ଏ ଜୀବନ ମରୁବାଲି
ଏକାଏକା ଚାଲି ଚାଲି
ପାରି ହୋଇପାରେ ଯିଏ
ଯାଏନା ଜୀବନେ ହାରି ।
ବାଲିରେ ଚାଲିଲେ ସିନା ପାଦ ଯାଏ ଥକି
ଆଗେଇବା ଲାଗି ମନେ ଆଶା ଭରିଯାଏ
ଏଇ ମନ ଫୁଲ ପରି
ସୁରଭିରେ ଥାଏ ଭରି
ନିରାଶାକୁ ସାଥୀ କଲେ
ଅଦିନେ ସେ ଯାଏ ଝରି ।
ଅନ୍ଧାର ରାତି ସିନା ସୂର୍ଯ୍ୟେ ଲୁଚାଏ
ସକାଳେ ସେ ସୂର୍ଯ୍ୟ ଯେ ଜଗତ ହସାଏ
ଏ ସମୟ ନଦୀ ପରି
ପଛକୁ ଚାହେଁନା ଫେରି
ତାକୁ କରି ନେଇ ସାଥୀ
ଦୁଃଖକୁ ନିଅ ବରି ।