକକୁ କେହି ।

2 Comments

2 Comments

  1. Pragnya Mishra

    May 5, 2016 at 5:25 pm

    sundar kavita.

  2. Ranjan Nayak

    April 14, 2016 at 1:27 pm

    Nice comparison between river and sea. The heart of the women are like the same thing.

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top